ବିବାହିତା ମହିଳାଙ୍କ ମୃତ୍ୟୁ: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡା ବ୍ଲକ ବୋରପଦର ପଂଚାୟତର ତେଲିସରାବାହିଲି ଗ୍ରାମରେ ଆଜି ଜଣେ ବିବାହିତା ଯୁବତୀ ଆତ୍ମହତ୍ୟା କରିଥିବା ଜଣାଯାଇଛି l ତେବେ ମୃତକଙ୍କ ପରିବାର ଏହା ଆତ୍ମହତ୍ୟା ନୁହେଁ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ପୁଲିସରେ ଦେଇଥିବା ଏତଲାରେ ଦର୍ଶାଇଛନ୍ତି l ସୂଚନା ମତେ ଭଟାପଲା ଲକ୍ଷ୍ମୀପଡ଼ାର ସ୍ବର୍ଗତ ଯୁଧିଷ୍ଠିର ସାହୁଙ୍କ ଝିଅ କେତକୀ ସାହୁ ଗତ ଜାନୁଆରୀ ୧୫ ତାରିଖରେ ତେଲିସରାବାହିଲିର ରାଧେ ସାହୁଙ୍କ ପୁଅ ଆନନ୍ଦ ସାହୁଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ l ବିବାହର ମାସକ ପରେ ସ୍ୱାମୀଙ୍କ ପରିବାର ଲୋକେ ତାଙ୍କୁ ନିର୍ଯାତନା ଦେଉଥିବା କେତକୀର କାକା ଅପେଶ୍ୱର ସାହୁ ଅଭିଯୋଗ କରିଛନ୍ତି l ତେଣୁ ତାକୁ ମାରିଦିଆଯାଇ ଆତ୍ମହତ୍ୟାର ରୂପ ଦିଆଯାଇଛି ବୋଲି ସେ ଏତଲାରେ ଦର୍ଶାଇଛନ୍ତି l ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଳାଇଛି l ମୃତକ ମହିଳା ଜଣକ ଗର୍ଭବତୀ ଥିବା ସୂଚନା ମିଳିଛି l ଏହାର ନିରପେକ୍ଷ ତଦନ୍ତ ପାଇଁ ଦାବୀ ହୋଇଛି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.