ବାଲିଛଡା ବନ୍ୟା ଆଶ୍ରୟସ୍ଥଳ ଠାରେ ବିପର୍ଯ୍ୟୟ ପ୍ରଶମନ ନେଇ ମକଡ୍ରିଲ

ବିପର୍ଯ୍ୟୟକୁ କିଭଳି ମୁକାବିଲା କରାଯାଇ ପାରିବ ସେନେଇ କଳା କୈାଶଳ କରି ଦେଖାଇଲେ ଅଗ୍ନିଶମ ବାହିନୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରବୀନ୍ଦ୍ର ମିଶ୍ର): ସାମ୍ଭବ୍ୟ ବାତ୍ୟା, ବନ୍ୟା, ଅଗ୍ନି ବିପନ୍ନ ଭଳି ଜାତୀୟ ବିପର୍ଯ୍ୟୟକୁ କିଭଳି ମୁକାବିଲା କରାଯାଇ ପାରିବ ସେନେଇ ସୋମବାର ଦିନ କଲମପୁର ବ୍ଲକ ଅଧିନସ୍ଥ ବାଲିଛଡା ଗ୍ରାମର ବନ୍ୟା ଆଶ୍ରୟସ୍ଥଳରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଇଯାଇଛି । ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥା ତରଫରୁ କଲମପୁର ବ୍ଲକ ପ୍ରଶାସନ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଡିଓ ବିଜୟ କୁମାର ମାଣ୍ଡାଙ୍ଗି ଅଧ୍ୟକ୍ଷତା କରିଥିବା ବେଳେ ଅତିରିକ୍ତ ତହସିଲଦାର ତନ୍ମୟ କୁମାର ଦରୱାନ ଯୋଗ ଦେଇ ଶୁନ୍ୟ ମୃତ୍ୟୁ ହାର ଉପରେ ଗୁରୁତ୍ଵାରୋପ କରିଥିଲେ । ତହସିଲଦାର ରୁଦ୍ର ମୋହନ ନାୟକ, ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟ, ସମିତି ଉପାଧ୍ୟକ୍ଷ ଚିନ୍ତାମଣି ବେହେରା, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଖମାରୀ, ଜିଲ୍ଲା ପରିଷଦ ସଭ୍ୟା ଦୁହିତା ମାଝୀ, ନିବେଦିତା ହଂସ, ଦେପୁର ସରପଂଚ ଟିଙ୍କଲ ପାତ୍ର, ଡାକ୍ତର ରେଣୁକା ହେମ୍ବ୍ରମ, ମାନସ କୁମାର ପଣ୍ଡା, ଅଗ୍ନିଶମ ବିଭାଗ ଅଧିକାରୀ ଶଙ୍କର ପ୍ରସାଦ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସମସ୍ତଙ୍କ ସହଯୋଗ ହେଲେ ସମସ୍ତ ବିପର୍ଯ୍ୟୟରୁ ଜନ ଜୀବନକୁ ରକ୍ଷା କରାଯାଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ । ଯେତେବେଳେ କଳାହାଣ୍ଡିରେ ବର୍ଷା ତାଣ୍ଡବ ରଚେ ସେତେବେଳେ ଚର୍ଚ୍ଚାର ପରିସରକୁ ଆସେ କଲମପୁର ବ୍ଲକ ଅଧ୍ଵନସ୍ଥ ହାତୀ ନଦୀ କୂଳରେ ଥିବା ବାଲିଛଡା, ମାଟିଖାଲ, ବିରିପୁର, କର୍ମେଲ, ଜାମପଡା, ବଙ୍କାପଲା, ଖଣ୍ଡିଡଙ୍ଗରୀଗୁଡା, ଖଙ୍ଗାରଗୁଡା, ପରୁଆଗୁଡା ଏବଂ ଟେମରା ଗାଁ । ହାତୀ ନଦୀରେ ବନ୍ୟା ଯୋଗୁ ଏହି ସମସ୍ତ ଗାଁ ପ୍ରବାବିତ ହେଇଥାଏ । କିନ୍ତୁ ବନ୍ୟା ଆସିବା ପୂର୍ବରୁ ଏହି ସମସ୍ତ ଗାଁ ଲୋକଙ୍କୁ କିଭଳି ସୁରକ୍ଷା ଦିଆଯାଇ ପାରିବ ? ବିଶେଷ କରି ଶିଶୁ, ବୃଦ୍ଧ, ବୃଦ୍ଧା, ଭିନ୍ନକ୍ଷମ ଏବଂ ରୋଗୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ ସେନେଇ ଉପସ୍ଥିତ ଅଧିକାରୀମାନେ ବୁଝାଇଥିଲେ ।

Udyog Nursery
Udyogi Nursery

ଏହାସହ ବନ୍ୟା ପରବର୍ତ୍ତୀ ସମସ୍ୟାର ସମାଧାନ କିପରି କରାଯିବ ସେନେଇ ଆଲୋଚନା କରାଯାଇଥିଲା । ଏହି ବନ୍ୟା ଓ ବାତ୍ୟା ମୁକାବିଲା ପାଇଁ ପୁଲିସ, ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ, ଜଳ ସେଚନ ବିଭାଗ, ପ୍ରାଣୀ ସମ୍ପଦ ବିଭାଗ, ଶିଶୁ ବିକାଶ ବିଭାଗର ଦାଇତ୍ଵ ଥିଲେ ମଧ୍ୟ ଏହି ସମସ୍ତ ବିଭାଗର କେହି ଅଧିକାରୀ ଆଜିର ପ୍ରସ୍ତୁତି ବୈଠକରେ ଉପସ୍ଥିତ ନଥିଲେ । ଏ ଅବସରରେ ବାଲିଛଡା ଗ୍ରାମର ସ୍ଵେଚ୍ଛାସେବୀ ଯୁବକ ଯୁବତୀଙ୍କୁ ଅଗ୍ନିଶମ ବିଭାଗ ତରଫରୁ କିଭଳି ଅଗ୍ନି ବିପନ୍ନ ଏବଂ ବନ୍ୟା ପ୍ରଭାବିତ ଅଥବା ନଦୀରେ ଭାସିଯାଇଥିବା ଲୋକଙ୍କୁ ଉଦ୍ଧାର କରାଯାଇ ପାରିବ ସେନେଇ ମକଡ୍ରିଲ ମାଧ୍ୟମରେ ତାଲିମ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଗ୍ରାମ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ କରୁଣାକର ବାଗ ପରିଚାଳନା କରିଥିବା ବେଳେ ଦେପୁର ପଂଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିତେନ୍ଦ୍ର କୁମାର, ଆଂଚଳିକ ସାଧାନ କେନ୍ଦ୍ର ସଂଯୋଜକ ମନୋଜ କୁମାର ମେହେର ପ୍ରମୁଖଙ୍କ ସମେତ ବାଲିଛଡା ବହୁମୁଖି ବନ୍ୟା ଆଶ୍ରୟ ସ୍ଥଳ ପରିଚାଳନା ସମିତିର ସଭ୍ୟ ସଭ୍ୟାମନେ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.