ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ଜଗନ୍ନାଥ ସଂସ୍କୃତିକୁ ନଷ୍ଟ କରୁଥିବା କମିୟା ଜାନି ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଗୋ ମାଂସ ଖାଇବା ପାଇଁ ପ୍ରଚାର କରୁଥିବା ଲୋକଙ୍କୁ ଶ୍ରୀ ମନ୍ଦିରକୁ ପ୍ରବେଶ କରାଇଥିବା ବ୍ୟକ୍ତିଙ୍କ ଉପରେ କଠୋର ଦଣ୍ଡ ଦିଆଯିବା ଦାବୀ କରି ଆଜି ସ୍ଥାନୀୟ ଏକତା ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଥିଲା। ଜିଲ୍ଲା ଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ଆବାହକ ଶିବାଜୀ ପଣ୍ଡାଙ୍କ ନେତୃତ୍ୱରେ ଆୟୋଜିତ ଏହି ବିକ୍ଷୋଭ ସଭାରେ ଜିଲ୍ଲା ଓକିଲ ସଂଙ୍ଘ ସଭାପତି ପ୍ରସନ୍ନ କୁମାର ପାଢ଼ୀ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଯଦୁମଣି ପାଣିଗ୍ରାହୀ, ଆଦିବାସୀ କଲ୍ୟାଣ ସଂଙ୍ଘ ନୂଆପଡା ବ୍ଲକ ସଭାପତି ଭକ୍ତ ବନ୍ଧୁ ଧାରୁଆ, ଓଜସ୍ୱନୀ ସୁନାନୀ, ଚତୁର୍ଭୁଜ ଶର୍ମା, ସୁଶାନ୍ତ ପତି ଓ ଶତାଧିକ ଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନର ସଦସ୍ୟ ଉପସ୍ଥିତ ଥିଲେ। ସଂସ୍କୃତି ନଷ୍ଟ କରୁଥିବା ଓ ସେମାଙ୍କୁ ଶ୍ରୀମନ୍ଦିର ପ୍ରବେଶ କରାଇଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଆଗାମୀ ଦିନରେ ରାଜ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଛନ୍ତି।