ଧାନ ସଂଗ୍ରହ ଦୁର୍ନୀତିର ସିବିଆଇ ତଦନ୍ତ ଦାବୀ କଲା ବିଜେପି

ଜାନୁଆରୀ ୫ରେ ବିଜେପିର ନୂଆପଡା ବନ୍ଦ ଡାକରା

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡ଼ା ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ବିଜେପି ସଭାପତି ସୁବ୍ରତ ଠାକୁରଙ୍କ ଅଧକ୍ଷତରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରସନ୍ନ କୁମାର ପାଢ଼ୀ, ଯଦୁମଣି ପାଣିଗ୍ରାହୀ, ହୋମ ସିଂ ମାଝୀ, ଜିଲ୍ଲା ସାଧାରଣ ସମ୍ପାଦକ କମଲେଶ ଦୀକ୍ଷିତ, ତୁଳସ ପଟେଲ, ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ଅଭିନନ୍ଦନ ପଣ୍ଡା, ବରିଷ୍ଠ ନେତା ଅତୀନ୍ଦ୍ର ସିଂ ମଲ୍ଲିକ, ପୁସ୍ତମ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲାରେ ଖରିଫ ଓ ରବି ଧାନ ସଂଗ୍ରହ ଦୁର୍ନୀତିର ସିବିଆଇ ତଦନ୍ତ ହେଉ ବୋଲି ବିଜେପି ଦାବୀ କରିଛି। ଏଥି ସହିତ ରାଜ୍ୟ ସରକାରଙ୍କ ଚାଷ ଓ ଚାଷୀ ମାରଣାନୀତି, ଶୋଷଣ ଓ ଭକ୍ଷଣ ବିରୋଧରେ ଆସନ୍ତା ଜାନୁଆରୀ ୫ ତାରିଖରେ ସମ୍ପୂର୍ଣ ଜିଲ୍ଲା ବନ୍ଦର ଡାକରା ଦେଇଛନ୍ତି। ଜିଲ୍ଲାରେ ଚାଷୀ ଧାନର ଅଭାବୀ ବିକ୍ରୀର ଶିକାର ହେଉଛନ୍ତି।‌ଏହାର ସୁଯୋଗ ମିଲର୍ସ ଓ ବିଭାଗୀୟ ଅଧିକାରୀ ମଣ୍ଡିରେ ମନମୁଖୀ କଟନୀଛଟନୀ କରି ଚାଷୀଙ୍କୁ ଶୋଷଣ କରୁଛନ୍ତି। ଏଥିରେ ଶତାଧିକ କୋଟିର ମହାଦୁର୍ନୀତି ହେଉଛି। ଦଳ ପକ୍ଷରୁ ଏହାର ପ୍ରତିବାଦରେ ପଂଚାୟତ, ଆର ଆଇ ଓ ବ୍ଲକ ଅଫିସ ଘେରାଓ କରିବା ସହିତ ଜିଲ୍ଲପାଳଙ୍କୁ ଅବଗତ କରାଯାଇଥିଲା। ତେବେ ସରକାର କିମ୍ବା ପ୍ରଶାସନ ଧାନ ଦୁର୍ନୀତି ରୋକିବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରୁ ନାହାନ୍ତି। ଏହି ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ସିବିଆଇ ତଦନ୍ତ ହେବା ଆବଶ୍ୟକ। ଏଥିପାଇଁ ଆସନ୍ତା ୫ ତାରିଖରେ ବିଜେପି ସମ୍ପୂର୍ଣ ଜିଲ୍ଲା ବନ୍ଦ ଘୋଷଣା କରିବାକୁ ଡାକରା ଦେଇଥିବା କଥା ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ନେତୃବୃନ୍ଦ ସୂଚନା ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.