ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ୧୬୧ତମ ଜୟନ୍ତୀ ପାଳନ ଉପଲକ୍ଷେ ସ୍କୁଲ କଲେଜ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲାର ଏକ ପୁରାତନ ଅନୁଷ୍ଠାନ ଯୁଗଯାତ୍ରୀ ସାହିତ୍ୟ ସଂସଦ ତରଫରୁ ଦୁଇ ଦିନ ଧରି ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ୧୬୧ ତମ ଜୟନ୍ତୀ ପାଳନ ହେଉଥିବା ବେଳେ ଏହି ଉପଲକ୍ଷେ ଆଜି ପ୍ରଥମ ଦିବସରେ ପ୍ରଥମରୁ ମହାବିଦ୍ୟାଳୟ ସ୍ତର ପର୍ଯ୍ୟନ୍ତ ଚିତ୍ରାଙ୍କନ, ରଚନା ଲିଖନ, କବିତା ଲିଖନ, ସାଧାରଣ ଜ୍ଞାନ, ଗଳ୍ପ ଲିଖନ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଏଥିରେ ସ୍ଥାନୀୟ ଅଞ୍ଚଳ ର ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନର ୧୫୦ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ l ସଂପାଦକ ହେମନ୍ତ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମସ୍ତ ପ୍ରତିଯୋଗିତା ପରିଚାଳିତ ହୋଇଥିବା ବେଳେ ଏଥିରେ ଅନୁଷ୍ଠାନ ର ସହ ସଂପାଦକ ପରମାନନ୍ଦ ବିଶି, ସଦସ୍ୟ ରାକେଶ ଶତପଥୀ, ସୁଶାନ୍ତ ମିଶ୍ରଙ୍କ ସମେତ ସରୋଜ ଘଡେ଼ଇ, ରୁବିପ୍ରିୟା ଭୋଇ, ଇସିକା ଚାଟାର୍ଜୀ, ମାନସ କୁମାର ସାହୁ, ରାହୁଲ ମଲ୍ଲିକ, ସୁଜିତ୍ କୁମାର, ସ୍ବରାଜ ପୁରୋହିତ, ପ୍ରଜ୍ଞା ପାରମିତା ତ୍ରିପାଠୀ, ମନିଷା ମହାରଣା, ସୋନୁ ପାତ୍ର, ପ୍ରତୀକ୍ଷା ରାଣୀ ମାହାଖୁଡ ତଥା ଫୋଟନ କୋଚିଙ୍ଗ ସେଣ୍ଟର ର ସମସ୍ତ ଶିକ୍ଷକ ବୃନ୍ଦ ସହଯୋଗ କରିଥିଲେ l ଆସନ୍ତା କାଲି ବୁଧବାର ପୁଣି ସକାଳ ୯ ଘଣ୍ଟା ସମୟରେ ଅଷ୍ଟମ ଶ୍ରେଣୀ କଣ୍ଠ ସଙ୍ଗୀତ ସହିତ ନବମ ଓ ଦଶମ ଶ୍ରେଣୀ ପିଲାଙ୍କ କଣ୍ଠ ସଙ୍ଗୀତ ଓ ବକ୍ତୃତା ପ୍ରତିଯୋଗିତା ହେବା ପରେ ସ୍ବରଚିତ କବିତା ପାଠ, ସାହିତ୍ୟ ସଭା ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ରହିଛି l ଏଥିରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଠ କବି ତଥା ଅବସର ପ୍ରାପ୍ତ ଆକାଶ ବାଣୀ କେନ୍ଦ୍ର ନିର୍ଦେଶକ ଭାଗିରଥି ମିଶ୍ର,ସମ୍ମାନିତ ଅତିଥି ପାଟଣା ଗଡ ଅତିରିକ୍ତ ତହସିଲଦାର ଧିରୋଜ କୁମାର ପାତ୍ର, ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ପ୍ରାଧ୍ୟାପକ, କବି ରାଜେନ୍ଦ୍ର କୁମାର ପାଢ଼ୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ସଂସଦ ର ସଭାପତି ପଦ୍ମ ଲୋଚନ ମିଶ୍ର ଅଧ୍ୟକ୍ଷତା କରିବେ। ଯୁଗ ଯାତ୍ରୀ ସାହିତ୍ୟ ସଂସଦର ପ୍ରାକ ସୁବର୍ଣ୍ଣ ଜୟନ୍ତୀ ଅବସରରେ ଏକ ଜିଲ୍ଳା ସ୍ତରୀୟ କବି ସମ୍ମିଳନୀ ମଧ୍ୟ ରହିଥିବା ସମ୍ପାଦକ ହେମନ୍ତ ସାହୁ ସୂଚନା ଦେଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.