ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଭାରତର ଗୁଇନ୍ଦା ଏଜେନ୍ସି ର’ ମୁଖ୍ୟ ହେଲେ ବରିଷ୍ଠ ଆଇପିଏସ୍ ଅଫିସର ରବି ସିହ୍ନା । ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ (RAW)ର ନୂଆ ମୁଖ୍ୟ ରବି ସିହ୍ନାଙ୍କୁ ସୋମବାର ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର। ଛତିଶଗଡ କ୍ୟାଡରର ଏହି ଆଇପିଏସ୍ ଅଫିସର ଆସନ୍ତା ୨ ବର୍ଷ ପାଇଁ ଏହି ଦାୟିତ୍ୱ ସମ୍ଭାଳିବେ । ବର୍ତ୍ତମାନ ର’ ମୁଖ୍ୟ ଥିବା ସାମନ୍ତ କୁମାର ଗୋୟଲଙ୍କ କାର୍ଯ୍ୟକାଳ ଜୁନ୍ ୩୦ ତାରିଖରେ ଶେଷ ହେବ । ଗୋୟଲଙ୍କ କାର୍ଯ୍ୟକାଳ ଅତ୍ୟନ୍ତ ଭଲ ଥିଲା । ପଞ୍ଜାବ କ୍ୟାଡରର ସାମନ୍ତ କୁମାର ଗୋୟଲ ୧୯୮୪ ବ୍ୟାଚ ଆଇପିଏସ । ତାଙ୍କ ସମୟରେ ଭାରତର ଅନେକ ଉପଲବ୍ଧି ହାସଲ କରିପାରିଥିଲା । ତାଙ୍କରି ସମୟରେ ହିଁ ବାଲାକୋଟ୍ ଏୟାରଷ୍ଟ୍ରାଇକ୍, କାଶ୍ମୀରରୁ ୩୭୦ ଉଚ୍ଛେଦ କରାଯାଇଥିଲା । ଗୋୟଲଙ୍କ ପରେ ତାଙ୍କ ସ୍ଥାନରେ ବରିଷ୍ଠ ଆଇପିଏସ୍ ଅଫିସର ରବି ସିହ୍ନା ଏହି ଦାୟିତ୍ୱ ସମ୍ଭାଳିବେ । ତେବେ କିଏ ଏହି ରବି ସିହ୍ନା ? ରବି ସିହ୍ନା ୧୯୮୮ ବ୍ୟାଚ ଛତିଶଗଡ କ୍ୟାଡରର ଆଇପିଏସ । ବର୍ତ୍ତମାନ କ୍ୟାବିନେଟ୍ ସଚିବାଳୟର ବିଶେଷ ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ତେବେ ଅପରେଶନ ଏବଂ ଗୁଇନ୍ଦାଗିରି ଦକ୍ଷତା ପାଇଁ ବେଶ ଜଣାଶୁଣା ।
Ravi Sinha, IPS (CG:88) to be the new Secretary, Research & Analysis Wing. pic.twitter.com/vEr3hfokZJ
— ANI (@ANI) June 19, 2023