ଭାନପୁର ପଂଚାୟତରେ ବିଡ଼ିଓଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ୧୦୦ ରୁ ଉର୍ଦ୍ଧ୍ବ ଅଭିଯୋଗ କାରୀ ତାଲିକା ଭୁକ୍ତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକର ପଞ୍ଚାୟତ ଗୁଡିକରେ ପ୍ରତି ସୋମବାର ଗ୍ରାମ ପଞ୍ଚାୟତ ସ୍ତରୀୟ ବିଡ଼ିଓଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ସୋମବାର ୧/୫ନର୍ଲା ବ୍ଲକ ର ଭାନପୁର ଗ୍ରାମ ପଞ୍ଚାୟତ ଠାରେ ବିଡ଼ିଓଙ୍କ ଯୁଗ୍ମ ଅଭିଯୋଗଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବାସନ୍ତି ସେଠି, ଅତିରିକ୍ତ ବିଡିଓ ଦେବେନ୍ଦ୍ର ସାମଲ, ସିଡିପିଓ ଶ୍ରୀମତୀ ନିବାସିନୀ ବିଶ୍ୱାଳ, ଟାଟା ପାୱାର ନର୍ଲା କର୍ମଚାରୀ, ନର୍ଲା ମେଡ଼ିକାଲ ଷ୍ଟାଫ, ବନ ବିଭାଗ କର୍ମଚାରୀ, ଯୋଗାଣ ବିଭାଗ ଅଧିକାରୀ, ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ନର୍ଲା ର ସହକାରୀ ଯନ୍ତ୍ରୀ ସୁରେନ୍ଦ୍ର ସୁନାନୀ, ବିଏସଏସଓ ପ୍ରଦୀପ ବେହେରା, ଭାନପୁର ଗ୍ରାମ୍ୟ କୃଷି କର୍ମଚାରୀ ଜ୍ୟୋତ୍ସ୍ନା ମହାପାତ୍ର ଓ ସମସ୍ତ ବିଭାଗୀୟ ଅଧିକାରୀ, ଆଶା, ଅଙ୍ଗୱାଡି କର୍ମି ଉପସ୍ଥିତ ରହିଥିବା ବେଳେ ଗ୍ରାମ ପଞ୍ଚାୟତ କର୍ମଚାରୀ ମୀନକେତନ ହାତୀ, କେଦାର ନିଆଲ, ରଘୁନାଥ ଭୋଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ଭାନପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ଅନନ୍ତରାମ ମାଝୀଙ୍କ ଉପସ୍ଥିତି ରେ ଜନସାଧାରଣ ଙ୍କ ଅଭିଯୋଗ ଶୁଣାଣୀ ଶିବିରଟି ଶାନ୍ତି ଶୃଙ୍ଖଳା ସହ ଅନୁଷ୍ଠିତ ହୋଇ ଯାଇଛି। ଭାନପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ କ୍ଷୀରସିନ୍ଧୁ ରଣା ଶିବିର ପରିଚାଳନା କରିଥିଲେ । ଏହି ଅଭିଯୋଗ ଶୁଣାଣୀ ଶିବିରରେ ୧୦୦ ଜଣ ରୁ ଉର୍ଦ୍ଧ୍ବ ଅଭିଯୋଗ କାରୀ ଆପତ୍ତି ଅଭିଯୋଗ କୁ ତାଲିକା ଭୁକ୍ତ କରାଯାଇଛି। ଏଥି ମଧ୍ୟରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ରହିଥିବା ଅଭିଯୋଗ, ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ଜମି ଜମା ସଂକ୍ରାନ୍ତୀୟ ମାମଲା, କୃଷି ସମ୍ବନ୍ଧୀୟ ସମସ୍ୟା, ଥାନାରେ ରହିଥିବା କେସ, ବିଦ୍ୟୁତ ସଂଯୋଗୀ କରଣ ବିଷୟରେ ଅଭିଯୋଗ ମାନ ହୋଇଥିଲା । ସୋମବାର ସାପ୍ତାହିକ ବଜାର ଦିନ ହୋଇଥିବାରୁ ଭାନପୁର ଗ୍ରାମ ପଂଚାୟତରେ ପ୍ରବଳ ଜନ ସମାଗମ ଦେଖିବାକୁ ମିଳିଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.