ଶାନ୍ତି ଶୃଙ୍ଖଳାର ସହ ସମାପନ ହେଲା ସଇଁତଲାର ଅଧିଷ୍ଟାତ୍ରୀ ଦେବୀ ମା ଚଣ୍ଡୀଙ୍କ ଯାତ୍ରା 

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ଧରାପୃଷ୍ଠରେ ଅବତରଣ କରିବା ପରେ ମା ଦଶଭୂଜାଙ୍କୁ ବିଭିନ୍ନ ଗାଁ ଗାଁରେ ଲୋକେ ନିଜ ନିଜ ଢଙ୍ଗରେ ପାଳନ କରିଥାନ୍ତି l ଏଥିରେ ବଲାଙ୍ଗୀର ଜିଲ୍ଲା ସଇଁତଲାର ଅଧିଷ୍ଠିତ୍ରୀ ଦେବୀ ମା ଚଣ୍ଡୀ ଙ୍କ ଯାତ୍ରା ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହାଆଡମ୍ବ ସହ ପାଳନ ହୋଇଯାଇଛି l ଏଥିରେ ମନ୍ଦିର ମୁଖ୍ୟ ପୂଜକ ଧର୍ମେନ୍ଦ୍ର ସିଂ ଭୋଇ ଙ୍କ ତତ୍ତ୍ୱବଧାନରେ ପୂଜା ସମ୍ପନ୍ନ ହୋଇଯାଇଛି l ଏହି ଚଣ୍ଡୀ ଯାତ୍ରାକୁ କାହିଁ କେତେ କାଳରୁ ଲୋକେ ବିଶ୍ୱାସ ରହିଆସିଛି ଯେ, ମା ଙ୍କ ଠାରେ ପୂଜାର୍ଚ୍ଚନା ଓ ମାନସିକ କଲେ ତାହା ପୂରଣ ହୋଇଥାଏ ବୋଲି ଯୁଗ ଯୁଗ ଧରି ଏହି ଚଣ୍ଡୀ ମନ୍ଦିର ଯାତ୍ରାରେ ଦୂର ଦୁରାନ୍ତ ରୁ ଏପରିକି ରାଜ୍ୟ ବାହାର ରୁ ମଧ୍ୟ ଭକ୍ତମାନେ ଆସି ମା ଦର୍ଶନ କରି ମାନସିକ ରଖିବା ଥିବା ଯୋଗୁଁ ପ୍ରବଳ ଜନ ସମାଗମ ଦେଖିବାକୁ ମିଳିଥିଲା l ଏହି ମନ୍ଦିର ବିଶେଷତ୍ୱ ରାଜା ରାଜୁଡ଼ି ଅମଳ ରୁ ରହିଥିବା କୋଶଳ ଇତିହାସରେ ମଧ୍ୟ ବର୍ଣ୍ଣନା ହୋଇଥିବା ଜଣାଯାଏ l ଏହି ଯାତ୍ରା ସମୟରେ ମା ଚଣ୍ଡୀ, ଜଟିଆ ବୁଢ଼ା, ମା ପାଟମେଶ୍ବରୀ, ପଟଖଣ୍ଡା, ମା ମଂଗଳା ଦେବୀ ମାନେ ପ୍ରଘଟ ହେବା ପରେ ଶହ ଶହ ଭକ୍ତ ମା ଦର୍ଶନ କରି ନଡ଼ିଆ, କୁକୁଡ଼ା ଓ ମେଣ୍ଡା ପ୍ରଭୁତି ବଳି ଦିଆଯାଇଥିଲା l ଏହାପରେ ବାଜା ଦ୍ୱାରା ଦେବୀମାନେ ସହରର ପରିକ୍ରମା କରିଥିଲେ l ଏଥିରେ ଚୈତନ୍ୟ ଭୋଇ, ବୈକୁଣ୍ଠ ଭୋଇ, ଜଗଦିଶ ଭୋଇ, ରଞ୍ଜନ ଭୋଇ, ଉମାକାନ୍ତ ଭୋଇ, ବଳଭଦ୍ର ଭୋଇ, ମଦନ ମୋହନ ଭୋଇ, କୃଷ୍ଣ ଜାଲ, ଲବ ଜାଲ, ଯୁଧିଷ୍ଠିର ଜାଲ, କାର୍ତିକ ସା, ପିତାମ୍ବର ପୁଟେଲ, ତୁମୁଲୁ ସାହୁ, ପେଟୁ ସାହୁ, ବୀରମଣି ରଣା, ବାବୁଲା ରଣା, କଏରୁ ରଣା, ଲମ୍ବୋଦର ଭୋଇ, ମହେଶ୍ୱର ରଣା ଙ୍କ ସମେତ ୧୨ ଦେହୁରିଆ ସହ ୪୦ ଜଣ ସେବକ ମା ଙ୍କ ଦାୟିତ୍ୱ ତୁଳାଇଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.