ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ମହଦା ପଞ୍ଚାୟତ ଅନ୍ତର୍ଗତ କୁମାରକେଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବିରମହାରାଜପୁର ବିଧାୟକ ଶ୍ରୀଯୁକ୍ତ ପଦ୍ମନାଭ ବେହେରା ଯୋଗଦେଇ ଛାତ୍ର ଛାତ୍ରୀମାନଙ୍କ ଉଜ୍ବଳ ଭବିଷ୍ୟତ କାମନା କରିବା ସହ ବିଦ୍ୟାଳୟର ଉନ୍ନତି ନିମନ୍ତେ ପଦକ୍ଷେପ ନେବାକୁ ପ୍ରତିଶୃତି ଦେଇଥିଲେ। ମୁଖ୍ୟବକ୍ତା ଭାବେ ଉଲୁଣ୍ଡା ଡିଗ୍ରୀ କଲେଜର ଅଧ୍ୟକ୍ଷ ଡ଼.ଦେବାଶିଷ ପାଣ୍ଡିଆ ଉପସ୍ଥିତ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କୁ ପିଲାଙ୍କ ଶୈକ୍ଷିକ ସ୍ତର ବୃଦ୍ଧିର ବିଭିନ୍ନ କୌଶଳ ଉପରେ ଅନେକ ଉପାଦେୟ ମନ୍ତବ୍ୟ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ଉଲୁଣ୍ଡା ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଶାନ୍ତିଲତା ମିଶ୍ର, ମହଦା ସରପଞ୍ଚ ଶ୍ରୀମତୀ ଆନନ୍ଦିନୀ ଶତପଥୀ, ସମାଜସେବୀ କୃତିବାସ ମିଶ୍ର ଓ ପ୍ରଦୀପ ଶତପଥୀ ଯୋଗଦାନ କରିଥିଲେ। ଶିକ୍ଷକ ଶ୍ରୀଯୁକ୍ତ ଲକ୍ଷ୍ମୀ ନାରାୟଣ ସାହୁ ଓ ଅଧ୍ୟାପିକା ଶ୍ରୀମତୀ ଦେବଯାନୀ ମେଶୁଆଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ରଞ୍ଜନ ପଧାନ ସ୍ୱାଗତ ଅଭିଭାଷଣ ରଖିଥିବା ବେଳେ ପ୍ରଧାନ ଶିକ୍ଷକ ହୃଷିକେଶ ଚାନ୍ଦ ବାର୍ଷିକ ବିବରଣୀ ପଠନ କରିଥିଲେ। ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷକ ଯୋଗୀନ୍ଦ୍ର ପ୍ରସାଦ ପଣ୍ଡା ଭୀମଭୋଇ ସାଧକ ସମ୍ମାନ, ଜୁନିଅର ରେଡ଼କ୍ରସ ଅଫିସର ସୁବର୍ଣ୍ଣପୁର ଶ୍ରୀଯୁକ୍ତ ରବିଚନ୍ଦ୍ର ପଶାୟତ ଭୀମଭୋଇ ସେବା ସମ୍ମାନ, ଯୁବ ସାହିତ୍ୟିକ ଦୀପକ ରଞ୍ଜନ ମିଶ୍ର ଭୀମଭୋଇ ସାହିତ୍ୟ ସମ୍ମାନ, ଜିଲ୍ଲା ରକ୍ତଦାତା ସଙ୍ଘ ର ସଭାପତି ମନୋଜ ପଣ୍ଡା ଭୀମଭୋଇ ମାନବୀୟ ସମ୍ମାନ ଏବଂ କଣ୍ଠଶିଳ୍ପୀ ବୀରେନ୍ଦ୍ର ଜଗଦଲା ଭୀମଭୋଇ ଯୁବ କଣ୍ଠଶିଳ୍ପୀ ସମ୍ମାନ ରେ ସମ୍ବର୍ଦ୍ଧିତ ହୋଇଥିଲେ। ପରେ କୈରାଝୁଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁରେଶ ପଧାନ, କବି ଲୋକନାଥ ଦଳବେହେରା, କବି ଶୁଭେନ୍ଦୁ ମେହେର, ନୃତ୍ୟଗୁରୁ ସାମିଲ କୁମାର ଦାସ ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଶିକ୍ଷକ ଅଭାବର ପ୍ରତିପୂରଣ ନିମନ୍ତେ କୁମାରକେଳି ଗାଁ ର ସରୋଜ ସେଠି, ଫିରୋଜ ବେହେରା ଓ ଅଙ୍କିତା ପଧାନ ପିଲାଙ୍କୁ ଶିକ୍ଷା ଦାନ କରୁଥିବାରୁ ସେମାନଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଦିଆ ଯାଇଥିଲା l ବିଭିନ୍ନ ପ୍ରତିଯୋଗିତା ରେ ସଫଳ ହୋଇଥିବା ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ଷଷ୍ଠ ଶ୍ରେଣୀ ଛାତ୍ର ଦିବ୍ୟାଂଶୁ ପଧାନ ସର୍ବଶ୍ରେଷ୍ଠ ଛାତ୍ର, ଅଷ୍ଟମ ଶ୍ରେଣୀ ଛାତ୍ରୀ ସିକିତା ପଧାନ ଶ୍ରେଷ୍ଠ ସ୍ବେଛାସେବୀ ଛାତ୍ର, ସପ୍ତମ ଶ୍ରେଣୀ ଛାତ୍ରୀ ସୁନିତା ସାହୁ ସର୍ବୋତ୍ତମ ଶୃଙ୍ଖଳିତ ଛାତ୍ର, ସପ୍ତମ ଶ୍ରେଣୀ ଛାତ୍ର ତ୍ରିଲୋଚନ ପେରା ମେଧାବୀ ଛାତ୍ର, ପଞ୍ଚମ ଶ୍ରେଣୀ ଛାତ୍ରୀ ପ୍ରିନସି ପଧାନ ଶ୍ରେଷ୍ଠ ସମୟାନୁବର୍ତ୍ତୀ ଛାତ୍ର ସମ୍ମାନ ରେ ସମ୍ମାନିତ ହୋଇଥିବା ବେଳେ ବାର୍ଷିକ କ୍ରୀଡା ର ବାଳକ ଚମ୍ପିୟାନ ଚିକୁ ବେହେରା ଓ ବାଳିକା ଚମ୍ପିୟାନ ଅଞ୍ଜଳି ବେହେରା ଙ୍କୁ ପ୍ରମାଣପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା।
ପୁରସ୍କାର ବିତରଣରେ ଶିକ୍ଷକ ନରେନ୍ଦ୍ର ନାଗ, ଶିବରାମ ଚାନ୍ଦ, ଦିଲ୍ଲୀପ ପଣ୍ଡା ଖିରେନ୍ଦ୍ର ରଣା, ସତ୍ୟ ନାରାୟଣ ମେହେର ସହଯୋଗ କରିଥିବା ବେଳେ ଶିକ୍ଷକ ଭରତ ହରିପାଲ ଓ ବାମଦେବ ମେହେର ସାଂସ୍କୃତିକ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ବିଦ୍ୟାଳୟର ପ୍ରାଚୀର ପତ୍ରିକା ‘ମହକ’ କୁ ଉନ୍ମୋଚନ କରାଯାଇଥିଲା। ଅନୁଷ୍ଠାନର ଛାତ୍ରୀ ଙ୍କ ଦ୍ୱାରା ସଚେତନ ଧର୍ମୀ ନାଟକ ‘ନିଶା ‘ ମଞ୍ଚସ୍ଥ ହୋଇଥିଲା l ପରିଚାଳନା କମିଟି ସଦସ୍ୟ ବିନୋଦ, ପ୍ରମୋଦ, ପଙ୍କଜ, ଛବିଳ, ତରଣୀ ଙ୍କ ସମେତ ଗ୍ରାମବାସୀ ସହଯୋଗ କରିଥିଲେ।