ଷଷ୍ଠ ରାଷ୍ଟ୍ରୀୟ ପୋଷଣ ଦିବସ ଅନୁଷ୍ଠିତ 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ବ୍ଲକ ତରଫରୁ ସମନ୍ମିତ ଶିଶୁ ବିକାଶ ପକଳ୍ପ ସି୍ଡ଼ିପିଓ ସବିତା ଚ୍ୟାଉପଟ୍ଟନାୟକଙ୍କ ସଂଯୋଜନାରେ ଷଷ୍ଠ ରାଷ୍ଟ୍ରୀୟ ପୋଷଣ ଦିବସ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ପିଙ୍କି ବେହେରା, ସଂମ୍ମାନିତ ଅତିଥିଭାବେ ଏନଏସି ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ଼, ଗୋଷ୍ଟୀ ଉନ୍ନୟନ ଅଧିକାରୀ ବିଜୟ କୁମାର ବେହେରା, ତହସିଲଦାର ସନ୍ତୋଷ କୁମାର ସାହୁ ଏବିଇଓ ପ୍ରମୁଖ ଯୋଗଦେଇ ସମାଜରୁ କୁପୋଷଣ ଦୂର କରିବାକୁ ପୌଷ୍ଟିକ ଖାଦ୍ୟ ତଥା ମାଣ୍ଡିଆର ଅନ୍ତର୍ଭୁକ୍ତ କରଣ ନିମନ୍ତେ ଆୟୋଜିତ ଅଙ୍ଗନବାଡି କର୍ମୀଙ୍କ ଦ୍ୱାରା ଏକ ସ୍କୁଟି ଶୋଭାଯାତ୍ରା ମଧ୍ୟ ଆୟୋଜିତ ହୋଇଥିଲା l ଶୋଭାଯାତ୍ରା ପରେ ବ୍ଲକ ପରିସରର ସଭାଗୃହ ଠାରେ ଅଙ୍ଗନୱାଡିଙ୍କ ଦ୍ୱାରା ବିଭିନ୍ନ ପୃଷ୍ଟିକର ମାଣ୍ଡିଆରୁ ପ୍ରସ୍ତୁତି ଖାଦ୍ୟ ତଥା ପାଚଲା ଫଳ ଓ କଞ୍ଚା ଫଳ, ପନିପରିବା, ଶାଗ ପଦର୍ଶନୀର ଆୟୋଜିତ କାର୍ଯ୍ୟକ୍ରମକୁ ଅତିଥିଙ୍କ ଦ୍ୱାରା ଉଦଘାଟନ ହୋଇଥିଲା l ଅତିଥି ମାନେ ପୃଷ୍ଟିକର ଖାଦ୍ୟ ଉପର ଦେଶର ମାନବ ବିକାଶ ସମ୍ବଳ ସାଧନ ସମ୍ପର୍କୀୟ ଆଲୋଚନା ଚକ୍ର ଉପରେ ଆଲୋଚନା ହୋଇଥିଲା l ପୃଷ୍ଟିକର ଖାଦ୍ୟ ଉପରେ ନିଜ ନିଜ ଅବିଭାଷଣ ରଖିଥିଲେ l ଏହି କାର୍ଯ୍ୟକ୍ରମରେ ବଡଖରିଡା ଗ୍ରାମର ଛାତ୍ର ଶିବଶଙ୍କର ଗୌଡ଼ଙ୍କ ଦ୍ୱାରା ଅନ୍ତର୍ଜାତୀୟ ମାଣ୍ଡିଆ ମିଶନରେ ମାଣ୍ଡିଆର ଉପକାରିତା ବିଷୟରେ ବକୃତା ଦେଇ ପୁରସ୍କୃତ ହୋଇଥିଲେ l ସେହିପରି ଜଳ ସଂରକ୍ଷଣ ଓ ଚିତ୍ରଆଙ୍କନ ପ୍ରତିଯୋଗିତାରେ ପ୍ରିୟଙ୍କା ମହାରଣାଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା l ସ୍ୱଚ୍ଛତା ସମ୍ବଦ୍ଧିୟ ନୃତ୍ୟ ପରିବେଷଣ କରିଛନ୍ତି ମେଣ୍ଢାପଲି ସେଣ୍ଟର ର ଅଙ୍ଗନୱାଡି କର୍ମୀ ଗୀତାଞ୍ଜଳି ରାଓଙ୍କୁ ମଧ୍ୟ ସଂମ୍ମାନିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ବ୍ଲକ ଓ ଏନଏସି ଅଞ୍ଚଳର ସମସ୍ତ ଅଙ୍ଗନବାଡି କର୍ମୀ ଉପସ୍ଥିତ ରହି କାର୍ଯ୍ୟକୁ ସାଫଲ୍ୟ କରିଥିଲେ l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.