ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ କଂଗ୍ରେସ ପକ୍ଷରୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ରାଜନୀତିକୁ ବିରୋଧ କରି ଶନିବାର ଧର୍ମଗଡ଼ ବିଜୁକଲ୍ୟାଣ ମଣ୍ଡପ ଠାରେ କଂଗ୍ରେସ ଆଶାୟୀ ପ୍ରାର୍ଥୀନୀ ରଶ୍ମିରେଖା ରାଉତଙ୍କ ନେତୃତ୍ୱରେ ‘ବିଜେପି-ବିଜେଡିର ବାହାଘର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ରାଜ୍ୟରେ ବିଜେଡିର ୨୪ ଓ କେନ୍ଦ୍ରରେ ବିଜେପିର ୯ ବର୍ଷ ଶାସନ କାଳ ମଧ୍ୟରେ ଦୁଇ ଦଳ ଏକା ସାଙ୍ଗରେ ସ୍ୱାମୀ ସ୍ତ୍ରୀ ଭଳି ରହି ଭୋଟର ମାନଙ୍କୁ ଲୁଟି ଖାଉଥିବା, ରାଜ୍ୟ ସଭାରେ ବିଜେପି ବିଲକୁ ଆଖିବୁଜି ବିଜେଡି ସମର୍ଥନ ଦେଉଥିବା, ବିରୋଧୀ ଦଳ ନେତାଙ୍କୁ ମିଛ କେଶରେ ଫସେଇବା, ନାରୀ ନିର୍ଯାତନା ସତ୍ୱେ ସିବିଆଇ ତଦନ୍ତ ନ କରିବା ଭଳି ଅଭିଯୋଗ କରି ଆଜିର ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। କାର୍ଯ୍ୟକ୍ରମରେ ନିର୍ବାଚନ ମଣ୍ଡଳୀର ସମସ୍ତ ବ୍ଲକ ସଭାପତି, ବରିଷ୍ଠ କର୍ମକର୍ତ୍ତା ଓ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।