ଆସନ୍ତା କାଲିଠାରୁ ଗୁରୁକୁଳ ହରିପୁରର ତ୍ରି ଦିବାସୀୟ ୧୪ତମ ବାର୍ଷିକ ମହୋତ୍ସବ ଆରମ୍ଭ

ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଲେ ଆଚାର୍ଯ୍ୟ ସୁଦର୍ଶନ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ସଦର ବ୍ଲକ ଗୋଡ଼ଫୁଲା ପଂଚାୟତର ହରିପୁର ଗୁରୁକୁଳ ଆଶ୍ରମରେ ଆସନ୍ତା କାଲି ଠାରୁ ତ୍ରି ଦିବାସୀୟ ବାର୍ଷିକ ଉତ୍ସବ ଆୟୋଜିତ ହେବାକୁ ଯାଉଛି | ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ଗୁରୁକୁଳ ହରିପୁର ଆଶ୍ରମର ଆଚାର୍ଯ୍ୟଗଣ ସୂଚନା ପ୍ରଦାନ କରିଛନ୍ତି | ତେବେ ଏହି ସମ୍ବାଦିକ ସମ୍ମିଳନୀରେ ସ୍ୱାମୀ ସୁଦର୍ଶନ ଦେବଚାର୍ଯ୍ୟ, ଆଚାର୍ଯ୍ୟ ଦିଲୀପ ଜିଜ୍ଞାସୁ, ସ୍ୱାମୀ ବିଶୁଦ୍ଧାନନ୍ଦ ସରସ୍ବତୀ ପ୍ରମୁଖ ଉପସ୍ଥିତ ଥିଲେ | ଉତ୍ସବର ପ୍ରଥମ ଦିବସରେ ଓମ ଧ୍ଵଜା ଉତ୍ତୋଳନ ସହିତ ବିଶିଷ୍ଟ ଅତିଥିଙ୍କ ଦ୍ୱାରା ଉତ୍ସବର ଶୁଭ ଉଦଘାଟନ, ଦେବଯଜ୍ଞ, ଦେଶପ୍ରେମ ଏବଂ ପ୍ରେରଣା ଦାୟୀ ଆଧ୍ୟାତ୍ମିକ ବୈଦିକ ପ୍ରବଚନ ଆଦି କାର୍ଯ୍ୟକ୍ରମ ରହିଛି | ଦ୍ଵିତୀୟ ଦିବସରେ ଗୁରୁକୁଳିଅ ଶାସ୍ତ୍ର ଓ ଶସ୍ତ୍ର ବିଦ୍ୟାରେ ପାରଙ୍ଗମ ବ୍ରହ୍ମଚାରୀ ମାନଙ୍କ ଦ୍ୱାରା ଅଷ୍ଟାଧ୍ୟାୟୀ, ଧାତୁପାଠ, ଦର୍ଶନ ଆଦି ଶାସ୍ତ୍ର ସ୍ମରଣ, ବିବିଧ ସଂସ୍କୃତିକ କାର୍ଯ୍ୟକ୍ରମ, ଆସନ, ବ୍ୟୟାମ, ପ୍ରଣାୟାମ, ମଲ୍ଲଖମ୍ବ, ଦଣ୍ଡଚାଳନା, ଗଦା ଚାଳନା ଆଦି ଅଦ୍ଭୁତ ଚିତ୍ତାକର୍ଷକ ଶାରୀରିକ କଳା କୌଶଳ ପ୍ରଦର୍ଶନ ହେବ | ଉତ୍ସବର ତୃତୀୟ ଦିବସ ଅର୍ଥାତ ସମାପନ ଦିବସରେ ଶ୍ରାବଣୀ ପୁର୍ଣିମା ଠାରୁ ଆରମ୍ଭ ହୋଇଥିବା ଚତୁର୍ବେଦ ପାରାୟଣ ମହାଯଜ୍ଞର ପୂର୍ଣ୍ଣାହୂତି ସମ୍ପର୍ଣ ହେବାର କାର୍ଯ୍ୟକ୍ରମ ସ୍ଥିରିକୃତ ରହିଛି | ସେବା ଓ ପରୋପକାରରେ ସତତ ସଂଲଗ୍ନ ଗୁରୁକୁଳ ହରିପୁର, ଡ଼ଲାର ଫାଉଣ୍ଡେସନ, କଲକତାର ସୌଜନ୍ୟରେ ୭୦୦ ସଂଖ୍ୟକ ନିର୍ଦ୍ଧନ, ଦିବ୍ୟାଙ୍ଗ ଭାଇଭଉଣୀଙ୍କୁ ଶୀତବସ୍ତ୍ର ପ୍ରଦାନ କରାଯିବ | ଏହା ସହିତ ଏଥିରେ ଉପସ୍ଥିତ ସମସ୍ତ ଶ୍ରଦ୍ଧାଳୁ ଜନତା ଜନାର୍ଦ୍ଦନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ ରହିଥିବା ଅର୍ଚାଯ୍ୟ ସୁଦର୍ଶନ ଦେବଚର୍ଯ୍ୟ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.