ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଆଜି ନର୍ଲା ବ୍ଳକ ଅନ୍ତର୍ଗତ ଶାନ୍ତପୁର ଓ ନର୍ଲା ତଥା ଆଖ ପାଖର ଧାନ ମଣ୍ଡି ଗୁଡ଼ିକୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ବିଶେଷଜ୍ଞ ସଦସ୍ୟ ଅବିନାଶ ଠାକୁର ପରିଦର୍ଶନ କରି ସ୍ଥାନୀୟ ଚାଷୀମାନଙ୍କ ସହ ଆଲୋଚନା କରି ତାଙ୍କ ସମସ୍ୟା ଶୁଣିଥିଲେ । କୃଷକ ଭାଇ ମାନେ କିଭଳି ଶୃଙ୍ଖଳିତ ଭାବରେ ମଣ୍ଡିରେ ଧାନ ବିକ୍ରୟ କରିପାରିବେ ଓ ଧାନ ଶିଘ୍ର ଉଠାଣ ହୋଇପାରିବ ସେ ନେଇ କଳାହାଣ୍ଡି ଜିଲ୍ଲାପାଳ ମହୋଦୟାଙ୍କ ସହ ଫୋନ ମାଧ୍ୟମରେ ଆଲୋଚନା କରିଥିଲେ। ଜିଲ୍ଲାପାଳ ତର୍ଜମା କରି ଶୀଘ୍ର ସମାଧାନ ପାଇଁ ପ୍ରତିଶୃତି ଦେଇଥିବା କହିଛନ୍ତି ଶ୍ରୀ ଠାକୁର।





