କଳାହାଣ୍ଡି ଫୋରମ୍ ଫର୍ ସୋସିଆଲ ଟ୍ରାନ୍ସଫରମେସନ୍ ପକ୍ଷରୁ ଦିନିକିଆ କର୍ମଶାଳା

● ଗରିବ ଛାତ୍ର ଛାତ୍ରୀଙ୍କ ଶିକ୍ଷା ଓ ରୋଜଗାର ପାଇଁ ଗୁରୁତ୍ବ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲୀ ଖାଁ): ଅନୁସୂଚିତ ଜାତି ବର୍ଗ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନିର୍ମାଣ ପାଇଁ କଳାହାଣ୍ଡି ଫୋରମ୍ ଫର୍ ସୋସିଆଲ ଟ୍ରାନ୍ସଫରମେସନ୍ (କେଏଫଏସଟି) ପକ୍ଷରୁ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଭବାନୀପାଟଣା ସହର ସ୍ଥିତ ଷ୍ଟାଟିଷ୍ଟିକାଲ୍ କନ୍ଫରେନ୍ସ ହଲ୍ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଫୋରମର ସଭାପତି ତଥା ଅବସରପ୍ରାପ୍ତ ଜେଲ୍ ଅଧିକ୍ଷକ ପ୍ରେମାନନ୍ଦ ବାଗ ଏଥିରେ ଅଧ୍ୟକ୍ଷତା କରିଥିଲେ। ଏଥିରେ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଓ ଅବସରପ୍ରାପ୍ତ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ। ଅବହେଳିତ ନିଷ୍ପେଷିତ ଓ ଅସହାୟ ପରିବାର ବର୍ଗର ଛାତ୍ରଛାତ୍ରୀ କିପରି ଉଚ୍ଚ ଶିକ୍ଷା ପାଇପାରିବେ ଓ ସେମାନେ କିପରି ଆତ୍ମନିର୍ଭରଶୀଳ ହୋଇପାରିବେ ଏହା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଏହା ସହିତ ସମାଜରେ ଥିବା ବିଭିନ୍ନ ସମସ୍ୟା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ଏହି ଅବସରରେ ଫୋରମର ଲବ ନାଏକ,ବିଜୟ ଖମାରୀ, ରାମ କୁମାର ନାଏକ, ବସନ୍ତ ନାଏକ, ମୁକୁନ୍ଦ ନିଆଲ, ଗୋବର୍ଦ୍ଧନ ବାଗ, ଚୈତନ୍ୟ ବେମାଲ, ତୋଫାନ ବେମାଲ, ଚିତ୍ରସେନ ଜାଲ, ଗୋରା ମହାନନ୍ଦ, ଅଭିମନ୍ୟୁ ମହାନନ୍ଦ, ବିପିନ ବିହାରୀ ଦୀପ, ସନ୍ଥଲାଲ ଦୀପ‌ଙ୍କ ସମେତ ବହୁ ଅଫିସର ଓ କର୍ମଚାରୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ପ୍ରାଣୀ ସମ୍ପଦ ଅଧିକାରୀ ଡାକ୍ତର କେଦାରନାଥ ଖମାରୀ ପରିଚାଳନା କରିଥିବା ବେଳେ ରାମ କୁମାର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.