୧୫ତମ ସର୍ବଭାରତୀୟ ରାମଧୂନ୍ କପ୍ ଫୁଟବଲ; ବିହାରକୁ ୧-୦ ରେ ହରାଇ ରାମଧୁନ କ୍ଲବ୍ ଦ୍ବିତୀୟ ସେମିଫାଇନାଲକୁ ପ୍ରବେଶ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ୧୫ତମ ଅଲ୍ ଇଣ୍ଡିଆ ରାମଧୂନ୍ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜି ମ୍ୟାଚରେ ବିହାରର ମା କାମାକ୍ଷା କ୍ଲବ୍ ବକ୍ସରକୁ ୧-୦ ରେ ହରାଇ ଆୟୋଜକ ରାମଧୂନ୍ କ୍ଲବ୍ ବିଜୟୀ ହୋଇଥିବା ବେଳେ ଆଜିର ଖେଳ ଖୁବ ସଂଘର୍ଷ ପୂର୍ଣ୍ଣଥିଲା। କୌଣସି ଦଳ ମଧ୍ୟାନ୍ତର ପର୍ଯ୍ୟନ୍ତ କେହି କାହାକୁ ଗୋଲ ଦେଇ ପାରି ନ ଥିଲେ। ମୁଖ୍ୟ ଅତିଥି ଭାବେ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ ଓ ସମ୍ମାନିତ ଅତିଥି ଭାବେ ଭେଟରାନ୍ ଫୁଟବଲ୍ ଖେଳାଳି ଆଶାରାମ ନାଏକ, ଯୁବ ସଂଗଠକ ଅରବିନ୍ଦ ବାରିକ୍, ପ୍ରାକ୍ତନ ପୌର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସାହୁ, ଗୋବିନ୍ଦ ଦାସ ତରିଆ ଯୋଗ ଦେଇ ଖେଳକୁ ଉଦ୍ଘାଟନ କରିଥିଲେ ଏବଂ ଆୟୋଜକ, ଖେଳାଳି ଓ ଦର୍ଶକଙ୍କୁ ଉତ୍ସାହିତ କରି ସୁନ୍ଦର ଆୟୋଜନ ଓ ଉଚ୍ଚ କୋଟୀର ଖେଳ ପ୍ରଦର୍ଶନ ପାଇଁ ଆୟୋଜକ ଙ୍କୁ ପ୍ରଶଂସା କରିଥିଲେ। ନିମନ୍ତ୍ରିତ ଅତିଥି ଭାବେ ବିହାର ଦଳର ପ୍ରଯୋଜକ ହୋତା ମୋଟୋର୍ସ୍ ଓ ରାମଧୁନ୍ କ୍ଲବ୍ ପ୍ରୟୋଜକ ଆଲ୍ଫା ଏଜୁକେଶନ ହବ ଉପସ୍ଥିତ ଥିଲେ। ମ୍ୟାନ ଅଫ ଦି ମ୍ୟାଚ୍ ଭାବେ ବିଜୟୀ ରାମଧୂନ୍ କ୍ଲବ୍ ଦଳର ଖେଳାଳି ଅଭୟ ମୁଣ୍ଡା ଙ୍କୁ ସ୍ପାଇସକିଙ୍ଗ ରେଷ୍ଟୁରାଣ୍ଟ ର ଦେବାଶିଷ ସାହୁ ଙ୍କ ଦ୍ଵାରା ପ୍ରଦତ୍ତ ଟ୍ରଫି ଅତିଥି ଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ମୂଖ୍ୟ ରେଫରି ଭାବେ ଦିଲ୍ଲୀପ ରାଉତ୍ ଖେଳ ପରିଚାଳନା ଓ ପିଇଟି ସଲିଲ ବେହେରା, ଜୀତେନ୍ଦ୍ର ଥନାପତି ଓ ଫୋର୍ଥ ଅଫିସିଆଲ୍ ଭାବେ ସଞ୍ଜୀବ ସାହୁ ସହଯୋଗ କରିଥିଲା ବେଳେ ମ୍ୟାଚ୍ କମିଶନର ଭାବେ ଜାତୀୟ ମାନ୍ୟତା ପ୍ରାପ୍ତ ରେଫରୀ ଭାବେ ଶ୍ରୀ ଭୂକୁଲୁ ବକ୍ସି ଦାୟିତ୍ଵ ତୁଲାଇଥିଲେ। ମନୋରଞ୍ଜନ ତ୍ରିପାଠୀ ଖେଳର ଧାରା ବିବରଣୀ ଓ ଅତିଥି ସ୍ଵାଗତ କରିଥିଲା ବେଳେ ରାଇନୁ ଅଲ୍ଲୀ ଧାରା ବିବରଣୀରେ ସହଯୋଗ କରିଥିଲେ। ବିକାଶ ପଣ୍ଡା, ସୋମନାଥ ମିଶ୍ର, ରଞ୍ଜୁ ସାହୁ, ରଘୁ ସାହୁ, ରାଜୀବ ସାହୁ, ବୁବୁନ ନାଏକ, ପରେନ୍ଦ୍ର ନାଏକ, ସନ୍ତୋଷ ପାଢ଼ୀ, ଚନ୍ଦନ ବେହେରା, ଜିଲୁ ସାହୁ, ଲିପୁନ ନାଏକ, ଚାହତ ମହମ୍ମଦ, ଶିବା ଶାଣ୍ଢ, ଗୁରୁ ଦଳେଇ, ରବି ଗୁରୁ, ସୋହୋମ ସାହୁ, ଅଂଶୁ ମାନ ପାଢ଼ୀ, ପ୍ରମୁଖ ସମସ୍ତ ସଦସ୍ୟ ସହଯୋଗ କରିଥିଲେ। କ୍ଲବ୍ ସମ୍ପାଦକ ପୀୟୂଷ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସବୁ କାର୍ଯ୍ଯ ପରିଚଳନା କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.