ଜେକେପୁର ଠାରେ “ସଂପର୍କର ସେତୁବନ୍ଧ” କାର୍ଯ୍ୟକ୍ରମ ଆୟୋଜିତ

ରାୟଗଡ,୨୭/୫ : ରାୟଗଡ ଜିଲ୍ଳା ଜେକେପୁରର ଲକ୍ଷ୍ମୀପତି ସିଂଘାଣିଆ ଉଚ୍ଚ ବିଦ୍ୟାଳୟ ଠାରେ ରବିବାର ସଂଧ୍ୟାରେ “ସଂପର୍କର ସେତୁବନ୍ଧ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜେକେ କାଗଜ କଳର କାର୍ଯ୍ୟ ନିର୍ବାହୀ ଉପସଭାପତି ପବନ କୁମାର ସୂରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ରୂପେ ବିନୟ ଦ୍ୱିବେଦୀ, ବରିଷ୍ଠ ଲୋକ ସଂପର୍କ ଅଧିକାରୀ ସୁନୀଲ କୁମାର ନାଥ ଯୋଗ ଦେଇଥିଲେ । ୧୯୯୧ ମ୍ୟାଟ୍ରିକ ବ୍ୟାଚ’ର ଓଡିଆ ଛାତ୍ରଛାତ୍ରୀଙ୍କ ଏପରି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିବାରୁ ମୁଖ୍ୟ ଅତିଥି ଶ୍ରୀ ସୂରୀ ଭୂୟସୀ ପ୍ରଶଂସା କରିବା ସହ ପୁରାତନ ଛାତ୍ରଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମ ଏକ ଐତିହାସିକ କାର୍ଯ୍ୟକ୍ରମ ବୋଲି ନିଜ ବକ୍ତବ୍ୟରେ କହିଥିଲେ । ଏହି ଅବସରରେ ବିଦ୍ୟାଳୟର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରାକ୍ତନ ପ୍ରଧାନଶିକ୍ଷକ ଆର.ଏନ.ମହାପାତ୍ର ଓ ବର୍ତମାନର ପ୍ରଧାନ ଶିକ୍ଷକ ବି.କେ.ମହାପାତ୍ର ମଂଚାସୀନ ହୋଇଥିଲେ । ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥି ବିଦ୍ୟାଳୟର ଅବସର ପ୍ରାପ୍ତ ଶିକ୍ଷକ ଓ ବର୍ତମାନର ଶିକ୍ଷକମାନଙ୍କୁ ମାନପତ୍ର ଓ ଉପଢୈାକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଶ୍ରୀମତି ନମିତା ରଥ ଅତିଥି ପରିଚୟ ପ୍ରଦାନ କରିଥିଲେ । ସେହିପରି ପ୍ରଦୀପ କୁମାର ନାୟକ ସଂପର୍କର ସେତୁବନ୍ଧ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ପ୍ରଦାନ କରିଥିବା ବେଳେ ଏସ.ପ୍ରସାଦ ପଟ୍ଟନାୟକ କାର୍ଯ୍ୟକ୍ରମ ସଂଚାଳନା କରିଥିଲେ । ରାୟଗଡର କଳାକାର ପ୍ରଶାନ୍ତ କୁମାର ନାୟକଙ୍କୁ ମାନପତ୍ର ପଦାନ କରି ସମ୍ମାନୀତ କରାଯାଇଥିଲା । ପରିଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

 

ସ୍ବତନ୍ତ୍ର ପ୍ରତିନିଧି ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

 

ହ୍ଵାଟ୍ସଆପରେ ଲେଟେଷ୍ଟ ଖବର ଓ ବିଚାର ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇

http://bit.ly/odiabartagroup2

 

 

 

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.