ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ସ୍କୁଲ କିମ୍ବା କଲେଜରୁ ପାଠ ପଢା ସରିବା ପରେ ଅଧିକାଂଶ ସହପାଠୀ ନିଜର ଜୀବନ ଜୀବିକା ପାଇଁ ଅଲଗା ଅଲଗା ହୋଇ କିଏ କେଉଁ ଜାଗାକୁ ଚାଲିଯାଏ ତାହ ଜାଣିବା କଷ୍ଟକର। ତେବେ କିଛି ଅନ୍ତରଙ୍ଗ ବନ୍ଧୁ ନିଜ ନିଜ ଭିତରେ କିଛିଟା ସମ୍ପର୍କ ରଖିଥାନ୍ତି। ଅଧିକାଂଶ ସମୟ ଓ ଅନେକ ଯାଗାରେ ସ୍କୁଲର ବନ୍ଧୁ ମାନେ କିମ୍ବା କଲେଜ ଜୀବନରେ ସହପାଠୀ ମାନଙ୍କ ଭେଟ କ୍ଵଚିତ ଦେଖିବାକୁ ମିଳେ। ନିଜେ ପାଠ ପଢୁଥିବା ସ୍କୁଲ କିମ୍ବା କଲେଜରେ ଯଦି ବନ୍ଧୁ ମିଳନ କାର୍ଯ୍ୟକ୍ରମ ହୁଏ ତେବେ ସହପାଠୀ ମାନଙ୍କୁ ଏକ ଏକତ୍ରିତ ହେବାର ସୁଯୋଗ ମିଳିଯାଏ। ଆଜି ଏହି ଅବସରରେ ବିଶ୍ଵନାଥପୁର ମାଁ ହିରାନୀଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ୧୯୯୮ ବ୍ୟାଚର ପୂରାତନ ଛାତ୍ରଛାତ୍ରୀ ମାନଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ୧୯୮୮ ବ୍ୟଚର ପୂରାତନ ଛାତ୍ରଛାତ୍ରୀ ଉପସ୍ଥିତ ରହି ଜୀବନର ନିଜର ନିଜର ଅନୁଭୂତି ବର୍ଣ୍ଣର୍ନା କରିଥିଲେ। ତେବେ ଏହି କାର୍ଯ୍ୟକ୍ରମକୁ ମାଁ ହିରାନୀଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପୂର୍ବତନ ଛାତ୍ର ସରୋଜ ସାହୁ, କ୍ଷିରସିନ୍ଧୁ ସାହୁ, ରଘୁମଣୀ ବେହେରା, ଚନ୍ଦନ ଆଚାର୍ଯ୍ୟ, ରାଜୁ ସାସ୍ତ୍ରୀ, ଶ୍ରୀକାନ୍ତ ନାୟକ, ଥବିର ଦୋରା, ମିନକେତନ ଦଳେଇ, ମୋତି ଲାଲ୍ ସାହୁ, ବୁଲୁ ହୋତା ଛାତ୍ରୀ ଅଞ୍ଜନା ସାହୁ ଜୟଶ୍ରୀ ଜେନା, ମିଲି ନାୟକ, ଶଶି ପେସନିଆ, ଗୀତା ହରପାଲ, ଝୁନୁ ମହାପାତ୍ର ପ୍ରମୁଖ ବିଶେଷ ସହଯୋଗ କରିଥିଲେ।





