କଣ୍ଠଶିଳ୍ପୀ ଋିତୁରାଜଙ୍କ ଗୀତ ଶୁଣିବା ପାଇଁ ଲୋକାରଣ୍ୟ ହୋଇଗଲା ଜିସିଡି ହାଇସ୍କୁଲ ପଡିଆ

ବିଷୁବ ବନ୍ଧୁ ମିଳନ ଉତ୍ସବ କମିଟିର ସୁନ୍ଦର ଆୟୋଜନକୁ ପ୍ରଶଂସା କଲେ ସହରବାସୀ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ବିଷୁବ ବନ୍ଧୁ ମିଳନ ଉତ୍ସବ କମିଟି ରାୟଗଡା ଆନୁକୂଲ୍ୟରେ ସ୍ଥାନୀୟ ଜିସିଡି ହାଇସ୍କୁଲ ପଡିଆ ଠାରେ ଦ୍ୱିତୀୟ ସଂଧ୍ୟାହ ସାଂସ୍କୃତିକ କାର୍ଯ୍ୟକ୍ରମରେ ଲୋକାରଣ୍ୟ ହୋଇଗଲା ଜିସିଡି ହାଇସ୍କୁଲ ପଡିଆ । ଦ୍ୱିତୀୟ ସଂଧ୍ୟାର ମୁଖ୍ୟ ଆର୍କଷଣ ହୋଇଥିଲେ ବଲିଉଡ୍‌/ଓଲିଉଡ୍‌ର ସୁନାମଧନ୍ୟ ଗାୟକ ଋିତୁରାଜ ମହାନ୍ତି ଓ ଓଡିଆ ସିନେ ଜଗତର ନୂଆ କଳାକାର ଶୈଳେନ୍ଦ୍ର ସାମନ୍ତରାୟ ଓ ତାଙ୍କ ୱାନ ଏମ୍ କ୍ରିୟୁ ଟିମ୍ । ରାୟଗଡା ସହର ସମେତ ଆଖପାଖ ଅଂଚଳର ହଜାର ହଜାର ସଂଗୀତ ପ୍ରେମୀ ତଥା ଦର୍ଶକ ପଡିଆରେ ଗାୟକ ଋିତୁରାଜ ମହାନ୍ତି, କଣ୍ଠଶୀଳ୍ପି ସୋନମ ଦାସଙ୍କ ଆଧୁନିକ ସଂଗୀତ ଏବଂ କଳାକାର ଶୈଳେନ୍ଦ୍ରଙ୍କ ଶ୍ରେଷ୍ଠ ନୃତ୍ୟ ପରିବେଷଣରେ ଝୁମି ଉଠିଥିଲେ । ଗାୟକ ଋିତୁରାଜ ନିଜେ ଗାଇଥିବା ଅନେକ ବଲିଉଡ୍ ଓ ଓଲିଉଡ୍ର ଗୀତଗୁଡିକ ଗାଇବା ସହ ପବ୍ଳିକ ଡିମାଣ୍ଡରେ ଆସୁଥିବା ଗୀତଗୁଡିକ ଗାଇ ଶ୍ରୋତାମାନଙ୍କୁ ନାଚଗୀତରେ ମସଗୁଲ୍ କରି ରଖିଥିଲେ । ଋିତୁରାଜ ଓ ଶୈଳେନ୍ଦ୍ରଙ୍କ ଗୀତନାଚରେ ହଜାର ହଜାର ଶ୍ରୋତାଙ୍କ କରତାଳିରେ ପ୍ରକମ୍ପିତ ହୋଇ ଉଠିଥିଲା ରାୟଗଡା ସହର । ଜିସିଡି ହାଇସ୍କୁଲ ପଡିଆ ଠାରେ ବିଷୁବ ବନ୍ଧୁମିଳନ ଉତ୍ସବ କମିଟି, ରାୟଗଡା ଜିଲ୍ଳା ଆନୁକୂଲ୍ୟରେ କମିଟି ସଭାପତି ଡଃ.ନିରଂଜନ ବକ୍ସିପାତ୍ରଙ୍କ ସଭାପତିତ୍ୱରେ ୧୪ ଓ ୧୫ତାରିଖ ୨ଦିନ ଧରି ମହା ବିଷୁବ ସଂକ୍ରାନ୍ତି ଉତ୍ସବଟି ଦଳ,ମତ ନିର୍ବିଶେଷରେ ପାଳନ କରାଯାଇଥିଲା । ଯାହାକୁ ନେଇ ଉତ୍ସବମୁଖର ହୋଇ ପଡିଥିଲା ଭାଇଚାରାର ରାୟଗଡା ସହର ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଗତ ୧୪ତାରିଖ ଅପରାହ୍ନ ୩ଟାରେ ରାୟଗଡା ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀଙ୍କ ମନ୍ଦିର ଓ ଶ୍ରୀ ଜଗନ୍ନାଥ ମନ୍ଦିରରୁ ଆଞାମାଳ ଏକ ଶୋଭାଯାତ୍ରାରେ ଅଣାଯାଇ ସଭା ମଣ୍ଡପରେ ସ୍ଥାପନା କରାଯିବା ପରେ ପଂଜିକା ପଠନ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ ୨ଦିନର ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଦିବାସୀ କଲ୍ୟାଣ ଓ ଆଇନ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା, ସମ୍ମାନୀତ ଅତିଥି ଭାବେ ଜିଲ୍ଳା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଶ୍ରୀମତି ଅନୁସୂୟା ମାଝି, ରାୟଗଡା ବିଧାୟକ ମକରନ୍ଦ ମୁଦୁଲି,ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଠା ସୁଧୀର ଦାସ, ଜିଲ୍ଳା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ୱତୀ ମାଝି, ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା, ପୈାରାଧ୍ୟକ୍ଷା ଶ୍ରମୀତି ଶୁଭ୍ରା ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଦୁର୍ଗା ପ୍ରସାଦ ପଣ୍ଡା, ସୁନୀଲ ଚନ୍ଦ୍ର ପଣ୍ଡା, ଆପଲାସ୍ୱାମୀ କାଡ୍ରକା, ବସନ୍ତ ଉଲାକା, ଶିବ ପଟ୍ଟନାୟକ, ୟାଲା ଭେଙ୍କେଟେଶ୍ୱର ରାଓ, କାଶିନାଥ ନାଇଡୁ,ବିରଜା ପାତ୍ର,ସତ୍ୟସୁନ୍ଦର ପାଢୀ, ଅଶୋକ ପଣ୍ଡା, ଦେବାଶିଷ ଖାଡଙ୍ଗା, ନାରାୟଣ ପଣ୍ଡାଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Udyog Nursery
Udyogi Nursery

ଅନୁଷ୍ଠିତ ପ୍ରଥମ ଦିନର ସାଂସ୍କୃତିକ କାର୍ଯ୍ୟକ୍ରମରେ ରାଜ୍ୟର ସୁନାମଧନ୍ୟ କଣ୍ଠଶୀଳ୍ପି କୁମାର ଦୀପୁନା, ଅନନ୍ୟା ସାହୁ, ଅଲିଭା ସ୍ମୃତି ରଥ, ରାଜ କିଶୋର ପ୍ରମୁଖ ଅତି ସୁନ୍ଦର ଭଜନ ଗାନ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । କମିଟି ପକ୍ଷରୁ ହଜାର ହଜାର ଦର୍ଶକଙ୍କ ନିମନ୍ତେ ପଣା ବଂଟନ ସହ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ଚଳିତ ବର୍ଷ ପଣା ସଂକ୍ରାନ୍ତିକୁ ଆଡମ୍ବର ସହକାରେ ପାଳନ କରିବା ଉପଲକ୍ଷେ ବିଭିନ୍ନ ବର୍ଗଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିବା ବେଳେ ଏଥିରେ କୃତି ଲାଭ କରିଥିବା ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଓଡିଆମାନଙ୍କ ନବ ବର୍ଷ, ବିଷୁବ ପଣା ସଂକ୍ରାନ୍ତି ଓ ମହାବୀର ଜୟନ୍ତି ଭଳି ପାରମ୍ପରିକ ସଂସ୍କୃତିକୁ ପ୍ରତ୍ୟେକ ବର୍ଷ ଆନନ୍ଦଉଲ୍ଳାସରେ ପାଳନ କରିବା ପାଇଁ ବିଷୁବ ବନ୍ଧୁ ମିଳନ ଉତ୍ସବ କମିଟି ସହର ସମେତ ଆଖାପାଖ ଅଂଚଳର ସମସ୍ତ ବର୍ଗର ବ୍ୟକ୍ତିବିଶେଷମାନଙ୍କୁ ନେଇ ବିରାଟ ଭାବେ ଆୟୋଜନ କରାଯାଇ ସମସ୍ତଙ୍କ ଭିତରେ ଭାଇଚାରାର ସଂପର୍କକୁ ଅତି ନିବିଡ କରିବାର ଏକ ପ୍ରୟାସ ବୋଲି ଉତ୍ସବ କମିଟି ସଭାପତି ଡଃ.ନିରଂଜନ ବକ୍ସିପାତ୍ର ପ୍ରକାଶ କରିଛନ୍ତି ।

ରାୟଗଡା ଭଳି ଉପାନ୍ତ ତଥା ସୀମାନ୍ତ ସହରରେ ହଜାର ହଜାର ସଂଗୀତ ପ୍ରେମୀ ଓ ଦର୍ଶକଙ୍କ ମଧ୍ୟରେ କଳାକାରମାନଙ୍କ ପ୍ରତି ରହିଥିବା ଭଲ ପାଇବାକୁ ମଂଚରେ ପରିବେଷଣ କରିଥିବା ସମସ୍ତ କଳାକାରମାନେ ଭୂୟସୀ ପ୍ରଶଂସା କରି ରହି ପାରି ନ ଥିଲେ । ଯାହାକି ଉତ୍ସବ କମିଟିର ସଦସ୍ୟମାନଙ୍କୁ ଆୟୋଜିତ କରାଯାଇଥିବା କାର୍ଯ୍ୟକ୍ରମର ସଫଳତାକୁ ନେଇ ବେଶ୍ ଉତ୍ସାହିତ କରିପାରିଥିଲା । ଜିସିଡି ହାଇସ୍କୁଲ ଠାରେ ୨ଦିନ ଧରି ଆୟୋଜିତ ହୋଇଥିବା ବିଷୁବ ବନ୍ଧୁ ମିଳନ ଉତ୍ସବରେ ହଜାର ହଜାର ସଂଖ୍ୟାରେ ଦର୍ଶକଙ୍କ ଉପସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଳା ପୋଲିସ ତଥା ରାୟଗଡା ଥାନା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କଡାକଡି ଏବଂ ଟ୍ରାଫିକ୍ ନିୟନ୍ତ୍ରଣ କରାଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.