ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଜୟପାଟଣା ବ୍ଲକ ଅନ୍ତର୍ଗତ ମୁଖିଗୁଡ଼ାଠାରେ ଆଜି ଲାଞ୍ଜିଗଡ଼ ବିଧାୟକଙ୍କ ନେତୃତ୍ଵରେ ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୂଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ଯକ୍ରମକୁ ମୁଖ୍ୟ ଅତିଥି ଭାବରେ ମାନ୍ୟବର ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରି ଯୋଗଦେଇ ଉଦ୍ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ଛାତ୍ର ବିଜେଡିର ରାଜ୍ୟ କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର ଯୋଗଦାନ କରି ସମସ୍ତ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଜିଲ୍ଲା ଜୀବନ ବିନ୍ଦୁ ସଂଯୋଜକ ଅମିତ କୁମାର ଯାଦବ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଅନ୍ୟତମ ଅତିଥି ଭାବରେ ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ସଭାପତି ସଇଲେନ୍ଦ୍ର ରାଜ, ଜୟପାଟଣା ବ୍ଲକ୍ ଯୁବ ସଭାପତି ଆମ୍ବୁଜ ଧଙ୍ଗଡା ମାଝି, ଛାତ୍ର ବ୍ଲକ୍ ସଭାପତି ମୋଷିମ୍ ଖାଁ, ସତ୍ୟନାରାୟଣ ଅଗ୍ରୱାଲ, ଅନିଲ ନିଆଲ, ପଙ୍କଜିନି ପଟ୍ଟନାୟକ, ବସନ୍ତ ନାୟକ, କୃପାସିନ୍ଧୁ ପଣ୍ଡା, ବେଲାଲ ସେନ ମାଝି, ଚିନ୍ମୟ ରାଉତ, ଅମିତ୍ କୁମାର ଦାସ, ପ୍ରଶାନ୍ତ ପଣ୍ଡା, ଅଜୟ ମହଲିକ, ନଟବର ହରିଜନ, ଲକ୍ଷ୍ମଣ ରଣା, ଷଷ୍ଠୀ ପଟେଲ ପ୍ରମୁଖ ଯୁବ ଛାତ୍ର ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ।






