ଗୁଣପୁର ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଗାଡେବନ୍ଧ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୁଣପୁର ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଭାରପ୍ରାପ୍ତ ପ୍ରଧାନଶିକ୍ଷକ କ୍ଷୀତିଶ ଚନ୍ଦ୍ର ମାଝୀଙ୍କ ତତ୍ବାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗାଡେବନ୍ଧ ଗ୍ରାମ ପଞ୍ଚାୟତ ସମିତି ସଭ୍ୟା ସୁଜାତା ସାହୁ ଯୋଗ ଦେଇଥିବାବେଳେ ସଭାପତିତ୍ଵ କରିଥିଲେ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଧନୁର୍ଯ୍ୟ ସାହୁ। ସମ୍ମାନୀତ ଅତିଥି ଭାବରେ ବୃନ୍ଦା ହରିଜନ, ଦିପାଞ୍ଜଳୀ ଦୀପ, ସଞ୍ଜୁ ମାଝୀ, ପଙ୍କ ମାଝୀ, ସୌଦାମିନୀ ଗୌଡ ପ୍ରମୁଖ ଯୋଗଦେଇ ପୋଷାକର ମାନ ଠିକ୍ ଥିବାରୁ ୫୦ଜଣ ଛାତ୍ର ଛାତ୍ରୀଙ୍କୁ ୨ ହଲ ଲେଖାଏ ପ୍ୟାଣ୍ଟ୍, ସାର୍ଟ ଓ ଫ୍ରକ୍ ବଣ୍ଟନ କରିଥିଲେ। ଅନ୍ୟପକ୍ଷରେ ଗତ ମାର୍ଚ୍ଚ ୩୧ତାରିଖରୁ ଜଣେ ଶିକ୍ଷକ ଏହି ବିଦ୍ୟାଳୟରୁ ଅବସର ଗ୍ରହଣ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ୩ମାସ ହେଲା ଆଉ ଜଣେ ଶିକ୍ଷକ ଦେଇ ନ ଥିବାରୁ ଶିକ୍ଷା କମିଟି ସଭ୍ୟ ସଭ୍ୟା ଉଦବେଗ ପ୍ରକାଶ କରିଥିଲେ। ତୁରନ୍ତ ଶିକ୍ଷକ ନ ଦେଲେ ବିଦ୍ୟାଳୟକୁ ତାଲା ବନ୍ଦ କରାଯିବ ବୋଲି ପରିଚାଳନା କମିଟି ଅଧ୍ୟକ୍ଷ ଧନୁର୍ଯ୍ୟ ସାହୁ ଏହି ଅବସରରେ ଚେତାବନୀ ଦେଇଛନ୍ତି। ତେଣୁ ଏଥିପ୍ରତି ବ୍ଲକ ଶିକ୍ଷା ବିଭାଗ ଧ୍ୟାନ ଦେଇ ଶିକ୍ଷକ ନିଯୁକ୍ତି କରିବା ପାଇଁ ଦାବି କରିଛନ୍ତି ଅଞ୍ଚଳବାସୀ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.