ପାଣ୍ଡିଆନଙ୍କ ଗସ୍ତ ପରେ ନର୍ଲା ରାଜନୀତି ସରଗରମ; ବିରୋଧିଙ୍କ କଟାକ୍ଷ 

‘୫-ଟି’ ହାଇସ୍କୁଲ ଓ ଡାକ୍ତରଖାନା ‘ଉପର ଚିକ୍କଣ ଭିତର ପୋଲା’

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲାକୁ ଗସ୍ତ କରିଛନ୍ତି ୫ଟି ସଚୀବ ଭିକେ ପାଣ୍ଡିଆନ । ୧୯/୨୦ ଦୁଇ ଦିନ ଧରି ତାଙ୍କର ଗସ୍ତ କାର୍ଯ୍ୟକ୍ରମ ରହିଥିବା ବେଳେ ୫ଟି ଯୋଜନାରେ ଅନୁଦାନ ପ୍ରାପ୍ତ କେତେକ ଯୋଜନାକୁ ପର୍ଯ୍ୟବେକ୍ଷଣ କରିଛନ୍ତି । ୧୯/୫ ଶୁକ୍ରବାର କର୍ଲାମୁଣ୍ଡା, ମ.ରାମପୁର ଓ ନର୍ଲା ବ୍ଲକ ଗସ୍ତ କରିଥିଲେ । ୨୦/୫ ରେ କଳାହାଣ୍ଡିର ଅନ୍ୟାନ୍ୟ ବ୍ଲକ ଗସ୍ତ କରିଥିଲେ ୫ଟି ସଚୀବ ଶ୍ରୀ ପାଣ୍ଡିଆନ । ଶୁକ୍ରବାର ପବିତ୍ର ସାବେତ୍ରୀ ଅମାବାସ୍ୟା ଭଳି ଦିନରେ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ୩,୦୦୦ ରୁ ଉର୍ଦ୍ଧ୍ବ ମହିଳାଙ୍କୁ ନର୍ଲା ବ୍ଲକର ୨୬ ଗୋଟି ଗ୍ରାମ ପଞ୍ଚାୟତରୁ ୩୦ ଗୋଟି ସରକାରୀ ବସ ଯୋଗେ ଅଣା ଯାଇଥିଲା କାର୍ଯ୍ୟକ୍ରମ ରହିଥିବା ନର୍ଲା ହାଇସ୍କୁଲ ପଡିଆକୁ । ମହିଳା ଓ ପୁରୁଷ ମିଶି ୫,୦୦୦ ରୁ ଉର୍ଦ୍ଧ୍ବ ଜନ ସମାବେଶ ହୋଇଥିଲା କାର୍ଯ୍ୟକ୍ରମ ସ୍ଥଳରେ । ୫ଟି ସଚୀବ ମଞ୍ଚରେ ମାତ୍ର ୨ ମିନିଟ ବକ୍ତବ୍ୟ ରଖିଥିବା ବେଳେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କ ପାଖକୁ ଯାଇ ପ୍ରଣାମ କରି ଭେଟିବା ସହ ସେଲଫି ନେବା ଭଳି ଘଟଣାକୁ କଟାକ୍ଷ କରିଛନ୍ତି ବିରୋଧି । ଏହାକୁ ନେଇ ବିରୋଧି ନର୍ଲା କଂଗ୍ରେସ ତରଫରୁ ଭିକେ ପାଣ୍ଡିଆନଙ୍କ କାର୍ଯ୍ୟକ୍ରମକୁ ରାଜନୀତି କରଣ ବୋଲି କୁହାଯାଉଥିବା ବେଳେ ଜଣେ ପ୍ରଶାସନିକ ଅଧିକାରୀଙ୍କ ଏତାଦୃଶା ୫,୦୦୦ ରୁ ଉର୍ଦ୍ଧ୍ବ ଜନସାଧାରଣଙ୍କୁ ନେଇ ସାଧାରଣ ସଭା କରିବା ଘଟଣାକୁ ବିରୋଧି ବିଜେପି ଏବଂ ବିଭିନ୍ନ ମହଲରେ ସମାଲୋଚନା କରାଯିବା ସହ ଆଗାମୀ ନିର୍ବାଚନ ପାଇଁ ଏହା ବିଜେଡିର ପ୍ରାୟୋଜିତ କାର୍ଯ୍ୟକ୍ରମ ଏବଂ ପ୍ରଶାସନିକ ଅଧିକାରୀ ଅପରାଜିତା ଷଢଙ୍ଗୀଙ୍କ ଭଳି ଶ୍ରୀ ପାଣ୍ଡିଆନ କିମ୍ବା ତାଙ୍କ ସହଧର୍ମିଣୀ ସିଧାସଳଖ ରାଜନୈତିକ ମଇଦାନକୁ ଓହ୍ଲେଇବା ପାଇଁ ଏହା ପୂର୍ବ ପ୍ରସ୍ତୁତି କାର୍ଯ୍ୟକ୍ରମ ବୋଲି ସେମାନେ କହୁଥିବା ଶୁଣିବାକୁ ମିଳିଛି । ୫ଟି ଯୋଜନାରେ କୋଟି କୋଟି ଟଙ୍କା ବିନିଯୋଗ କରାଯାଇ ରାଜ୍ୟ ସରକାର ସାରା ରାଜ୍ୟର ସରକାରୀ ଓ ଅନୁଦାନ ପ୍ରାପ୍ତ ଉଚ୍ଚ ବିଦ୍ୟାଳୟ ଗୁଡିକର ବାହ୍ୟ ପରିବେଶ ମନଲୋଭା ଓ ଆକର୍ଷଣୀୟ କରିବା ସହିତ କମ୍ପ୍ୟୁଟର ଭଳି ଶିକ୍ଷା ଉପକରଣ ଗୁଡିକ ଯୋଗାଇ ଦେଇଛନ୍ତି । ହେଲେ ଏବେବି ବିଦ୍ୟାଳୟ ଗୁଡିକରେ ଶିକ୍ଷକ ଅଭାବ ସମସ୍ୟା ଲାଗିରହିଛି । ସେହିଭଳି ବ୍ଲକ ହେଡ କ୍ୱାଟରର୍ସର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକୁ ୫ଟି ଯୋଜନାରେ ସାମିଲ କରି ଏହାର ବିକାଶ କରିଦେଲେ ହେଲେ ଦୂର ହୋଇପାରିନି ଡାକ୍ତର ସମସ୍ୟା । କଳାହାଣ୍ଡି ଜିଲ୍ଲାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଛାଡିଦେଲେ ଜିଲ୍ଲାର ଅନ୍ୟ କୌଣସୀ ଡାକ୍ତରଖାନାରେ ବିଶେଷଜ୍ଞ ଡାକ୍ତରତ ନାହାନ୍ତି ଆବଶ୍ୟକ ପରିମାଣର ଡାକ୍ତର ମଧ୍ୟ ନାହାନ୍ତି । ଫଳରେ କଳାହାଣ୍ଡି ଜିଲ୍ଲା ଲୋକେ ରୋଗୀ ଙ୍କୁ ନେଇ ବିଶାଖାପାଟନମ ଓ ଭୂବନେଶ୍ୱର ଘରୋଇ ଡାକ୍ତଖାନା ମୁହାଁ ହେଇ ଖର୍ଚ୍ଚ।ନ୍ତ ହେଉଛନ୍ତି । ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନର୍ଲା ବ୍ଲକ ର ୨୬ ଗୋଟି ଗ୍ରାମ ପଞ୍ଚାୟତ ଓ ପଡୋଶୀ ଲାଞ୍ଜିଗଡ ବ୍ଲକ ର ଅନେକ ଗାଁର ଲୋକେ ନିର୍ଭର କରୁଥିବା ବେଳେ ମାତ୍ର ୩ ଜଣ ଡାକ୍ତରରେ ଚାଲିଛି ନର୍ଲା ଡାକ୍ତରଖାନା । ଫାର୍ମାଶିଷ୍ଟ ମାନଙ୍କ ଦୟାରେ ଚାଲିଛି ନର୍ଲାର ପାଞ୍ଚଗୋଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର । ନର୍ଲା ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରରେ ଶବ ବ୍ୟବଚ୍ଛେଦ ଗୃହଟେ ନାହିଁ । ଏଠାକାର ଲୋକେ ଶବ ବ୍ୟବଚ୍ଛେଦ ପାଇଁ ଦୀର୍ଘ ୩୦ କିମି ଭବାନୀପାଟଣା ଓ ମ. ରାମପୁର ୨୬ କି. ମି ଅନେକ ହଇରାଣ ହରକତ ହେଉଛନ୍ତି । ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠୁଛି କେବେ ଦୂର ହେବ ବିଦ୍ୟାଳୟ ଗୁଡିକରେ ଶିକ୍ଷକ ସମସ୍ୟା ଓ ଡାକ୍ତରଖାନା ଗୁଡିକରେ ଡାକ୍ତର ସମସ୍ୟା? ରାଜ୍ୟ ସରକାରଙ୍କ ନିରବଚ୍ଛିନ୍ନ ୨୦ ବର୍ଷର ଶାସନ କାଳ ମଧ୍ୟରେ କଳାହାଣ୍ଡିର ଦାଦନ ସମସ୍ୟା କମିବ କଣ ୨୧ ପ୍ରତିଶତ ବଢିଥିବା ଆଲୋଚନା ହେଉଛି । ନର୍ଲା ବ୍ଲକ ଅଞ୍ଚଳ ୮୦ ପ୍ରତିଶତ ଚାଷ ଜମି ଅଣ ଜଳସେଚିତ ଅଞ୍ଚଳ । ଏଠାକାର ଚାଷୀ ଇନ୍ଦ୍ର ଦେବଙ୍କ ଭରଷାରେ ଚାଷକାର୍ଯ୍ୟ କରିଥାନ୍ତି । ଏତେସବୁ ମୌଳିକ ସମସ୍ୟା ନର୍ଲାରେ ରହିଥିବା ବେଳେ ୫ଟି ରେ ହାଇସ୍କୁଲ ଓ ଡାକ୍ତରଖାନା ସବୁ ଚକ ଚକିଆ ହେଉଥିବା ଦେଖି ବିରୋଧି ଓ ଜନସାଧାରଣ କହୁଛନ୍ତି ‘ଉପର ଚିକ୍କଣ ଭିତର ପୋଲା’ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.