୧୯ତମ ପାତାଳୀ ମହୋତ୍ସବ ଅବସରରେ ରକ୍ତଦାନ ଶିବିର 

ପାତାଳୀ ଶ୍ରୀକ୍ଷେତ୍ରରେ ରକ୍ତଦାନ ଶିବିର

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ପାତାଳୀ ଶ୍ରୀକ୍ଷେତ୍ର ଠାରେ ୧୯ତମ ମହୋତ୍ସବ ଅବସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ସହ ଚକ୍ଷୁ ପରୀକ୍ଷା, ରକ୍ତଚାପ ଓ ଡାଇବେଟିସ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଠାକୁ ଆସିଥିବା ଦର୍ଶନାର୍ଥୀ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଠାରୁ ସମୁଦାୟ ୫୨ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲାବେଳେ ୬ ଜଣ ମହିଳା ରକ୍ତଦାତାଙ୍କ ସହ ୩ ଦମ୍ପତି ତାଙ୍କର ବହୁମୂଲ୍ୟ ରକ୍ତଦାନ କରିଥିଲେ। ଏହି ମେଗା ରକ୍ତଦାନ ଶିବିରରେ କୋଟସମଲାଇ ସରପଞ୍ଚ ବେଦମତୀ ମେଣ୍ଡିଲି, ଶିକ୍ଷାବିତ୍ ପ୍ରମୋଦ ପଣ୍ଡା, ନବନିର୍ମାଣ ମହିଳା କୃଷକ ସଂଗଠନ ରାଜ୍ୟ ଉପସଭାପତି ସୋନାଲି ବିଶି, ଉଲୁଣ୍ଡା ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ ଦେହେରି, ଡାକ୍ତର ବୃନ୍ଦାବନ ମେହେର, ପାତାଳୀ କ୍ଷେତ୍ର ଟ୍ରଷ୍ଟର ସଂପାଦକ ଉତ୍ତର ପାତ୍ର, ପୂର୍ଣ୍ଣଚନ୍ଦ୍ର ପାଢ଼ୀ ଆଦି ଯୋଗଦେଇ ରକ୍ତଦାନ କରିବାର ଯଥାର୍ଥତା ଓ ଉତ୍ତରଦାୟିତ୍ୱ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ। ସୋନପୁର ରକ୍ତ ଭଣ୍ଡାରର ଡାକ୍ତରୀ ଟିମ୍ ସହ ଜଗତ ଦରୁଆନ, ଟିଟୁ ଭୋଇ, ଯୁଧିଷ୍ଟିର ନାୟକ ପ୍ରମୁଖ  ଶିବିର ପରିଚାଳନା କରିଥିଲେ। ଏହା ସହ ମହାନଦୀ ନେତ୍ର ଚିକିତ୍ସାଳୟ ପଣ୍ଡାପାଲିର ଚକ୍ଷୁଶିବିର ସଂଯୋଜକ ଧର୍ମରାଜ ନାଏକଙ୍କ ତତ୍ୱାବଧାନରେ ଏକ ମାଗଣା ନେତ୍ର ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଛି। କିୟୋରବେ କ୍ଲିନିକ୍ ତରଫରୁ ମାଗଣା ଡାଇବେଟିସ ଓ ରକ୍ତଚାପ ପରୀକ୍ଷା ଶିବିର ହୋଇଥିଲା। ବହୁ ବୃଦ୍ଧ ବୃଦ୍ଧା ଏହି ଶିବିରରେ ଦର୍ଶନାର୍ଥି ପରୀକ୍ଷଣ କରିଥିଲେ। ଯେଉଁ ମାନଙ୍କ ଅପରେସନ ହେବାର ଅଛି ସ୍ବାସ୍ଥ୍ୟ କାର୍ଡ ମାଧ୍ୟମରେ ସଫଳ ଅପରେସନ କରିବା ପାଇଁ ମହାନଦୀ ନେତ୍ର ଚିକିତ୍ସାଳୟକୁ ନିଆଯାଇଛି। ପାତାଳୀ ସେନା ଏହିପରି ସାମାଜିକ ସମାରୋହ ସବୁବର୍ଷ ଆୟୋଜିତ କରି ଅଞ୍ଚଳରେ ଯୁବକ ମାନଙ୍କୁ ଉତ୍ସାହିତ କରି ଆସୁଛି। ଏହି ସାଧୁ ଉଦ୍ୟମ କୁ ସବୁଆଡେ ଭୂରି ଭୂରି ପ୍ରଶଂସା କରାଯାଉଛି। ଅଞ୍ଚଳରେ ରକ୍ତ ଓ କିଡନୀ ରୋଗ ବଢ଼ି ଚାଲିଥିବାରୁ ପାତାଳୀ ସେନା ଏଥିପ୍ରତି ସଚେତନ ହେବା ପାଇଁ ପ୍ରଶାସନ ଓ ଜନସାଧାରଣ ଙ୍କୁ ଆହ୍ଵାନ କରିଛି। ଶେଷରେ ଜିଲ୍ଲା ରକ୍ତଦାତା ସେବା ସଂଘ ସଭାପତି ମନୋଜ ପଣ୍ଡା ସମସ୍ତ ରକ୍ତଦାତାଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.