ଦେଓଧାରାଠାରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା କୋମନା ବ୍ଲକ ଦେଓଧାରା ପଂଚାୟତରେ ଆମ ଓଡିଶା ନବୀନ ଓଡିଶାର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କୋମନା ବିଡ଼ିଓ ହିତାଂଶୁ ଶେଖର ସାମଲଙ୍କ ତତ୍ୱାବଧାନରେ ଏବଂ ଦର୍ଲିପଡା ପିଇଓ ଘୁନେଶ୍ୱର ତାଣ୍ଡିଙ୍କ ଅଧକ୍ଷତାରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ମୁରଲୀ ଭୋଇ, ଅବନୀ ଯୋଶୀ, ସ୍ଥାନୀୟ ସରପଞ୍ଚ ଗୋମତୀ ମାଝୀ, ସିଆଲଟି ସରପଞ୍ଚ କାଳିଆ ପ୍ରଧାନ, ଧୋର୍ଲାମୁଣ୍ଡା ସରପଞ୍ଚ, ପୂର୍ବତନ ସରପଞ୍ଚ ସାନ ମହାନନ୍ଦ, ସ୍ଥାନୀୟ ସମିତି ସଭ୍ୟ ଶୋଭାରମ ମାଝୀ, ନାଏକ ସରପଞ୍ଚ ହରିସିଂ ଧରୁଆ, ସମାଜସେବୀ ମହେନ୍ଦ୍ର ଦୀପ ପ୍ରମୁଖ ମଂଚାସୀନ ଥିଲେ। ଛାତ୍ରୀମାନେ ନୃତ୍ୟ ପ୍ରଦର୍ଶନ କରିଥିଲେ। ଲୋକଙ୍କୁ ସଚେତନତା କରିବା ପାଇଁ ବିଭିନ୍ନ ବିଭାଗର ଦ୍ୱାରା ପ୍ରଦର୍ଶିନୀ ଷ୍ଟଲ ଲାଗିଥିଲା। ପଂଚାୟତର ସମସ୍ତ ୱାର୍ଡ ସଭ୍ୟ, ଅଙ୍ଗନୱାଡି କର୍ମୀ, ଆଶା କର୍ମୀ ଓ ସ୍ୱୟଂ ସହାୟକ ମହିଳା ଗୋଷ୍ଠୀ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ସମାଜସେବୀ ଦେବସିଂ ମାଝୀ ମଞ୍ଚ ପରିଚାଳନା କରିଥିବା ବେଳେ ତରବୋଡ଼ ଜିଆରଏସ ବେଡଦବ୍ୟାସ ପାଢ଼ୀ ବିଶେଷ ଭାବେ ସହଯୋଗ କରିଥିଲେ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.