ବିଭିନ୍ନ ବିଭାଗୀୟ ଓ ପୋଲିସ ଅଧିକାରୀ ମାନଙ୍କର ସମନ୍ୱୟ ବୈଠକ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଉପଖଣ୍ଡରେ ସଡ଼କ ସୁରକ୍ଷା ଓ ଆଇନ ଶୃଙ୍ଖଳା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପ୍ରଶାସନର ବିଭିନ୍ନ ବିଭାଗୀୟ ଅଧିକାରୀ ଓ ପୋଲିସ ବିଭାଗର ସମନ୍ୱୟ ବୈଠକ ଅନୁଷ୍ଠିତ ଗତ ଗୁରୁବାର ଦିନ ସ୍ଥାନୀୟ ଉପଜିଲ୍ଲାପାଳ, ରାୟଗଡଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା l ଉପଜିଲ୍ଲାପାଳ ଭୀମସେନ ଶବରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ପ୍ରକଳ୍ପ ପ୍ରଶାସକ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ରାୟଗଡ ଦିଲ୍ଲୀପ କୁମାର ବେହେରା, ଉପଖଣ୍ଡ ପୋଲିସ ଅଧିକାରୀ ଦେବଜ୍ୟୋତି ଦାସ ଯୋଗଦାନ କରି ଆଲୋଚନା କରିଥିଲେ l ବିଶେଷ କରି ଆଇନ ଶୃଙ୍ଖଳା ପରିସ୍ଥିତି, ସଡ଼କ ସୁରକ୍ଷା ଏବଂ ସିଏସଆର ଦାୟିତ୍ୱ ଉପରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ l ସଡ଼କ ଦୁର୍ଘଟଣା ଯୋଗୁଁ ଧନଜୀବନ ବହୁତ କ୍ଷତି ହେଉଥିବାରୁ ଏଥିନିମନ୍ତେ ଦୃଢ଼ ପଦକ୍ଷେପ ନେବାକୁ ବୈଠକରେ ଆଲୋଚନା କଯାଇଥିଲା l ଉପଖଣ୍ଡ ପୋଲିସ ଅଧିକାରୀ ଶ୍ରୀ ଦାସ ଏଥିନିମନ୍ତେ ବିସ୍ତୃତ ଭାବରେ କାର୍ଯ୍ୟକ୍ରମ ଗୁଡିକ କାର୍ଯ୍ୟକାରୀ କରିବାକୁ ଉପସ୍ଥାପନା କରିଥିଲେ l ରାୟଗଡ଼ ସହର ଭିତରକୁ ବଡ଼ ଗାଡି ଗୁଡିକ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ l ହୋଟେଲ ସାଇ ଇଣ୍ଟେରନାସିନାଲ ଛକ ଠାରୁ ସିରିକଣା ଫେଇ ବଡ ଭାରୀଯାନ ଗାଡି ସବୁ ଯିବା ଆସିବା କରିବେ l ପୋଲିସ ବିଭାଗ ତରଫରୁ ଯଥେଷ୍ଟ ସାଇନ ବୋର୍ଡ ଲଗାଯିବା l ସ୍ୱତନ୍ତ୍ର ଉଛେଦ ପ୍ରକ୍ରିୟାରେ ରାସ୍ତା କଡ ଜବରଦଖଲ ଉଚ୍ଛେଦ କରାଯିବ l ଏଥିନିମନ୍ତେ ପୋଲିସ, ପୌର ପରିଷଦ, ତହସିଲଦାର ଓ ଆଇଆଇସି ଟାଉନ ଥାନାର ସହାୟତା ନିଆଯିବ l ଦ୍ରୁତ ଓ ବେପାରୁଆ ଗାଡି ଚାଳକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଆଂଚିଳିକ ପରିବହନ ଅଧିକାରୀ ରାୟଗଡ଼ଙ୍କୁ ଅନୁରୋଧ କରାଯାଇଥିଲା l ସହର ମଧ୍ୟରେ ସଡ଼କ ଦୁର୍ଘଟଣା କମ କରିବା ନିମନ୍ତେ ରାସ୍ତାକଡ଼ରେ ସାଇନ ବୋର୍ଡ, ସିଗ୍ନାଲ ଆଦି ଦେବା ସହିତ ଆମ୍ବଗୁଡା, ଗଜପତି ଛକ, ହନୁମାନ ମନ୍ଦିର, ତୁମ୍ବିଗୁଡା ଛକ ଓ ହୋଣ୍ଡା ଶୋଅ ରୁମ ଛକରେ ସିଲିଙ୍ଗ, ରିଲିଙ୍ଗ ବ୍ୟସ୍ଥା କରିବାକୁ ଜାତୀୟ ରାଜପଥ କର୍ତ୍ତ୍ତୃପକ୍ଷକୁ ନିର୍ଦ୍ଦେଶ ଦିଆଯାଇଥିଲା l ପ୍ରତ୍ୟେକ ସ୍ତରରେ ବ୍ୟାପକ ଜନ ସଚେତନତା ସୃଷ୍ଟି କରିବା,କଡା କଡ଼ି ଯାଞ୍ଚ କରିବା, ସଡ଼କ ନିର୍ମାଣ କାର୍ଯ୍ୟକୁ କଡାକଡି ଭାବେ ଯାଞ୍ଚ କରିବା ଆଦି ଉପରେ ଆଲୋଚନା କରିଥିଲେ l କଡାକଡି ଯାଞ୍ଚ ବେଳେ ମଦ୍ୟପ ଗାଡି ଚାଳକ ପ୍ରମାଣିତ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ଓ ପ୍ରସିଡ଼ିଙ୍ଗ କରାଯିବା ସହିତ ୨୪ଘଣ୍ଟା ମଧ୍ୟରେ କେଶ ଫୋରୱାର୍ଡ କରାଯିବ l ବିଦ୍ୟାଳୟ ଓ ବିଭିନ୍ନ ଅନୁଷ୍ଠାନ ତରଫରୁ ବ୍ୟାପକ ସଚେତନତା ସହ ରାସ୍ତାରେ ସାଇନିଙ୍ଗ ବୋର୍ଡ ଠିକ ଭାବରେ ଲଗାଯିବା, ଗାଡ଼ିଚାଳକଙ୍କ ଦ୍ରୁତଗତି ଆୟୋତ କରିବା ନେଇ ରାସ୍ତା ଓ କୋଠାବାଡି ଏବଂ ଜାତୀୟ ରାଜପଥ ବିଭାଗ ଆଦିକୁ ନିର୍ଦ୍ଦେଶ ଦେଇଥିଲେ l ଏହା ସହିତ ସିଏସଆର କାର୍ଯ୍ୟକ୍ରମକୁ ମଧ୍ୟ୍ୟ ଏହି ସବୁ କ୍ଷେତ୍ରରେ ସାମିଲ ହେବା ନିମନ୍ତେ ବିଭିନ୍ନ କର୍ପୋରେଟର ଯଥା ଉତ୍କଳ ଆଲୁମିନା,ଜେକେ କାଗଜ କଳ ଏବଂ ଇମ୍ଫା ଥେରୁବାଲିକୁ ଅନୁରୋଧ କରାଯାଇଛି | ଏହି ବୈଠକରେ ଆଂଚିଳିକ ପରିବହନ ଅଧିକାରୀ, ରାୟଗଡା ଓ କୋଲନର ବିଡ଼ିଓଙ୍କ ସମେତ  ରାୟଗଡ଼, କଲ୍ୟାଣସିଂହପୁର ତହସିଲଦାର,ଜିଲ୍ଲା ମଂଗଳ ଅଧିକାରୀ, ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ, ଶିଳ୍ପ ସଂସ୍ଥାର ଲୋକସମ୍ପର୍କ ଅଧିକାରୀ, ଉପଖଣ୍ଡ ସ୍ଥରୀୟ ଅଧିକାରୀ ପ୍ରମୁଖ ଯୋଗଦାନ କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.