ହଜାରେରୁ ଉର୍ଦ୍ଧ୍ବ ଯୁବତୀ ଏକା ସଙ୍ଗେ ପାଳନ କଲେ ଭାଇଜିଉଁନ୍ତିଆ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗିର ଜିଲ୍ଲା ସଇଁତଲା ସହରରେ ଚାଲିଥିବା ସାର୍ବଜନୀନ ନବରାତ୍ର ଦୁର୍ଗାପୂଜା ମଣ୍ଡପ ପରିସରରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏକା ସଙ୍ଗେ ସହରର ୧ ହଜାରରୁ ଉର୍ଦ୍ଧ୍ବ ଯୁବତୀମାନେ ମହାଆଡ଼ମ୍ବର ସହ ଭାଇଜିଉଁନ୍ତିଆ ଓଷା ପାଳନ କରିଛନ୍ତି । ଏଥିରେ ଭଉଣୀମାନେ ଭାଇର ଦୀର୍ଘାୟୁ ଜୀବନ କାମନା ପାଇଁ ପାଳନ କରିଛନ୍ତି। ଓଡ଼ିଶାର ପଶ୍ଚିମାଞ୍ଚଳରେ ଏହି “ ଭାଇ ଜିଉଁନ୍ତିଆ” ନାମରେ ଏକ ମୁଖ୍ୟ ଓଷା ଭାବେ ପାଳିତ ହେଉଥାଏ l ଭଉଣୀ ମାନେ ଭାଇର ମଙ୍ଗଳ କାମନା କରି ନିର୍ଜଳା ଉପବାସ କରିଥାନ୍ତି । ଏଥିରେ ୧୦୮ ଗୋଟି ଅରୁଆ ଚାଉଳ, ୧୦୮ ଦୁବ, ନାନା ପ୍ରକାରର ଫୁଲ ଓ ଆଖୁ, କଦଳୀ, କନ୍ଦମୂଳ, ନଡ଼ିଆ, ଗଜା ମୁଗ, ବଡ଼ଚଣା, ସୋଲା, ନାରଙ୍ଗ, ପାନ, କାକୁଡି, କମଳା, ଜହ୍ନି, କଖାରୁ ଆଦି ୨୧ ପ୍ରକାରର ଫଳ ଏବଂ ଜୁଗାର ଓ ଲଡ଼ୁ ଧରି ଭଉଣୀମାନେ ପୂଜା ମଣ୍ଡପକୁ ଆଣିଥିଲେ। ସନ୍ଧ୍ୟା ସମୟରେ କାକୁଡି ଚକ ସହ ଅଫାମରା ଗଛର କାଠି ଧରି ଲାନ୍ଥ ନଦୀକୁ ଯାଇ ବାଲିରେ ପୂଜାର୍ଚନା କରିବା ସହ ଜଳ ପୂର୍ଣ୍ଣ କଳସ ଧରି ଘରକୁ ଫେରିଥାନ୍ତି l ଏହାପରେ ଭୋଗ ସାମଗ୍ରୀ ଧରି ମଣ୍ଡପକୁ ଯାଇ ଭାଇଜୁଉନ୍ତିଆ ପୂଜା କରିଥାନ୍ତି l ଏଥିରେ ଯୁବତୀମାନଙ୍କ ମଧ୍ୟରେ ଅନେକ ଉତ୍ସାହିତ ଦେଖିବାକୁ ମିଳିଥିଲା। ଏହି ମଣ୍ଡପ ପରିସରରେ ପଣ୍ଡିତ ବିକ୍ରମ ମିଶ୍ର ଙ୍କ ତତ୍ତ୍ୱବଧାନରେ ପୁରାଣ ପଠନ କରିଥିବା ବେଳେ ସହରର ବହୁ ଯୁବତୀ ଉପସ୍ଥିତ ରହି ପାଳନ କରିଥିଲେ l ଏଥିରେ ପଣ୍ଡିତ କିରଣ ମିଶ୍ର, ନବଘନ ଷଡ଼ଙ୍ଗୀ, ଲକ୍ଷଣ ବୈଠାରୁ, ଗୁଣନିଧି ସାହୁ, ବୀରବର ରଣା, ପ୍ରଶାନ୍ତ ପୃଷେଠ, ସୁବାସ ରଥ, ବ୍ରଜରଙ୍ଗ ଅଗ୍ରୱାଲ ଙ୍କ ସମେତ କମିଟି ସଦସ୍ୟମାନେ ସାମିଲ ହୋଇ ସହଯୋଗ କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.