ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ୯ ଦିନ ଭକ୍ତଙ୍କ ଦ୍ବାରା ରୁପ୍ରାରୋଡ ଦୁର୍ଗା ମଣ୍ଡପରେ ଆରାଧିତ ହେବାପରେ ବିଦାୟ ନେଇଛନ୍ତି ଜଗତଜନନୀ । ସନାତନ ସଂସ୍କୃତିରେ ପ୍ରତ୍ୟକ ପୂଜା ଆରମ୍ଭରେ ଦେବୀ/ଦେବତାଙ୍କୁ ଆବାହନ ଓ ଶେଷରେ ବିସର୍ଜନ କରାଯାଇଥାଏ । ସେହି କ୍ରମରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରାରୋଡ ଠାରେ ପାରମ୍ପରିକ ରିତି ନିତି ଅନୁସାରେ ମା ଦୁର୍ଗାଙ୍କ ପୂଜା ହେବାପରେ ଭସାଣି ପର୍ବ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଛି । ଚଳିତ ବର୍ଷ ରୁପ୍ରାରୋଡ ଦୁର୍ଗା ପୂଜା ୬୪ତମ ବର୍ଷରେ ପଦାର୍ପଣ କରିଥିଲା । ଦେବୀ ଦୁର୍ଗାଙ୍କ ଦର୍ଶନ ପାଇଁ ପ୍ରତ୍ୟହ ଲାଗି ରହିଥିଲା ଶ୍ରଦ୍ଧାଳୁଙ୍କ ଭିଡ଼ । ୯ ଦିନ ଧରି ପୂଜା ମଣ୍ଡପରେ ଦେବୀ ଦୁର୍ଗାଙ୍କ ଆରଧନା କରାଯିବା ପରେ ପଡିଥିଲା ପୂର୍ଣ୍ଣାହୂତି । ଏହାପରେ ବିଜୟାଦଶମୀରେ ପାରମ୍ପରିକ ଗଣା ବଜା ଓ ଆଧୁନିକ ବ୍ୟାଣ୍ଡ ବଜା ସହ ଶତାଧିକ ଭକ୍ତ ସାମିଲ ହୋଇ ମା’ଙ୍କୁ ମେଳାଣି ଦେଇଥିଲେ । ସ୍ଥାନେ ସ୍ଥାନେ ଗାଁର ମହିଳାମାନେ ହାତରେ ଭୋଗ ଏବଂ ଆଳତି ଥାଳି ଧରି ଦୁର୍ଗତିନାଶିନୀ ଦେବୀ ଦୁର୍ଗାଙ୍କୁ ବନ୍ଦାପନା କରିଥିଲେ । ଭଷାଣୀ ସମୟରେ ପୂଜା ପରିଚାଳନା କମିଟି ସଭାପତି ରାଧେଶ୍ୟାମ ଖେତାନଙ୍କ ସହ ଅଶୋକ କମାନୀ, ପୁଷ୍ପକ ମହାନ୍ତି, ଭାରତୀ ମହାନ୍ତି, ଧିରେନ୍ଦ୍ର ଖେତାନ, ଅନିଲ ଅଗ୍ରୱାଲ, ଦିନରାଜ ଅଗ୍ରୱାଲ, ରତନ ଅଗ୍ରୱାଲ, ଦିପକ ମହାନ୍ତି, ଅନିଲ କୁମାର ଅଗ୍ରୱାଲ, ରୁପେ ଅଗ୍ରୱାଲ, ଅମିତ ଶର୍ମା, ନିରଜ ଶର୍ମା, ବଣ୍ଟି ଖେତାନ, ଦୁର୍ଗା ପୂଜାର କର୍ତ୍ତା ବିଜୟ ଅଗ୍ରୱାଲଙ୍କ ସମେତ ଦୁର୍ଗା ପୂଜା କମିଟିର କାର୍ଯ୍ୟକର୍ତ୍ତା, ସମସ୍ତ ସଦସ୍ୟ ଓ ଗ୍ରାମବାସୀମାନେ ଉପସ୍ଥିତ ଥିଲେ ।