ଟାପରେଙ୍ଗ ଗାଁରେ ମାଓବାଦୀ ପୁଲିସ୍ ଗୁଳି ବିନିମୟ ଘଟଣା: ଲାଲ୍ ବାହିନୀ ଲଗେଇଲେ ପୋଷ୍ଟର

ସମାଜରେ ମାନବତାର ମୃତ୍ୟୁ ଘଟିଛି -ମାଓ ସଂଗଠନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅନ୍ତର୍ଗତ ମାଣିକେରା ଗ୍ରାମ ପଞ୍ଚାୟତର ଟାପରେଙ୍ଗ ଗାଁରେ ଗତ ମଇ ମାସ ୯ ତାରିଖ ସକାଳୁ ଘଟିଥିବା ପୁଲିସ୍ ଓ ମାଓବାଦୀଙ୍କ ଗୁଳି ବିନିମୟ ଘଟଣା ପରେ ଆଜି ଶନିବାର ସକାଳୁ ସକାଳୁ ପୁଣି ସେଇ ଗାଁରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି । ମାଓ ସଂଗଠନ ଏହି ହତ୍ୟାକୁ ଅମାନବୀୟ କହିବା ସହ ପୁଲିସର ବର୍ବରତାକୁ ନିନ୍ଦା କରିଚି । କ୍ରୁରତାକୁ ଲୁଚାଇ ଏନକାଉଣ୍ଟରର ରୂପ ଦେଇ ଖବର ପରିବେଷଣ କରିଥିବା ଗଣ ମାଧ୍ୟମ ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ କରିଚି ମାଓ ସଂଗଠନ। ତେବେ ଘଟଣାର ଠିକ୍ ଦେଢ଼ ମାସ ପରେ ଗତ ରାତିରେ ଏହି ଗାଆଁର ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି । ଉକ୍ତ ଗୁଳି କାଣ୍ଡରେ ନିହତ ମାଓବାଦୀଙ୍କ ଫଟୋ ସହ ସେମାନଙ୍କ ସଂକ୍ଷିପ୍ତ ବିବରଣୀ ପୋଷ୍ଟର ଗୁଡିକରେ ଉଲ୍ଲେଖ ରହିଛି । ନିହତ ତିନି ମାଓବାଦୀ ଲଳିତ, ରିତୁ ଓ ସନ୍ଦେଶ ରହିଥିବା ବେଳେ ସମସ୍ତଙ୍କ ମାଓ ସଂଗଠନରେ ଭୂମିକା ସମ୍ପର୍କ ରେ ତଥ୍ୟ ଉଲ୍ଲେଖ ରହିଛି। ଲଳିତ ପ୍ରଥମ ପତ୍ନୀ ନମିତା ମୃତ୍ୟୁର ଦୁଇ ବର୍ଷ ପରେ ଟାପରେଙ୍ଗା ଗାଁରେ ନିହତ ହେବାର ଏକ ସପ୍ତାହ ପୁର୍ବ ରୁ ଦ୍ୱିତୀୟ ବିବାହ କରିଥିବା ଏହି ପୋଷ୍ଟର ରେ ଲେଖା ହୋଇଛି । ଏଥି ସହିତ ଜୁନ ୨୫ ତାରିଖ ବନ୍ଦକୁ ସଫଳ କରିବା ପାଇଁ ପୋଷ୍ଟରରେ ଆହ୍ଵାନ କରିଚି ମାଓ ସଂଗଠନ । ତେବେ ଗତ ରାତିରେ ଉକ୍ତ ଅଞ୍ଚଳରେ ଅଳ୍ପ ବର୍ଷା କାରଣରୁ ପୋଷ୍ଟରର କିଛି ଲେଖା ଲିଭି ଯାଇଥିଲେ ହେଁ ମାଓବାଦୀଙ୍କ ପୁଣି ଉପସ୍ଥିତିକୁ ନେଇ ଅଞ୍ଚଳ ବାସୀଙ୍କ ମନରେ ପୁଣି ଥରେ ଭୟ ସଂଚାର ହେଇଥିବା ଜଣା ଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.