ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ଵନାଥପୁର ଉଦ୍ୟାନ ବିଭାଗ ପରିସରରେ ବ୍ଲକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ଏବଂ ଦକ୍ଷତା ବିକାଶ ଓ ପ୍ରଶିକ୍ଷଣ ମିଶନ ମାଧ୍ୟମରେ ବ୍ଲକ ସ୍ତରୀୟ ଜନ ପ୍ରତିନିଧି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ କୃଷକ ମାନଙ୍କୁ ବିଭିନ୍ନ ଉଦ୍ୟାନ କୃଷି ସମ୍ବନ୍ଧରେ ତାଲିମ ପ୍ରଦାନ କରାଯାଇଥିଲା। ଲାଞ୍ଜିଗଡ଼ ବ୍ଲକର ସହକାରୀ ଉଦ୍ୟାନ କୃଷି ଅଧିକାରୀ ଅନନ୍ତ ନାରାୟଣ ପଣ୍ଡାଙ୍କ ଅଧ୍ୟକ୍ଷାରେ ଆୟୋଜିତ ଶିବିରରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ କମଳା ପାତ୍ର ଯୋଗ ଦେଇଥିବାବେଳେ ସମ୍ମାନୀତ ଅତିଥି ଭାବେ ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାଏକ, ଗୋଷ୍ଠୀ କୃଷି ଅଧିକାରୀ ଚନ୍ଦ୍ରମୋହନ ଚାନ୍ଦ, କେସିଙ୍ଗା ବ୍ଲକ ସହକାରୀ ଉଦ୍ୟାନ କୃଷି ଅଧିକାରୀ ପ୍ରଜ୍ଞା ପ୍ରିୟଦର୍ଶିନୀ ସାହୁ, ସମାଜସେବୀ ହରିଶଙ୍କର ପାତ୍ର,ସାଂସଦ ପ୍ରତିନିଧି ଲକ୍ଷ୍ମୀଧର ସନ୍ତୋଷରାୟ, ପାହାଡ଼ପଦର ସମିତି ସଭ୍ୟ ଜଗଦିଶ ବେନିଆଁ, କାନକୁଟ୍ରୁ ସମିତି ସଭ୍ୟ ମନୋହର ହରପାଲ, ଆତ୍ମା ଅଧ୍ୟକ୍ଷ ବିରାଜ ପନ୍ଦର ପ୍ରମୁଖ ଯୋଗଦେଇଥିଲେ। ଉକ୍ତ କର୍ମଶାଳାରେ ଉଦ୍ୟାନ କୃଷି ବିଭାଗର ଆଭ୍ୟନ୍ତରୀଣ ଯୋଜନା ଗୁଡିକ ବିଷୟରେ କୃଷକ ମାନଙ୍କୁ ଆଲୋକପାତ କରାଯାଇଥିଲା। ଏଥିରେ ବିଭିନ୍ନ ଯୋଜନା ଗୁଡ଼ିକ କିପରି ଚାଷୀ ମାନେ ସୁବିଧାରେ ଉପଲବ୍ଧ ହାସଲ କରି ପାରିବେ, ଉକ୍ତ ଯୋଜନା ଗୁଡିକ ସମ୍ବନ୍ଧରେ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରାଯାଇଥିଲା। ଚାଷୀ ମାନେ ନିଜର ଉପସ୍ଥିତ ଥିବା ମୁଖ୍ୟ ଅତିଥି ଓ ପ୍ରବକ୍ତା ମାନଙ୍କୁ ନିଜର ବିଭିନ୍ନ ସମସ୍ୟା ଗୁଡିକ ବିଷୟରେ ପ୍ରଶ୍ନ ପଚାରି ନିଜ ନିଜର ସଠିକ୍ ସମାଧାନର ଉପଦେଶ ଗୁଡିକ ବୁଝିଥିଲେ। ଏହି କର୍ମଶାଳାରେ ବିଭିନ୍ନ ଗାଁରୁ ଆସିଥିବା ଚାଷୀ ଓ ସ୍ଵଂୟ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା କ୍ୟରେଟ୍ ପ୍ରଦାନ କରାଯାଇଥିବା ବେଳେ ଏଥିରେ ଉଦ୍ୟାନ ବିଭାଗର କର୍ମଚାରୀ ଈଶ୍ଵର ବଗର୍ତ୍ତୀ, ଯଦୁମଣି ବଡ଼ନାୟକ, ଟିକନୁ ସାହୁ ଏପିସି ପ୍ରକଳ୍ପ ଅଧିକାରୀ ଦେବାଶିଷ ପଣ୍ଡା ଓ ସମସ୍ତ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ।