ସାଂସଦ ସୁଜିତ ସେଠଙ୍କ ଦ୍ବାରା ନର୍ଲାର ବିଭିନ୍ନ ପ୍ରକଳ୍ପ ଉଦଘାଟନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଗସ୍ତ କରି ସାଂସଦ ସୁଜିତ କୁମାର ସେଠ ମାଣ୍ଡେଲ ୟୁପିସ୍କୁଲରେ ତାଙ୍କ ସାଂସଦ ଅନୁଦାନ ପାଣ୍ଠିରୁ ୫ ଲକ୍ଷ ବ୍ୟୟ ଅଟକଳରେ ନିର୍ମିତ ଅତିରିକ୍ତ ଶ୍ରେଣୀ ଗୃହକୁ ଉଦଘାଟନ କରିଛନ୍ତି। ସେହିଭଳି ନାର୍ଲାରୋଡ ରେଳ ଷ୍ଟେସନରେ ତାଙ୍କ ଅନୁଦାନରୁ ୨ ଲକ୍ଷ ଟଙ୍କାରେ ଯାତ୍ରୀଙ୍କ ବସିବା ଉଦ୍ଦେଶ୍ୟରେ ପ୍ରଦତ୍ତ ଷ୍ଟିଲ ଚେୟାର ଗୁଡ଼ିକୁ ଲୋକାର୍ପିତ କରିଛନ୍ତି। ତାଙ୍କ ନର୍ଲା ଗସ୍ତ ଆରମ୍ଭରେ ଚିପୁଲ ନର୍ସରୀରେ ଏକ ଚାଷୀ ସମାବେଶ କରି ସେମାନଙ୍କ ସମସ୍ୟା, ରାଜ୍ୟ ସରକାରଂକ ମଣ୍ଡି ମାଧ୍ୟମରେ ଧନକିଣା କାର୍ଯ୍ଯ ବିଷୟରେ ପଚାରି ବୁଝିଥିଲେ। ଏହି ଗସ୍ତ ସମୟରେ ତାଙ୍କ ସହ ନର୍ଲା ବିଡ଼ିଓ ଏମ ଜଗଜୀବନ ଚୌଧୁରୀ, ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ବିଜେଡି ଯୁବ ନେତା ଚିତ୍ତରଞ୍ଜନ ମଣ୍ଡଳ, ସର୍ଗିଗୁଡା ସରପଞ୍ଚ ପ୍ରତିନିଧି ବିଜୟ ବୁଦ୍ଧିଆ, ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲ, ବରିଷ୍ଠ ନାଗରିକ କପି କେତନ ନାଏକ, ପ୍ରମୋଦ ସେନାପତି, ଦର୍ପ ସେନାପତି ଏବଂ ଅନେକ ଚାଷୀ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.