ବରିଷ୍ଠ ବିଜେଡି ନେତା ପୂର୍ଣ୍ଣଚନ୍ଦ୍ର ପୂଝାରୀଙ୍କ ପରଲୋକ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ବିଜୁ ଜନତା ଦଳର ବରିଷ୍ଠ ତଥା ଅଭିଜ୍ଞ ରାଜନେତା ପୂର୍ଣ୍ଣଚନ୍ଦ୍ର ପୁଝାରୀଙ୍କ ୬୫ ବର୍ଷ ବୟସରେ ଗତକାଲି ରାତିରେ ବୁର୍ଲା ମେଡ଼ିକାଲରେ ପରଲୋକ ଘଟିଛି। ଦୀର୍ଘ ବର୍ଷରୁ ସେ ମଧୁମେହ ରୋଗରେ ପୀଡ଼ିତ ହୋଇ ବିଭିନ୍ନ ମେଡ଼ିକାଲ୍ ରେ ଚିକିତ୍ସିତ ହୋଇ ଆସୁଥିଲେ। ଆଜି ସକାଳେ ଶ୍ରୀ ପୂଝାରୀଙ୍କ ଘୋଡାଘାଟପଡା ବାସଭବନରେ ରାଜ୍ୟ ପ୍ରାକ୍ତନ ନିଗମ ଅଧ୍ୟକ୍ଷ ତଥା ଜିଲ୍ଲା ବିଜେଡିର କାର୍ଯ୍ୟକାରୀ ସଭାପତି ଅଭିମନ୍ୟୁ କୁଶଳ, ଜିଲ୍ଲା ଯୋଜନା ବୋର୍ଡ ସଦସ୍ୟ ପୀୟୁଷ ପଣ୍ଡା, ଟାଉନ୍ ସଭାପତି ଜନ୍ମଜୟ ପାତ୍ର, ଛାତ୍ର ନେତା ଶାଶ୍ଵତ ମିଶ୍ର, ଯୁବନେତା ମନୋରଂଜନ ତ୍ରୀପାଠୀ, ଆନନ୍ଦ ପାତ୍ର, ଲଡ଼ୁ କିଶୋର ମଲ୍ଲିକ, ଗୁପ୍ତ ପ୍ରକାଶ ମିଶ୍ର, ଅଶୋକ ନାୟକ, ପ୍ରମୁଖ ବହୁ ଦଳୀୟ ନେତା ଓ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗ ଦେଇ ସ୍ୱର୍ଗୀୟ ପୂଝାରୀଙ୍କ ମର ଶରୀରକୁ ଅନ୍ତିମ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ସ୍ଥାନୀୟ ଗୋକୋନେଶ୍ୱର୍ ଶ୍ମଶାନ ଘାଟରେ ଶ୍ରୀ ପୂଝାରୀଙ୍କ ଅନ୍ତିମ ସଂସ୍କାର କରାଯାଇଛି। ପ୍ରକାଶ ଥାଉ କି ଜନତା ଦଳରୁ ବିଜୁ ଜନତା ଦଳ ଯାଏ, ଚକ୍ର ଚିହ୍ନରୁ ଶଙ୍ଖ ଯାଏ, ସୋନପୁର ବିଧାୟକ ସ୍ବର୍ଗତ କୁନ୍ଦୁରୁ କୁଶଳଙ୍କ ଠାରୁ ବିଧାୟକ ନିରଞ୍ଜନ ପୂଝାରୀଙ୍କ ରାଜନୀତିର ଦୁଇଟି ନିର୍ବାଚନ ଯାଏ ପୂର୍ଣ୍ଣ ପୂଝାରୀ ଦଳର ନିର୍ବାଚନ ଅଧିକାରୀ ଭାବେ ସୂଚାରୁ ରୂପେ ଦାୟିତ୍ଵ ନିଭାଇଥିଲେ ଏବଂ ବିଜୁ ବାବୁଙ୍କ ଅମଳରୁ ଦୀର୍ଘ ବର୍ଷ ଯାଏ ଶ୍ରୀ ପୁଜାରୀ ଦଳର ଜଣେ ସଚ୍ଚୋଟ, ଉତ୍ସର୍ଗୀକୃତ, ନିର୍ଭିକ, ନିସ୍ୱାର୍ଥପର, ଅଭିଜ୍ଞ ଓ ଆଗ ଧାଡ଼ି ରାଜନୀତିଜ୍ଞ ଭାବେ ସେ ନିଜର ପରିଚୟ ସୃଷ୍ଟି କରିଥିଲେ। ବିଧାୟକ ଶ୍ରୀ କୁଶଳଙ୍କ ସମୟରେ ଜିଲ୍ଲାରେ ଅନେକ ତନ୍ତୁବାୟ ସେବା ସମିତି ଗଢିବାରେ ଏବଂ ଏସବୁର ଦ୍ରୁତ ବିକାଶ ଦିଗରେ ଶ୍ରୀ ପୁଝାରୀଙ୍କ ଉଲ୍ଲେଖନୀୟ ଅବଦାନ ଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.