ନୂଆପଡା,୨୦/୬ : ସୁରକ୍ଷା ଦୃଷ୍ଟିକୋଣ ର ଅନୁଧ୍ୟାନ କରିବାପାଇଁ ପରିଦର୍ଶନରେ ଆସି ଥିବା ଏ.ଡି.ଆର.ଏମ. ଙ୍କୁ ନୂଆପଡା ଜିଲ୍ଲା ଓକିଲ ସଂଘ ସାକ୍ଷାତ କରି ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି । ପ୍ରକାଶ ଯେ ଜିଲ୍ଲା ସଦର ମହକୁମା ଠାରୁ ମାତ୍ର ୨ କିମି ଦୂରରେ ଥିବା ରେଳ ଷ୍ଟେସନ ଇ ଗ୍ରେଡ଼ ମାନ୍ୟତା ପ୍ରାପ୍ତ । ଏହି ଷ୍ଟେସନରେ ସୁପର ଫାଷ୍ଟ ଟ୍ରେନ ରୁହେ ନାହିଁ । ପୁରୀ -ଦୁର୍ଗ ଇନଟରସିଟି ଟ୍ରେନ ମାତ୍ର ୨ମିନିଟ ରୁହେ କିନ୍ତୁ ଏହି ଟ୍ରେନରେ ନୂଆପଡା ରୁ ଅନେକ ସଂଖ୍ୟା ରେ ଯାତ୍ରୀ ଚଢ଼ନ୍ତି ଏବଂ ଅନେକ ସ୍ଥାନ ରେ ୨ କିମି ଦୂରତା ରେ ସୁପର ଫାଷ୍ଟ ଟ୍ରେନ ରୁହେ ତେବେ ନୂଆପଡା ଜିଲ୍ଲା ସଦର ମହକୁମା ରେ ଟ୍ରେନ କାହିଁକି ରହୁନି ଓ ଆଜି ପର୍ଯ୍ୟନ୍ତ ଅନେକ ଥର ରେଳ ରୋକ, ଦାବୀ ପତ୍ର ପ୍ରଦାନ ହେଲା ପରେ ମଧ୍ୟ କାହିଁକି ଷ୍ଟେସନ ର ଉର୍ନ୍ନତି କରଣ ହେଉ ନାହିଁ ତାହା ଉପରେ ପଦକ୍ଷେପ ନିଆ ଯାଉ ବୋଲି ଓକିଲ ସଂଘ ରେ ମତେ ପ୍ରକାଶ ପାଇଛି । ଏହି ପ୍ରତିନିଧି ଦଳରେ ଓକିଲ ସଂଘ ସଭାପତି ପ୍ରସନ୍ନ ପାଢ଼ୀ,ବରିଷ୍ଠ ଆଇନଜୀବୀ କ୍ଷମାନିଧି ଦେବାଙ୍ଗନ, ବିଭୁତି ପାଣିଗ୍ରାହୀ, ଅମିତାଭ ବୋଷ, ଘାସିରାମ ବାଗ ତଥା ଲୋକନାଥ ରଥ, ଦୃଷ୍ଟି ଗାଡ଼ତିଆ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।