କେନ୍ଦ୍ର ସାହିତ୍ୟ ଏକାଦେମୀ ଓ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ ମିଳିତ ଆନୁକୂଲ୍ୟରେ ଏକଦିବସୀୟ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): କେନ୍ଦ୍ର ସାହିତ୍ୟ ଅକାଦେମି ଓ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲାର ମିଳିତ ଆନୁକୂଲ୍ୟରେ ଏକଦିବସୀୟ ସାହିତ୍ୟ ଆଲୋଚନା ଚକ୍ର ମହାବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି।

Omkar Vasthu
Omkar Vasthu

‘ଅବହେଳିତ ସମାଜ ଏବଂ ଓଡ଼ିଆ ସାହିତ୍ୟ’ ଶୀର୍ଷକ ଏହି ଆଲୋଚନା ଚକ୍ରର ଉଦ୍‌ଘାଟନୀ ସଭାରେ ସଭାମୁଖ୍ୟ ଭାବେ ସାହିତ୍ୟ ଅକାଦେମିର ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ଆବାହକ ଡକ୍ଟର ଗୌରହରି ଦାସ ଯୋଗଦେଇ ଓଡ଼ିଆ ସାହିତ୍ୟରେ ଅବହେଳିତମାନଙ୍କ ସମ୍ପର୍କରେ ହୋଇଥିବା ବିଭିନ୍ନ ଲେଖା ସମ୍ପର୍କରେ ଉଦାହରଣ ଦେଇଥିଲେ। ରାଉରକେଲା ଭଳି ଏକ ଉପାନ୍ତ ସହରରେ ସାହିତ୍ୟ ଅକାଦେମି ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଆ ସାହିତ୍ୟର ପ୍ରଚାର ଓ ପ୍ରସାର ସମ୍ପର୍କରେ ଶ୍ରୀ ଦାସ ବାର୍ତ୍ତା ଦେଇଥିଲେ। ବଳରାମ ଦାସଙ୍କ ଲକ୍ଷ୍ମୀପୁରାଣ ଓ ଭୀମ ଭୋଇଙ୍କ ସ୍ତୁତି ଚିନ୍ତାମଣି ସମ୍ପର୍କରେ ଉଦାହରଣ ଦେଇ ଓଡ଼ିଆ ସାହିତ୍ୟରେ ଅବହେଳିତ ସମାଜ ସମ୍ପର୍କରେ ଅବତାରଣା କଥା ସମ୍ପର୍କରେ ଡକ୍ଟର ଦାସ କହିଥିଲେ।

Pearl dental clinic
Near Ashish Medical Store, Bhawanipatna

ପ୍ରାରମ୍ଭରେ ସାହିତ୍ୟ ଅକାଦେମି, କୋଲକାତା ଆଞ୍ଚଳିକ କାର୍ଯ୍ୟାଳୟର ସହକାରୀ ସମ୍ପାଦକ କ୍ଷେତ୍ରବାସୀ ନାଏକ ଅତିଥି ପରିଚୟ ସହିତ ସ୍ୱାଗତ ଭାଷଣ ଦେଇଥିଲେ। ଅଧ୍ୟାପିକା ରଜନୀ କିସାନଙ୍କ ସଂଯୋଜନାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ ବିଜୟ କୁମାର ବେହେରା ବଳରାମ ଦାସଙ୍କ ଶ୍ରୀୟା ଚଣ୍ଡାଳୁଣି ଉପାଖ୍ୟାନ ଓ ଜଗନ୍ନାଥ ସଂସ୍କୃତିର ଉଦାହରଣ ଦେଇ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ଆଲୋଚ୍ୟ ବିଷୟ ସମ୍ପର୍କରେ ବିଶିଷ୍ଟ ଗବେଷକ ତଥା ଶିକ୍ଷାବିତ ପ୍ରଫେସର ପ୍ରକାଶ ଚନ୍ଦ୍ର ପଟ୍ଟନାୟକ ଅବହେଳିତମାନଙ୍କ ସମସ୍ୟା ସମ୍ପର୍କରେ ସାହିତ୍ୟିକମାନଙ୍କ ସମେତ ସମାଜଶାସ୍ତ୍ରୀମାନେ ଆଲୋଚନା କରିବା ପାଇଁ ଆହ୍ୱାନ ଦେଇଥିଲେ। ସାମାଜିକ ଚିତ୍ରରୁ ସାମାଜିକ ଚେତନା ଆଡ଼କୁ ଯିବା ଏବଂ ସମାଜ ବିକାଶରେ ସାହିତ୍ୟିକମାନଙ୍କର ଗୁରୁ ଦାୟିତ୍ୱ ସମ୍ପର୍କରେ ପ୍ରଫେସର ପଟ୍ଟନାୟକ ଆଲୋଚନା କରିଥିଲେ। ଉଦ୍‌ଘାଟନୀ ସଭାର ଶେଷରେ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଡ ସୁଷମା ମୋଦି ଧନ୍ୟବାଦ ଦେଇଥିଲେ।

Udyog Nursery
Udyogi Nursery

ଏହାପରେ ଅନୁଷ୍ଠିତ ପ୍ରଥମ ଆଲୋଚନା ସମ୍ପାନରେ ବିଶିଷ୍ଟ କବି ପିତାମ୍ବର ତରାଇ ଓଡ଼ିଆ କବିତାରେ ଦଳିତ ସାହିତ୍ୟ ସମ୍ପର୍କରେ ଆଲୋଚନା କରି କବିତାରେ ମଣିଷ ହେଉ ଈଶ୍ୱର ବନ୍ଦନା କରିବା ଏକ କାବ୍ୟ କୌଶଳ ବୋଲି କହିଥିଲେ। ନିଜର ଅନୁଭୂତି ସହିତ ସ୍ଥାନ ଓ କାଳ ଭିତ୍ତିରେ ଅବହେଳିତ ସଂଜ୍ଞାର ପରିବର୍ତ୍ତନ ସମ୍ପର୍କରେ ଶ୍ରୀ ତରାଇ ବିଶେଷ ଆଲୋଚନା କରିଥିଲେ। ରାଉରକେଲା କଲେଜର ଅଧ୍ୟାପକ କରୁଣାକର ପାଟ୍ଟଶାଣୀ ଅନ୍ୟତମ ଆଲୋଚକ ଭାବେ ଯୋଗଦେଇ ପୂରାଣ ଯୁଗର ବର୍ଣ୍ଣ ଓ ଜାତିବାଦ ସମ୍ପର୍କରେ ଆଲୋଚନା କରିବା ସହ ଚର୍ଯ୍ଯାପଦରୁ ନେଇ ଆଧୁନିକ ଓଡ଼ିଆ ସାହିତ୍ୟରେ ଦଳିତ ଚେତନା ସମ୍ପର୍କରେ ଆଲୋଚନା କରିଥିଲେ। ଅଧ୍ୟାପିକା ସୁଷମା ମୋଦି ଓଡ଼ିଆ ଉପନ୍ୟାସ ସାହିତ୍ୟରେ ଦଳିତ ଚେତନା ସମ୍ପର୍କରେ କହିଥିଲେ।

ଏହି ଅଧିବେଶନରେ ସଭାମୁଖ୍ୟ ଭାବେ ବିଶିଷ୍ଟ ସାହିତ୍ୟିକ ଡକ୍ଟର ବାସୁଦେବ ସୁନାନୀ ଯୋଗଦେଇ ଆମ ସମାଜରେ ଦଳିତମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ସମ୍ପର୍କରେ ଦେଖିବା ନିମନ୍ତେ ହୃଦୟର ଆବଶ୍ୟକତା ରହିଛି, ଯାହା ସାହିତ୍ୟିକ ନିକଟରେ ଥାଏ ବୋଲି କହିଥିଲେ। ସାମାଜିକ ପ୍ରାଣୀଭାବେ ସମସ୍ତଙ୍କର ବଞ୍ଚିବାର ଅଧିକାର ରହିଛି, ତେଣୁ କରୁଣା ଥିବା ବ୍ୟକ୍ତି ହିଁ ମଣିଷ ପଦବାଚ୍ୟ ବୋଲି ଶ୍ରୀ ସୁନାନୀ କହିଥିଲେ।

ଦ୍ୱିତୀୟ ଅଧିବେଶନରେ ସାହିତ୍ୟିକ ତଥା ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ଗୋପିନାଥ ବାଗ୍‌ଙ୍କ ଅଧ୍ୟକ୍ଷତାରେ ହୋଇଥିବା ସମ୍ପାନରେ ଆଲୋଚକ ଭାବେ ଡ ସଞ୍ଜୟ ବାଗ୍‌, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଡ ରଞ୍ଜନ ସେଠୀ, ସ୍ୱୟଂଶାସିତ ମହାବିଦ୍ୟାଳୟର ରଜନୀ କିସାନ ଏବଂ ଡ ସୁଚିତ୍ରା ମହାନ୍ତି ପ୍ରମୁଖ ଅବହେଳିତ ସମାଜ ଓ ଓଡ଼ିଆ ସାହିତ୍ୟର ଭିନ୍ନ ଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।

ଶେଷ ପର୍ଯ୍ୟାୟରେ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ଛାତ୍ରଛାତ୍ରୀମାନେ କବିତା ପାଠ କରିଥିଲେ। ଏହି ଆସରରେ ସହରର ବହୁ ବୁଦ୍ଧିଜୀବୀ, ସାହିତ୍ଯ ପ୍ରେମୀ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.