ପ୍ରକୃତି ମିତ୍ର ପୁରସ୍କାର ଲାଭ କଲା ଗଟାଙ୍ଗି ସରକାରୀ ଆଶ୍ରମ ବିଦ୍ୟାଳୟ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକର ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳରେ ଅବସ୍ଥିତ ଗଟାଙ୍ଗି ସରକାରୀ ଆଶ୍ରମ ବିଦ୍ୟାଳୟକୁ ମିଳିଛି ପ୍ରକୃତି ମିତ୍ର ପୁରସ୍କାର l ଏହି ବିଦ୍ୟାଳୟରେ କାର୍ଯ୍ୟରତ ପ୍ରକୃତି ପ୍ରେମୀ ସହକାରୀ ଶିକ୍ଷକ ତୀର୍ଥବାସୀ ଘଡ଼ାଇ, ଯାହାଙ୍କର ନେତୃତ୍ୱରେ ବିଦ୍ୟାଳୟରେ ଫୁଲ ବଗିଚା, ଔଷଧ ବଗିଚା, କିଚେନ ଗାର୍ଡେନ, ନିକଟସ୍ଥ ଗ୍ରାମରେ ଚାରା ବଣ୍ଟନ, ନୂତନ ଜଙ୍ଗଲ ସୃଷ୍ଟି, ଲୋକ ମାନଙ୍କ ମଧ୍ୟରେ ସଚେତନତା, ଶକ୍ତି ସଂରକ୍ଷଣ, ପ୍ଲାଷ୍ଟିକ ମୁକ୍ତ ସମାଜ ଗଠନ ଭଳି ବିଭିନ୍ନ କାର୍ଯ୍ୟ କରିସେ ଅନେକ ଅନୁଷ୍ଠାନ ପକ୍ଷରୁ ପ୍ରଶଂସାର ପାତ୍ର ହୋଇଛନ୍ତି l ଏହି ପରିପ୍ରେକ୍ଷୀରେ ରାଜ୍ୟ ସ୍ତରୀୟ ବିଶ୍ୱ ପରିବେଶ ଦିବସ ପାଳନ ଲୋକ ସେବା ଭବନ ଭୁବନେଶ୍ୱରରେ ଆୟୋଜିତ ହୋଇଥିଲା l

ଏହି ଉତ୍ସବରେ ବିଦ୍ୟାଳୟ ତରଫରୁ ପ୍ରକୃତି ମିତ୍ର ସହକାରୀ ଶିକ୍ଷକ ତୀର୍ଥବାସୀ ଘଡ଼ାଇ ଯୋଗଦେଇ ମାନ୍ୟବର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ ଠାରୁ “ପ୍ରକୃତି ମିତ୍ର” ପୁରସ୍କାର ମାନପତ୍ର ସହ କୋଡିଏ ହଜାର ଟଙ୍କାର ଏକ ଚେକ ଗ୍ରହଣ କରଛନ୍ତି l ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଘନଶ୍ୟାମ ପ୍ରଧାନ, ସମସ୍ତ କର୍ମଚାରୀ, ବିଦ୍ୟାଳୟ ପରିଚାଳନା କମିଟି, ଗ୍ରାମବାସୀ ଖୁସିବ୍ୟକ୍ତ କରିଛନ୍ତି । ଶ୍ରୀ ଘଡ଼ାଇଙ୍କ ନିକଟକୁ ବାଲିଗୁଡା ଜନସାଧାରଣ, ସ୍ଥାନୀୟ ପ୍ରଶାସନ ଓ ବୁଦ୍ଧିଜୀବୀଙ୍କ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି l ଏହି ପୁରସ୍କାର ପାଇ ଶ୍ରୀ ଘଡ଼ାଇଙ୍କୁ ଏଭଳି କାର୍ଯ୍ୟ କ୍ଷେତ୍ରରେ ଆଗାମୀ ଦିନରେ ନିଶ୍ଚୟ ଅଧିକ ଉତ୍ସାହ ପ୍ରଦାନ କରିବ ବୋଲି ନିଜ ବକ୍ତବ୍ୟ ରେ କହିଛନ୍ତି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.