ଦ୍ଵିତୀୟ ପର୍ଯ୍ୟାୟରେ ଡ୍ରଇଂ, କବିତା ପାଠ ଓ ସାଂସ୍କୃତିକ ପ୍ରତିଯୋଗୀତା ଅନୁଷ୍ଠିତ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ଠାରେ ନୂଆ ଓ ‘ଯୁବ ଓଡ଼ିଶା ନବୀନ ଓଡ଼ିଶା” କାର୍ଯ୍ୟକ୍ରମର ୯/୧୨ ରେ ଉଦ୍ଘାଟିତ ହୋଇଯାଇଛି। ପୁଣି ଆରମ୍ଭ ହେଇଛି ଦ୍ଵିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ । ନର୍ଲା ଡିଗ୍ରୀ କଲେଜ ଅଧ୍ୟକ୍ଷ ନାରାୟଣ ନାଏକଙ୍କ ଅଧ୍ଯକ୍ଷତାରେ ଆୟୋଜିତ ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଲେଜ ପରିଚାଳନା କମିଟିର ପୂର୍ବତନ ସଭାପତି, ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ ଯୋଗଦେଇ ଛାତ୍ରଛତ୍ରୀମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ। ସମ୍ମାନୀତ ଅତିଥି ଭାବରେ ପରିଚଳନା ସମିତିର ପୂର୍ବତନ ସମ୍ପାଦକ ତଥା ପୂର୍ବତନ ନର୍ଲା ବ୍ଲକ ଅଧ୍ୟକ୍ଷ ଅଶୋକ ଚାନ୍ଦ, ପରିଚାଳନା ସମିତିର ସଭାପତି କ୍ଷୀରସିନ୍ଧୁ ସାହୁ, ସର୍ଗିଗୁଡଡ଼ା ସମିତି ସଦସ୍ୟ ଚିରଞ୍ଜିବୀ ଗୌଡିଆ, ନର୍ଲା ଯୁବ କଂଗ୍ରେସ ସଭାପତି ଦୀପୁ ପାତ୍ର ପ୍ରମୁଖ ମଞ୍ଚାସୀନ ରହି ମାର୍ଗଦର୍ଶନ ଦେଇଥିଲେ। ମଞ୍ଚରେ ଗଣେଶ ପୂଜନ ପରେ ଅତିଥିଙ୍କୁ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହାପରେ ସଭାପତି ଶ୍ରୀ ନାଏକ ସ୍ବାଗତ ଭାଷଣ ଦେଇଥିଲେ। ୯ ରୁ ୧୨ ଚାରିଦିନ ଧରି କାର୍ଯ୍ୟକ୍ରମ ଚାଲିବା ପରେ ଛାତ୍ରଛତ୍ରୀଙ୍କ ପରୀକ୍ଷା ପାଇଁ କାର୍ଯ୍ୟକ୍ରମକୁ ସ୍ଥଗିତ ରଖା ଯାଇଥିଲା। ପରୀକ୍ଷା ସରିଯିବା ପରେ ବୁଧବାର ଠାରୁ ଦ୍ଵିତୀୟ ପର୍ଯ୍ୟାୟରେ ପୁଣି ଆରମ୍ଭ ହେଇଛି କାର୍ଯ୍ୟକ୍ରମ । ଆଜି ଗୁରୁବାର ଡ୍ରଇଂ, କବିତା ପାଠ ପ୍ରାଭୃତି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ଅଧ୍ୟାପକ ସୁଶାନ୍ତ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ରାଜନୀତି ବିଜ୍ଞାନ ଅଧ୍ୟାପକ ମୃତ୍ୟୁଞ୍ଜୟ ଚାନ୍ଦ କାର୍ଯ୍ୟକମ ପରିଚାଳନା କରିଥିଲେ। କଲେଜର ଅଧ୍ୟକ୍ଷ ଶ୍ରୀ ନାଏକ ସ୍ବାଗତ ଭାଷଣ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମର ଆଭିମୁଖ୍ୟ ପ୍ରତିପାଦନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ମାଝୀ ରାଜ୍ୟ ସରକାରଙ୍କ ଏହି ଛାତ୍ର ମଙ୍ଗଳ କାର୍ଯ୍ୟକ୍ରମ ରେ ଛାତ୍ରଛତ୍ରୀ ମାନଙ୍କ ସର୍ବାଙ୍ଗୀନ ବିକାଶ ହେବ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ। ରାଜ୍ୟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଡିଗ୍ରୀ କଲେଜ ଗୁଡିକରେ ରାଜ୍ୟ ସରକାରଙ୍କର ଏହି ଛାତ୍ରଛାତ୍ରୀ ଦକ୍ଷତା ବୃଦ୍ଧି କାର୍ଯ୍ୟକମ ଅନୁଷ୍ଠିତ ହେଉଛି। ଏହି ପରିପ୍ରେକ୍ଷୀରେ ପଞ୍ଚାୟତ ସମିତି ଡିଗ୍ରୀ କଲେଜ ନର୍ଲାରେ ମଧ୍ୟ ଅନୁଷ୍ଠିତ ହେଇଛି “ଯୁବ ଓଡ଼ିଶା ନବୀନ ଓଡ଼ିଶା” କାର୍ଯ୍ୟକମ। ଶନିବାର ୯/୧୨ ଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକମ ଆସନ୍ତା ଜାନୁଆରୀ ୨ ଯାଏଁ ଚାଲିବ । ଏବେ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଛି। ଏହାପରେ କ୍ରୀଡ଼ା ପ୍ରତିଯୋଗୀତା ଅନୁଷ୍ଠିତ ହେବ। ଜାନୁଆରୀ ୩ ରେ ଏହା ଉଦଯାପନ ହେବ ବୋଲି ଜଣାପଡିଛି। ଏଥିରେ ଖେଳ ବିଭାଗ ରେ ଫୁଟବଲ, ଭଲିବଲ୍, ଦୌଡ଼, ବେଡମିନ୍ତନ୍, ଲମ୍ବା ଡ଼ିଆଁ, ଉଚ୍ଚ ଡିଆଁ ପ୍ରଭୃତି ରହିଥିବା ବେଳେ ସାସ୍କୃତିକ କାର୍ଯ୍ୟକମ ଗୁଡିକ ମଧ୍ୟରେ ନାଚ, ଗୀତ, ଡ୍ରାମା, ବକ୍ତୃତା, ପ୍ରବନ୍ଧ ପ୍ରତିଯୋଗୀତା ଅନୁଷ୍ଠିତ ହେଉଛି। ସାମାଜିକ କାର୍ଯ୍ୟକ୍ରଗୁଡ଼ିକ ମଧ୍ୟରେ ସ୍ବଚ୍ଛତା, ରାସ୍ତା ସଫେଇ, ଶିକ୍ଷା ସଚେତନତା, ସ୍ବାସ୍ଥ୍ୟ ସଚେତନତା, ନିଶା ନିବାରଣ ପ୍ରଭୃତି କାର୍ଯ୍ୟକ୍ରଗୁଡ଼ିକ ପର୍ଯ୍ୟାୟ କ୍ରମେ ଅନୁଷ୍ଠିତ ହେବ। ସମନ୍ଵିତ ଯୁବ ବିକାଶ ଯୋଜନା (ଆଇୱାଇଡିପି) ଅଧିନରେ ରାଜ୍ୟ ସରକାର ଏହି ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ଏଥିରେ ଛାତ୍ର ଛାତ୍ରୀଙ୍କ ମାନସିକ ଓ ଶାରୀରିକ ଦକ୍ଷତାର ବିକାଶ ହେବ। ଅଧ୍ୟାପକ ମୃତ୍ୟୁଞ୍ଜୟ ଚାନ୍ଦ କାର୍ଯ୍ୟକମ ପରିଚାଳନା କରିଥିବା ବେଳେ ଅଧ୍ୟାପିକା ବାସନ୍ତୀ ସାହୁ, ସଂଘମିତ୍ରା ପଣ୍ଡା, ପାର୍ବତୀ ଦାସ, ପିଇଟି କ୍ଷିତିଶ ଚନ୍ଦ୍ର ବଗର୍ତ୍ତି, ଅଧ୍ୟାପକ ରମେଶ ଚନ୍ଦ୍ର ଘଡେ଼ଇ, ଅଧ୍ୟାପିକା କୌଶଲ୍ୟା ଗଡବା, କର୍ମଚାରୀ ସନ୍ତୋଷ ନାଏକ, କିଶୋର ଚାନ୍ଦ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।






