ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଚଳିତବର୍ଷ ଓଡ଼ିଶା ସର୍ବାଧିକ ଜିଏସ୍ଟି ସଂଗ୍ରହରେ ରେକର୍ଡ କରିଛି। ଚଳିତ ଫେବ୍ରୁଆରୀରେ ୫୧୩୫.୮୧ କୋଟି ଆଦାୟ, ଯାହାକି ୨୦୨୩ ଫେବୃଆରୀ ତୁଳନାରେ ୧୩.୬୪% ଅଧିକ ଅଟେ। ରାଜ୍ୟ ଜିଏସ୍ଟି ବାବଦକୁ ୨୨୯୫.୪୧ ଟଙ୍କା ସଂଗ୍ରହ ହୋଇଛି ଯାହାକି ପୂର୍ବ ବର୍ଷ ଏହି ସମୟ ତୁଳନା ୩୭.୧୨% ଅଧିକ ଅଟେ। ସେହିପରି ଇ-ୱେବିଲ ସଂଗ୍ରହ କ୍ଷେତ୍ରରେ ମଧ୍ଯ ରାଜ୍ୟ ସଫଳତା ହାସଲ କରିଛି ଚଳିତ ଫେବୃଆରୀ ସୁଦ୍ଧା ୨୩.୭୭ ଲକ୍ଷ ଇ-ୱେବିଲ ନିର୍ଗମନ କରିଯାଇଛି ଯାହାକି ଗତ ଫେବୃଆରୀ ତୁଳନାରେ ୧୯.୭୯ % ପ୍ରତିଶତ ଅଟେ। ଏଥି ମଧ୍ଯରୁ ୧୪.୦୬ ଅନ୍ତରାଜ୍ଯ ଇ-ୱେବିଲ ଅଟେ।