ରାସ୍ତା ମଝିରେ ବିପଦପୂର୍ଣ୍ଣ ବିଦ୍ୟୁତ ଖୁଣ୍ଟ, ସ୍ଥାନାନ୍ତର ଦାବି 

ଓଡ଼ିଆ ବାର୍ତ୍ତା / ସୋନପୁର (ସର୍ଜନ କୁମାର ପାଣ୍ଡେ): ସୋନପୁର ସହରର ପଟାଭାଡି କୋଶଳ ଉଚ୍ଚ ବିଦ୍ୟାଳୟ ପାଖରେ ଥିବା ମାରୁତି ନଗରର ନିର୍ମାଣଧୀନ ଅବସ୍ଥାରେ ଥିବା ହନୁମାନ ମୂର୍ତ୍ତି ପାଖରେ ଏକ ଗଳି ରାସ୍ତା ମଝିରେ ବିପଦଜନକ ଅବସ୍ଥାରେ ଏକ ୩୩ କେଭି ବିଦ୍ୟୁତ ଖୁଣ୍ଟ ରହିଛି। ଫଳରେ ଏହି ଗଳି ରାସ୍ତାରେ ଯାତାୟାତ ପାଇଁ ଚାରିଚକିଆ ଯାନ ଯଥା ସ୍କୁଲ ଭେନ, ଅଳିଆ ଆବର୍ଜନା ନେଉଥିବା ଗାଡି, ଆମ୍ବୁଲାନ୍ସ ଯିବା ଆସିବାରେ ବାଧା ସୃଷ୍ଟି ହେଉଛି। ଏ ସମ୍ପର୍କରେ ସ୍ଥାନୀୟ ବିଦ୍ୟୁତ ଡିଭିଜନ ଅଧିକାରୀଙ୍କୁ ଅବଗତ କରାଯାଇଥିବା ସଙ୍ଗେ ସଙ୍ଗେ କିଛି ଦିନ ତଳେ ଖବର କାଗଜରେ ମଧ୍ଯ ପ୍ରସାରଣ ହେବା ପରେ ବିଦ୍ୟୁତ ବିଭାଗର କର୍ମଚାରୀ ଘଟଣାସ୍ଥଳକୁ ଯାଇଥିଲେ। କିନ୍ତୁ ବିଦ୍ୟୁତ ବିଭାଗ କର୍ମଚାରୀମାନେ ବିଦ୍ୟୁତ ପୋଲଟିକୁ ପୁରୁଣା ପୋଲ ଦର୍ଶାଇ ଥିଲେ। ଏହାକୁ ପୂର୍ତ୍ତ ବିଭାଗ ସ୍ଥାନାନ୍ତର କରିବ ବୋଲି ମଧ୍ଯ କହିଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ଖୁଣ୍ଟ ସ୍ଥାନାନ୍ତର ହୋଇପାରିଲାନି। ଏକଦା ଖାଲିଥିବା ସ୍ଥାନରେ ମନଇଚ୍ଛା ବିଦ୍ୟୁତ ବିଭାଗ ଖୁଣ୍ଟ ପୋତିଥିବା ବେଳେ ପରବର୍ତ୍ତୀ ସମୟରେ ଅଧିବାସୀଙ୍କ ପକ୍ଷରୁ ଆପତ୍ତି ପରେ ଉଠାଯାଇ ସ୍ଥାନାନ୍ତର ହୋଇଛି। ହେଲେ ଏ କ୍ଷେତ୍ରରେ ବିଭାଗୀୟ କତ୍ତୃପକ୍ଷଙ୍କ ପାଖରେ ପଡା ବାସୀନ୍ଦା ଜଣାଇଥିଲେ ହେଁ କତ୍ତୃପକ୍ଷଙ୍କ ଉଦାସୀନତା ଯୋଗୁଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତୁରନ୍ତ ବିପଦପୂର୍ଣ୍ଣ ଖୁଣ୍ଟକୁ ସ୍ଥାନାନ୍ତର କରାଯିବା ପାଇଁ କଲୋନୀ ବାସୀଙ୍କ ଦାବି ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସଚେତନ ବର୍ଗ ଅନୁରୋଧ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.