ତହସିଲଦାରଙ୍କୁ ନର୍ଲା ସାମ୍ବାଦିକ ୟୁନିଅନ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ସାମ୍ବାଦିକ ୟୁନିଅନ (ଓୟୁଜେ) ପକ୍ଷରୁ ଶନିବାର ନୂତନ ତହସିଲଦାରଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। କିଛି ଦିନ ତଳେ ନର୍ଲା ତହସିଲ କାର୍ଯ୍ୟାଳୟରେ ତହସିଲଦାର ଭାବେ ବିଶ୍ବରଞ୍ଜନ କହଁର ଯୋଗ ଦେଇଛନ୍ତି। ନୂତନ ତହସିଲଦାରଙ୍କୁ ତାଙ୍କ କାର୍ଯ୍ୟାଳୟରେ ସୌଜନ୍ୟମୂଳକ ସାକ୍ଷାତ କରି ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ନର୍ଲା ସାମ୍ବାଦିକ ୟୁନିଅନର ବରିଷ୍ଠ ସାମ୍ବାଦିକ ଲିଙ୍ଗରାଜ ମିଶ୍ର, ଅଭିରାମ ନନ୍ଦ, ସୁନୀଲ କୁମାର ଧଙ୍ଗଡାମାଝୀ, ଅନୀଲ ଅଗ୍ରୱାଲ, ଦୀପକ ମହାନ୍ତି, ନିରଞ୍ଜନ ଗୌଡ଼, ସୁମିତ କୁମାର ଶର୍ମା ଓ ରଞ୍ଜନ କୁମାର ମହାନ୍ତି। ନର୍ଲା ତହସିଲରେ ପୂର୍ବରୁ କାର୍ଯ୍ୟରତ ଥିବା ତହସିଲଦାର ଶଙ୍କର ବାଗଙ୍କ ବଦଳୀ ହୋଇଥିବା ବେଳେ ସେ ନୂତନ ତହସିଲଦାର ଶ୍ରୀ କହଁରଙ୍କୁ ଦାୟୀତ୍ବ ପ୍ରଦାନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଚିକିଟି ତହସିଲଦାର ଦାୟିତ୍ଵରେ ରହିଥିବା ଶ୍ରୀ କହଁର ନର୍ଲା ତହସିଲଦାର ଭାବେ ଯୋଗଦାନ କରିଛନ୍ତି। ଶ୍ରୀ କହଁର ପୂର୍ବରୁ ଅନେକ ସ୍ଥାନରେ ତହସିଲଦାର ଭାବେ ଦକ୍ଷତାର ସହ କାର୍ଯ୍ୟ କରି ସୁନାମ ଅର୍ଜନ କରିଥିବାରୁ ନର୍ଲାରେ ମଧ୍ୟ ସେ ଉତ୍ତମ ଭାବରେ ନିଜ କାର୍ଯ୍ୟ ସମ୍ପାଦନ କରିବେ ବୋଲି ଆଶା କରାଯାଉଛି। ନର୍ଲା ସାମ୍ବାଦିକ ୟୁନିଅନ ସହ ତହସିଲଦାରଙ୍କ ସାକ୍ଷାତ ଆଲୋଚନା ଏକ ଭାବପୂର୍ଣ୍ଣ ପରିବେଷ ମଧ୍ୟରେ ହୋଇଥିବାରୁ ତହସିଲଦାରଙ୍କୁ ଧନ୍ୟବାଦ ଦେବା ସହ ତାଙ୍କ କାର୍ଯ୍ୟ ସଫଳତା କାମନା କରିଛନ୍ତି ୟୁନିଅନର ସାମ୍ବାଦିକ ବୃନ୍ଦ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.