ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ପଶ୍ଚିମବଙ୍ଗ ହାୱାଡା ଜିଲ୍ଲାରର ତପନ ବୁଢ଼େକ ନାମକ ଜଣେ ବୃଦ୍ଧ ଭୁଲ ବଶତଃ ଟ୍ରେନରେ ଚଢି ଭବାନୀପାଟଣା ପହଂଚିଥିଲେ l ସେ ଦୀର୍ଘଦିନ ହେଲା ଭବାନୀପାଟଣାର ଏପଟେ ସେପଟେ ଘୁରି ବୁଲୁଥିଲା l ତାଙ୍କର ଭାଷା କେହି ବୁଝି ପାଉନଥିଲେ l ଯୋଉଠି ଯାହା ମିଳିଲା ସେଇଆ ଖାଇ ଯୋଉଠି ସେଠି ଶୋଇପଡୁଥିଲେ l ଆଜି ସେ ଜିଲ୍ଲା ଭିନ୍ନକ୍ଷମ ଓ ସଶକ୍ତିକରଣ ବିଭାଗ ଅଫିସକୁ ଯାଇ ବସିଥିଲେ l ଏହା ଦେଖି ଅଫିସର ରମେଶ ଜେନା, ଅରୁଣ ମହାପାତ୍ର ଖୁସି ଚାରିଟେବୁଲ ଟ୍ରଷ୍ଟର କର୍ମକର୍ତ୍ତା ଯଶୋବନ୍ତ ରଣାଙ୍କୁ ସୂଚନା ଦେଇଥିଲ l ପରେ ତପନ ବୁଢ଼େକଙ୍କୁ ପଚାରିବାରୁ ସେ ପଶ୍ଚିମବଙ୍ଗ ହାୱାଡା ଜିଲ୍ଲାର ବୋଲି ଜଣେଇଥିଲେ l ସେ ଭୁଲରେ ଏଠିକୁ ଆସିଥିବା କହିଥିଲେ l ତାଙ୍କୁ ଟ୍ରେନରେ ଛାଡିଦେଲେ ସେ ଯିବେ ବୋଲି ଅନୁରୋଧ କରିଥିବାରୁ ଜିଲ୍ଲା ଭିନ୍ନକ୍ଷମ ଓ ସଶକ୍ତିକରଣ ବିଭାଗର ସହଯୋଗରେ ଟ୍ରଷ୍ଟର କର୍ମକର୍ତ୍ତା ଯଶୋବନ୍ତ ରଣା, ମହେନ୍ଦ୍ର ନାଏକ, ପ୍ରତାପ ସାହୁ, ସାଗର ସାହୁ ତାଙ୍କୁ ଗାଡ଼ିରେ ନେଇ କେସିଙ୍ଗା ରେଲୱେ ଷ୍ଟେସନରେ ହାୱାଡା ପାଇଁ ଟିକେଟ କାଟି ଟ୍ରେନରେ ବସେଇଥିଲେ l ସେ ଯିବା ସମୟରେ ବହୁତ ଖୁସି ଥିବା ଜଣା ପଡୁଥିଲେ ।