ଉଳିକୁପା ହାଇସ୍କୁଲରେ ବନ ମହୋତ୍ସବ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ଉଳିକୁପା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ୭୪ତମ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉତ୍ତର ବନଖଣ୍ଡ ଡିଭିଜନର ବନପାଳ ଭବାନୀଶଙ୍କର ପରିଛାଙ୍କ ନେତୃତ୍ୱରେ ଅନୁଷ୍ଠିତ ଉକ୍ତ ବନ ମହୋତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନର୍ଲା ଜୋନ୍-୨ ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ ଯୋଗଦାନ କରି ଜଙ୍ଗଲ ହିଁ ଆମ ଜୀବନ ଧାରଣର ମୁଖ୍ୟ ଶ୍ରୋତ । ବୃକ୍ଷ ବଞ୍ଚିଲେ ଆମେ ବଞ୍ଚିବା । ପରିବେଶ ସୁରକ୍ଷା ଆମ ସମସ୍ତଙ୍କ ନୈତିକ ଦାଇତ୍ୱ ବୋଲି କହିଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଉଳିକୁପା ସରପଞ୍ଚ ଦୀପାଞ୍ଜଳୀ ଶବର, ସମିତି ସଦସ୍ୟ ନିଳାଦ୍ରୀ ସାହୁ, ଉଳିକୁପା ହାଇସ୍କୁଲର ପ୍ରଧାନ ଶିକ୍ଷକ ଭବାନୀ ପ୍ରସାଦ ନାଏକ, ଭଟାଙ୍ଗପଦର ଫରେଷ୍ଟର ପର୍ଶୁରାମ ସାହୁ, ପ୍ରକାଶ ମେହେର, ଦେବେନ୍ଦ୍ର ଶବର, ଚିତ୍ରସେନ ଶବର, ଶାନ୍ତନୁ ସାହୁ, ବନ ବିଭାଗର କର୍ମଚାରୀ, ଉଳିକୁପା ହାଇସ୍କୁଲର ଶିକ୍ଷକ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ । ଇତ୍ୟବସରରେ ସ୍କୁଲ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଶେଷରେ ବନପାଳ ଭବାନୀଶଙ୍କର ପରିଛା ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.