ସଡକ ଦୁର୍ଘଟଣା; ବାଇକ ଚାଳକ ଗୁରୁତର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନାର୍ଲା ବ୍ଲକ ଅଧିନସ୍ଥ ଶାନ୍ତପୁର ଗ୍ରାମ ପଞ୍ଚାୟତର ଛତିକୁଡା ଛକ ନିକଟରେ ଭବାନୀପାଟଣା-ଭୁବନେଶ୍ୱର ରାଜ୍ୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି। ନର୍ଲା ପଟରୁ ଛତିକୁଡ଼ା ପହଞ୍ଚିବାକୁ ଆଉ ଅଳ୍ପ ଦୂର ରହିଥିବା ବେଳେ ବିଦେଶୀ ମଦ ଦୋକାନ ନିକଟସ୍ଥ ବୁଲାଣିରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଖବରରୁ ଜଣା ପଡ଼ିଛି ଯେ ସାନ ଖଇରମାଲର ମଝିଆ ବଗର୍ତ୍ତି ଟିଭିଏସ ଏକ୍ସଏଲ ଗାଡ଼ି ଯୋଗ ଅଲାବୁଲା ଯାଉଥିଲେ। ବିପରୀତ ଦିଗରୁ ଆସୁଥିବା ଏକ ଧଳା ରଙ୍ଗର ବୋଲେରୋ ବୁଲାଣୀ ନିକଟରେ ବାଡେଇ ଦେବାରୁ ରାସ୍ତା ଉପରେ ଛିଟିକି ପଡି ଗୁରୁତର ହୋଇପଡିଥିଲେ। ଖବର ପାଇ ଶାନ୍ତପୁର ର ପୂର୍ବତନ ସମିତି ସଦସ୍ୟ ତଥା ନେହେରୁ ଯୁବ କେନ୍ଦ୍ର ର ସକ୍ରିୟ ସଦସ୍ୟ ଗୋବିନ୍ଦ ତାଣ୍ଡି, ସ୍ୱଚ୍ଛ ଓ ପରିମଳ ବିଭାଗର ସହକାରୀ ଯନ୍ତ୍ରୀ ସୁରେନ୍ଦ୍ର ସୁନାନୀ, ଆର ଆଣ୍ଡ ବି ଠିକାଦାର ଶ୍ରୀ ନନ୍ଦ ପ୍ରମୁଖ ତୁରନ୍ତ ୧୦୮ ଆମ୍ବୁଲାନ୍ସ ଡାକି ଭବାନୀପାଟଣା ଡାକ୍ତରଖାନାକୁ ନେଇ ଚିକିତ୍ସା କରେଇ ଥିଲେ। ବର୍ତ୍ତମାନ ବ୍ୟକ୍ତି ଜଣକ ଟିକେ ସୁସ୍ଥ ହୋଇଥିବା ଜଣାପଡିଛି । ଶ୍ରୀ ତାଣ୍ଡି ଏବଂ ଶ୍ରୀ ସୁନାନୀଙ୍କ ଏତାଦୃଶା ମାନାବିକତା ପୂର୍ଣ୍ଣ ସାହାଯ୍ୟ କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଥିବା ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.