ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଉତ୍ତର ବନଖଣ୍ଡ ଅଧିନସ୍ଥ ଭବାନୀପାଟଣା ରେଞ୍ଜ ତରଫରୁ ଶାନ୍ତପୁର, ବଡଧାରପୁର, ଘଣ୍ଟମାଳ ପ୍ରଭୃତି ସ୍ଥାନର ବିଦ୍ୟାଳୟ ଗୁଡିକରେ ସପ୍ତାହ ବ୍ୟାପୀ ବନ ମହୋତ୍ସବ ଉତ୍ସଵ ପାଳନ କରାଯାଇ ବିଦ୍ୟାଳୟ ପରିସରରେ ବୃକ୍ଷରପଣ କରାଯାଇ ଜନ ସଚେତନତା ସୃଷ୍ଟି କରାଯାଇଥିଲା । ବୃକ୍ଷ ଆମର ଜୀବନ । ଜଙ୍ଗଲ ବଞ୍ଚିଲେ ଆମେ ବଞ୍ଚିବା ବୋଲି ସଚେତନ କରିଥିଲେ ବନ ବିଭାଗର ଅଧିକାରୀ ବୃନ୍ଦ । ବନାଧିକାରୀ, ଛାତ୍ରଛାତ୍ରୀ, ନିର୍ବାଚିତ ଲୋକ ପ୍ରତିନିଧି, ଅଭିଭାବକ ଓ ଅଞ୍ଚଳବାସୀ ଜନସାଧାରଣଙ୍କୁ ନେଇ ଗାଁ ଗାଁ ଓ ବିଦ୍ୟାଳୟ ଗୁଡିକରେ ଗୋଟିଏ ସପ୍ତାହ ଧରି ଚାଲିଥିଲା ବନ ମହୋତ୍ସବ। ବନ ବିଭାଗ ତରଫରୁ ମାଗଣାରେ ବୃକ୍ଷ ଯୋଗଇ ଦେଇ ଚାଲିଥିଲା ବୃକ୍ଷ ରୋପଣ । ଆଜି ରବିବାର । ବନ ମହୋତ୍ସବ ଶେଷ ଦିବସରେ ଉତ୍ତର ବନଖଣ୍ଡ ଅଧିନସ୍ଥ ଭବାନୀପାଣା ରେଞ୍ଜ ର ଶାନ୍ତପୁର ସେକ୍ସନ ଘଣ୍ଟମାଲ ସ୍ଥିତ ପରୁଆଭାଡ଼ି ଜଙ୍ଗଲରେ ଅନୁଷ୍ଠିତ ହୋଇଥିଲା ବୃକ୍ଷ ରୋପଣ କାର୍ଯ୍ୟକ୍ରମ । ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ ଯୋଗଦାନ କରି ଗ୍ଲୋବାଲ ୱାର୍ମିଂ ଓ ବୃକ୍ଷରୋପଣ ବିଷୟରେ ମାର୍ଗଦର୍ଶନ ଦେଇଥିଲେ । ପ୍ରତ୍ୟେକ ବ୍ୟକ୍ତି ଅନ୍ୟୁନ ଦୁଇଗୋଟି ବୃକ୍ଷ ରୋପଣ କରି ତାକୁ ଯତ୍ନ ନେଇ ବଞ୍ଚାଇ ପାରିଲେ ଏହି କାର୍ଯ୍ୟକ୍ରମ ସଫଳ ହୋଇପାରିବ ବୋଲି ଛାତ୍ରଛାତ୍ରୀମାନଙ୍କୁ ମାର୍ଗ ଦର୍ଶନ ଦେଇଥିଲେ ଶ୍ରୀ ମାଝୀ । ଏଥିରେ ସମ୍ମାନୀତ ଅତିଥି ଭାବରେ ଘଣ୍ଟମାଳ ସରପଞ୍ଚ ଦେବେନ୍ଦ୍ର ସା, ସମିତି ସଦସ୍ୟ ଅବନ୍ତିକା ଦଳେଇ, ରେଞ୍ଜର ପଦ୍ମନାଭ କୁମାର ପ୍ରମୁଖ ମଞ୍ଚାସୀନ ରହି ମାର୍ଗଦର୍ଶନ ଦେଥିଲେ । ଫରେଷ୍ଟର ଭବାନୀଶଙ୍କର ପରିଚ୍ଛାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଫରେଷ୍ଟ ଗାର୍ଡ ତୁଳସୀ ସ୍ୱାଇଁ ଓ ଅନ୍ୟାନ୍ୟ ବନ ବିବାଗ କର୍ମଚାରୀ ସହଯୋଗ କରିଥିଲେ । ଏହାପରେ ଉପସ୍ଥିତ ଅତିଥି ଅଧିକାରୀ, ଲୋକ ପ୍ରତିନିଧି ଓ ଛାତ୍ରଛାତ୍ରୀ ବୃକ୍ଷରୋପଣ କରିଥିଲେ ।