ହାତୀ ଆତଙ୍କ: ଧର୍ମଗଡ଼ ସହର ଆଖ ପାଖ ଅଞ୍ଚଳରେ ବୁଲୁଛି  ଗଜରାଜ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି/ ଧର୍ମଗଡ଼ (ସୁଶାନ୍ତ କୁମାର ଦଳେଇ/ ଲବଣୀ ରାଉତ): ଜନବସତି ମୁହାଁ ହୋଇଛି ଗଜରାଜ। ଧର୍ମଗଡ଼ ପଞ୍ଚାୟତ କଲେଜ ମଧ୍ୟରେ ହାତୀ ଦୀର୍ଘ ସମୟଧରି ଦେଖା ଯାଇଥିଲା। ହାତୀର ସୁରକ୍ଷା ପାଇଁ ପ୍ରଶାସନ ଓ ବନବିଭାଗ ବିଭିନ୍ନ ପ୍ରକାରର ପଦକ୍ଷେପ ଗ୍ରହଣ କରିଛନ୍ତି। ଧର୍ମଗଡ଼ ସହରରେ ବିଦ୍ୟୁତ ସରବରାହ ସଂପୂର୍ଣ୍ଣ ବନ୍ଦ କରାଯିବାସହ ଘରୁ ପଦାକୁ ନ ବାହାରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରାଯାଇଛି। ହାତୀର ଉପସ୍ଥିତି ଜଣା ପଡ଼ିବାପରେ ସହରର ଦୋକାନବଜାରକୁ ବନ୍ଦ କରି ଦିଆଯାଇଥିଲା। ପଡ଼ୋଶୀ ଜିଲ୍ଲାରୁ ଆସିଥିବା ହାତୀପଲ ମଧ୍ୟରୁ ଏହି ହାତୀଟି ଭାଟଭୁଲି ଜନବସତି ମୁହାଁ ହୋଇଥିବା କୁହାଯାଉଛି। ସୂଚନା ଅନୁସାରେ ଶନିବାର ଦିନ ଏହି ହାତୀ ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଝାରବନ୍ଧ ଗ୍ରାମର ଗଜିନ୍ଦ୍ର ଯାନୀ (୫୫)ଙ୍କୁ କଚାଡି ଦେଇଥିଲା। ଫଳରେ ଗଜିନ୍ଦ୍ର ଗୁରୁତର ହୋଇଥିଲେ। ଗ୍ରାମବାସୀ  ହାତୀକୁ ଘଉଡାଇବା ସହ ଗଜିନ୍ଦ୍ରଙ୍କୁ ଉଦ୍ଧାର କରି ଭବାନୀପାଟଣା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସା ପାଇଁ ଅନ୍ୟ ଡାକ୍ତରଖାନାକୁ ନେଉଥିବାବେଳେ ବାଟରେ ଗଜିନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆଜି ପୁଣି ଏହି ହାତୀ ଧର୍ମଗଡ ଅଞ୍ଚଳରେ ବୁଲୁଛି।   

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.