ବ୍ରାଡମ୍ୟାନଙ୍କ ରେକର୍ଡ ସହ ସମକକ୍ଷ ହେବା ଲକ୍ଷ୍ୟରେ କୋହଲି

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ବୁଧବାର ଭାରତ-ଅଷ୍ଟ୍ରେଲିଆ ମୁହାଁମୁହିଁ ହେବେ । ଏହି ମ୍ୟାଚ ମାଧ୍ୟମରେ ବିରାଟ କୋହଲି ଅଷ୍ଟ୍ରେଲିଆ ମହାନ ବ୍ୟାଟ୍ସମ୍ୟାନ ଡନ ବ୍ରାଡମ୍ୟାନଙ୍କ ଏକ ରେକର୍ଡ ସହ ସମକକ୍ଷ ହେବା ପାଇଁ ଉଦ୍ୟମ କରିବେ । ବ୍ରାଡମ୍ୟାନ ଟେଷ୍ଟ କ୍ରିକେଟରେ ୨୯ ଶତକ ମାରିଥିବା ବେଳେ କୋହଲି ୨୮ ଶତକ ହାସଲ କରିଛନ୍ତି । ଯଦି ସେ ଶତକ ହାସଲ କରିବେ ତାହାହେଲେ ବ୍ରାଡମ୍ୟାନଙ୍କ ରେକର୍ଡ ସହ ସମକକ୍ଷ ହେବେ । ବର୍ତମାନ ଖେଳୁଥିବା କ୍ରିକେଟରଙ୍କ ମଧ୍ୟରେ ଅଷ୍ଟ୍ରେଲିଆ ସ୍ମିଥ ୩୦ ଶତକ ସହ ଆଗରେ ରହିଥିବା ବେଳେ ତାଙ୍କ ପଛକୁ ଜୋ ରୁଟ (୨୯) ରହିଛନ୍ତି । କୋହଲି ଯଦି ଏହି ମ୍ୟାଚରେ ୧୮୮ ରନ ହାସଲ କରିବେ ତାହାହେଲେ ରାହୁଲ ଡ୍ରାଭିଡଙ୍କ ରେକର୍ଡ ଭାଙ୍ଗିବେ । ଡ୍ରାଭିଡ ଅଷ୍ଟ୍ରେଲିଆ ବିପକ୍ଷରେ ୨୧୬୬ ରନ କରିଛନ୍ତି । ଡ୍ରାଭିଡ ୧୯୭୯ ରନ ସହ ତାଙ୍କ ପଛରେ ରହିଛନ୍ତି । ଭାରତ ଫାଇନାଲରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ୧୦ ବର୍ଷ ଧରି ଅପେକ୍ଷା କରିଥିବା ଆଇସିସି ଟ୍ରଫି ହାତେଇବା ଲକ୍ଷ୍ୟରେ ରହିବ । ଗତ ସଂସ୍କରଣରେ ନ୍ୟୁଜିଲାଣ୍ଡଠାରୁ ଭାରତ ପରାଜିତ ହୋଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.