ଧର୍ମଗଡ଼ ବ୍ଲକ ଯାଦବ ମହାସଭାର କାର୍ଯ୍ୟକାରିଣୀ ବୈଠକ

ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼ (ଲବଣୀ ରାଉତ): ଧର୍ମଗଡ଼ ବ୍ଲକ ଯାଦବ ମହାସଭାର କାର୍ଯ୍ୟକାରୀ ବୈଠକ ପର୍ଲା ପଞ୍ଚାୟତ ସିନା ପଡ଼ା ଠାରେ ଅନୁଷ୍ଠିତ ହୋଇଯାଇଛି । ଧର୍ମଗଡ଼ ବ୍ଲକ ଯାଦବ ସମିତି ସଭାପତି ତଥା ଜିଲ୍ଲା ପରିଷଦ ସଦସ୍ୟ ଶଙ୍କର ପ୍ରସାଦ ଜୁଏଡ଼ଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ ବୈଠକରେ  ମୁଖ୍ୟଅତିଥି ଭାବେ ଧର୍ମଗଡ଼ ବିଧାୟକ ମୌଷଧି ବାଗ, ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସଭାପତି ନୃପରାଜ ଯାଦବ ଓ ମୁଖ୍ୟ ବକ୍ତା ଭାବେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ସାଧାରଣ ସମ୍ପାଦକ ସଞ୍ଜୟ ଧଙ୍ଗଡାମାଝୀ ଉପସ୍ଥିତ ରହି ମାର୍ଗଦର୍ଶନ ଦେଇଥିଲେ । ଏଥିରେ ଧର୍ମଗଡ଼ ବ୍ଲକ ଯାଦବ ସମିତିର ସାଧାରଣ ସମ୍ପାଦକ ପତିରାମ ହଂସ, ଧର୍ମଗଡ଼ ବ୍ଲକ ଯୁବ ଯାଦବ ମହାସଭା ସଭାପତି ଲବଣୀ ରାଉତ, ଶିକ୍ଷାବିତ ହୃଷିକେଶ ବାଗ,  ତୁଳସିରାମ ବାରିକ, ଜିଲ୍ଲା ଯୁବ ଯାଦବ ମହାସଭା ଉପସଭାପତି ଡାକେଶ୍ୱର ଲହଜଳ, ରାମପ୍ରସାଦ ଗୋପାଳଙ୍କ ସମେତ ଧର୍ମଗଡ଼ ବ୍ଲକର ସମସ୍ତ ଆଞ୍ଚଳିକ ସଭାପତି ଏବଂ ସମ୍ପାଦକମାନେ  ଉପସ୍ଥିତ ରହି ନିଜ ନିଜର ମୂଲ୍ୟବାନ ମତ ପ୍ରକାଶ କରିଥିଲେ । ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ସମାଜ ସଂସ୍କାର, ନିଶା ନିବାରଣ, ଶିକ୍ଷା ଓ ରାଜନୈତିକ ବିନ୍ଦୁ ଉପରେ ଆଲୋକପାତ କରାଯାଇଥିଲା । ଏହି ଅବସରରେ ଧର୍ମଗଡ଼ ବ୍ଲକ ଯାଦବ ଭବନ ନିର୍ମାଣ ପାଇଁ ଭୂମିଦାନ କରିଥିବା ବିଶିଷ୍ଟ ଯାଦବ ବ୍ୟକ୍ତିତ୍ବ ରାମପ୍ରସାଦ ଗୋପାଳ ଓ ତାଙ୍କ ଭାଇ ଅନାମ ଗୋପାଳଙ୍କୁ ଅତିଥିମାନେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏହାସହ ଏକ ଭବ୍ୟ ଯାଦବ ଭବନ ନିର୍ମାଣ ପାଇଁ ଧର୍ମଗଡ଼ ବିଧାୟକ ମୌଷଧି ବାଗଙ୍କୁ ଅନୁରୋଧ କରାଯାଇଥିଲା । 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.