କଳାହାଣ୍ଡିରେ ଇନ୍ଦିରା ଗାନ୍ଧୀ ଜାତୀୟ ଆଦିବାସୀ ବିଶ୍ବବିଦ୍ୟାଳୟର ଏକ କ୍ୟାମ୍ପସ ପ୍ରତିଷ୍ଠା ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖିଲେ ଅବିନାଶ ଠାକୁର 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଇନ୍ଦିରା ଗାନ୍ଧୀ ଜାତୀୟ ଆଦିବାସୀ ବିଶ୍ବବିଦ୍ୟାଳୟର ଏକ କ୍ୟାମ୍ପସ କଳାହାଣ୍ଡି ଜିଲ୍ଲାରେ ପ୍ରତିଷ୍ଠା ପାଇଁ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ରାଜ୍ୟ ଛାତ୍ର ବିଜେଡ଼ି କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର । ଏଠାରେ ସୂଚନାଯୋଗ୍ୟ ଯେ, ଇନ୍ଦିରା ଗାନ୍ଧୀ ଜାତୀୟ ଆଦିବାସୀ ବିଶ୍ବବିଦ୍ୟାଳୟର ଏକ କ୍ୟାମ୍ପସ କଳାହାଣ୍ଡି ଜିଲ୍ଲାରେ ପ୍ରତିଷ୍ଠା ପାଇଁ ୨୦୧୦ ମସିହାରେ ଉଦ୍ୟମ ଆରମ୍ଭ ହୋଇଥିଲା । ଏଥିପାଇଁ କଳାହାଣ୍ଡି ଜିଲ୍ଲାର ଆଦିବାସୀ ବହୁଳ ଅଞ୍ଚଳ ଥୁଆମୂଲ ରାମପୁର ଠାରେ ଜାଗା ଚିହ୍ନଟ କରାଯାଇ ଜିଲ୍ଲା ପ୍ରଶାସନ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ୨୦୧୦ ମସିହାରୁ ପ୍ରେରିତ କରାଯାଇଛି । ହେଲେ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରୀ  ବିଶେଶ୍ବର ଟୁଡୁଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ମୟୂରଭଞ୍ଜ ଜିଲ୍ଲା ପରିଦର୍ଶନ କରିବାସହ ସେଠାର ଆଦିବାସୀ ବିଶ୍ବବିଦ୍ୟାଳୟର କ୍ୟାମ୍ପସ ପ୍ରତିଷ୍ଠା ପାଇଁ ମସୁଧା କରୁଥିବା ଜଣାପଡିଛି । ଏହା ଦ୍ବାରା କଳାହାଣ୍ଡିର ଆଦିବାସୀ ଭାଇ ଭଉଣୀଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ଉପେକ୍ଷା ସହ କେବିକେର ମଧ୍ୟାଞ୍ଚଳ ଆକାଂକ୍ଷୀ ଜିଲ୍ଲା କଳାହାଣ୍ଡି ପ୍ରତି ବୈମାତୃକ ମନୋଭାବ ଦର୍ଶାଉଛି । କଳାହାଣ୍ଡି ଜିଲ୍ଲାରେ ସମସ୍ତ ପ୍ରକାରର ସୁବିଧା ଥିବା ସତ୍ତ୍ବେ ଆଦିବାସୀ ବିଶ୍ବବିଦ୍ୟାଳୟରୁ ବଞ୍ଚିତ ହେବା ନିଶ୍ଚିତ ଭାବରେ ଏକ କ୍ଷୋଭର ବିଷୟ । ଏଣୁ କେନ୍ଦ୍ର ସରକାର ଏହା ଉପରେ ପୁନଃ ବିଚାର କରି ତ୍ୱରିତ ପଦକ୍ଷେପ ନେବାପାଇଁ ରାଜ୍ୟ ଛାତ୍ର ବିଜେଡ଼ି କାର୍ଯ୍ୟକାରୀ ସଭାପତି ଶ୍ରୀ ଠାକୁର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆଜି ଚିଠି ମାଧ୍ୟମରେ ଅନୁରୋଧ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.