ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଶନିବାର ‘ମୁଁ ବି ହେବି ନବୀନ ଓଡ଼ିଶାର ସାରଥି’ କାର୍ଯ୍ୟକ୍ରମ କାଉଡୋଳା ନିୟନ୍ତ୍ରିତ ବଜାର କମିଟି ପରିସରରେ ଅନୁଷ୍ଠିତ ହୋଇଯାଇଛି। ବ୍ଳକ ଯୁବ ବିଜେଡ଼ି ସଭାପତି ହେମନ୍ତ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଗାମୀ ଦିନରେ ଯୁବ ଛାତ୍ରଙ୍କ ନେତୃତ୍ୱରେ କିପରି ଓଡ଼ିଶାର ବିକାଶର ନୂତନ ସୂର୍ଯ୍ୟୋଦୟ ହେବ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରାର ପ୍ରତ୍ୟେକଟି ଯୋଜନା ଲୋକଙ୍କ ପାଖରେ ପହଞ୍ଚିପାରିବ ସେ ନେଇ ମଞ୍ଚାସୀନ ଅତିବୃନ୍ଦ ମତ ରଖିଥିଲେ। ପ୍ରାରମ୍ଭରେ କୋକସରା ଜଗନ୍ନାଥ ମନ୍ଦିର ନିକଟରୁ ଏକ ବାଇକ୍ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା ପରେ ସଭାସ୍ଥଳରେ ପହଞ୍ଚିଲେ ଶତାଧିକ ଯୁବ ଗୋଷ୍ଠୀ। ଏହି ଅବସରରେ ଧର୍ମଗଡ଼ ବିଧାୟକ ମୌଷଧି ବାଗ ଯୋଗଦେଇ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ନୂତନ ଓଡ଼ିଶା ଗଢିବା ସ୍ବପ୍ନରେ ନବୀନ ବାବୁଙ୍କ ସାରଥି ହେବା ପାଇଁ ଯୁବ ସମାଜ ଆଗେଇ ଆସିବା ପାଇଁ ଆହ୍ବାନ ଦେଇଥିଲେ। ଜିଲ୍ଳା ଯୁବ ବିଜେଡି ସଭାପତି ଆଦିତ୍ୟ ନନ୍ଦ, ରାଜ୍ୟ କାର୍ଯ୍ୟକାରୀ ବିଜୁ ଛାତ୍ର ଜନତା ଦଳ ସଭାପତି ଅବିନାଶ ଠାକୁର, ଆଇଟିସେଲ ସତ୍ୟବ୍ରତ ଦାସ, ପୂର୍ବତନ ମନ୍ତ୍ରୀ ତଥା ଜିଲ୍ଳା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂ ଦେଓ, ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ସଭାପତି ମାନସ ରଞ୍ଜନ ବାଗ, ଆତ୍ମା ଅଧ୍ୟକ୍ଷ ଋତୁରାଜ ମାଝୀ, ବ୍ଲକ ବିଜେଡି ସମ୍ପାଦକ ପଞ୍ଚକ ପୋଢ଼, ମହିମା ସରପଞ୍ଚ ଇଶରାମ କୋଲଥିଆ, ବିନୋଦ ରାଉତପ୍ରମୁଖ ମଞ୍ଚାସିନ ଥିଲେ। ବ୍ଲକ ବିଜେଡି ସଭାପତି ସୁଶାନ୍ତ ବେହେରା ମଞ୍ଚ ପରିଚାଳନା କରିଥିଲେ। ଛାତ୍ର ବିଜେଡ଼ି ବ୍ଳକ ସଭାପତି ମାନସ ବେହେରା, ଜିଲ୍ଲା ଉପସଭାପତି ମୁକ୍ତେଶ୍ଵର ନାଗ, ବିଜୁ ଛାତ୍ର ଜନତା ଦଳ ବ୍ଳକ ସମ୍ପାଦକ ଦୀନକୃଷ୍ଣ କୋଲଥିଆ, ଡିଜିଟାଲ ସେକ୍ରେଟାରୀ ବାବୁ ସାହୁ, ମହେଶ ଗୁପ୍ତା, ତାପସ ରାୟ,ଫୁପ ଗାଁ ଯୁବ ସଭାପତି ବିପ୍ର ପଟେଲ, ଆଇଟିସେଲ ର ଅମରେଶ ଯାଦବ ପ୍ରମୁଖ ଉପସ୍ଥିତ ଥିଲେ।