ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ ପୂରଣ: ଥୁଆମୂଳ ରାମପୁରକୁ ଗଡିଲା ଶୀତ ତାପ ନିୟନ୍ତ୍ରିତ ଲକ୍ଷ୍ମୀ ବସ୍, ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଲେ ଅଞ୍ଚଳବାସୀ

ଓଡ଼ିଆ ବାର୍ତ୍ତା/ ଥୁଆମୂଳ ରାମପୁର (ପ୍ରଦୀପ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଠାରୁ ଭବାନୀପାଟଣା ଜିଲ୍ଲା ସଦର ମହକୁମାକୁ ଗଡିଲା ଶୀତ ତାପ ନିୟନ୍ତ୍ରୀତ ଲକ୍ଷ୍ମୀ ବସ୍ ।ସ୍ଥାନୀୟ ମାଁ ମାଣିକେଶ୍ବରୀ ମନ୍ଦିର ଠାରେ ପୂଜାର୍ଚ୍ଚନା ପରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧ୍ରୁବ ଚରଣ ମୁଦୁଲି ଏବଂ ପଞ୍ଚାୟତ ସମିତି ଅଧ୍ୟକ୍ଷ ଦୟାନିଧି ମାଝୀ ଲକ୍ଷ୍ମୀ ବସ୍ କୁ ସବୁଜ ପତାକା ଦେଖାଇଥିଲେ। ଦିନ ଥିଲା କଳାହାଣ୍ଡି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକ ଏକ ଅବହେଳିତ ଓ ପଛୁଆ ଅଞ୍ଚଳ ଭାବେ ପରିଚିତ ଥିଲା। ସମୟାନୁକ୍ରମେ ବିକାଶର ଆଲୁଅରେ ବଦଳିଛି ଅନ୍ଧାରର ସେଇ କାଳ ଚିତ୍ର।ଶିକ୍ଷା ସ୍ବାସ୍ଥ୍ୟ ଗମନାଗମନ ଭଳି ବିଭିନ୍ନ କ୍ଷେତ୍ରରେ ଉନ୍ନତିକରଣ ହୋଇଛି।ବିଶେଷ ଭାବରେ ବ୍ଲକ ଅନେକ ଉପାନ୍ତ ଅଞ୍ଚଳକୁ ଉନ୍ନତ ଗମନାଗମନ ବ୍ୟବସ୍ଥା ହୋଇସାରିଥିବା ବେଳେ ଅନ୍ୟ ଅଞ୍ଚଳ ଗୁଡିକ ପାଇଁ ମଧ୍ୟ ସଡକ ସଂଯୋଗୀକରଣ ପାଇଁ କାର୍ଯ୍ୟ ଚାଲି ଅଛି।ଗମନାଗମନର ସୁବ୍ୟବସ୍ଥା ଥାଇ ମଧ୍ୟ ଲୋକେ ଯାତାୟତ ପାଇଁ ଗାଡିମୋଟରର ଚଳାଚଳ ଉପଲବ୍ଧ ନଥିବା ଯୋଗୁଁ ନାହିଁ ନଥିବା ଅସୁବିଧା ଭୋଗୁଥିଲେ। ଗାଁ ତଥା ପଞ୍ଚାୟତରୁ ସଦର ମହକୁମାକୁ ଆସିବା ପାଇଁ ସୁଲଭ ବ୍ୟବସ୍ଥା ନଥିଲା।ଥୁଆମୂଳ ରାମପୁର ଭଳି ବଣପାହାଡ ଘେରା ଅଞ୍ଚଳର ବିଭିନ୍ନ ଗାଁ ତଥା ପଞ୍ଚାୟତ ମୁଖ୍ୟାଳୟ ଠାରୁ କିପରି ବସ୍ ଚଳାଚଳ କରିବ ତାହା ସମସ୍ତଙ୍କ ପାଇଁ ଏକ ସ୍ବପ୍ନ ଥିଲା।ହେଲେ ଗତ ନଭେମ୍ବର ମାସରୁ ରାଜ୍ୟ ସରକାର ପଞ୍ଚାୟତ ଠାରୁ ବ୍ଲକ ମୁଖ୍ୟାଳୟ ପର୍ଯ୍ୟନ୍ତ ଲକ୍ଷ୍ମୀ ବସ୍ ସେବା ଆରମ୍ଭ କରି ଅଞ୍ଚଳ ବାସୀଙ୍କ ସ୍ବପ୍ନକୁ ସାକାର କରିଛନ୍ତି।ଯେଉଁଠି ସୁଲଭ ମୁଲ୍ୟରେ ଏହି ସେବାର ସୁଯୋଗ ପାଇପାରିଛିନ୍ତି।ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଭବାନୀପାଟଣା ଜିଲ୍ଲା ସଦର ମହକୁମା ଏବଂ ଥୁଆମୂଳ ରାମପୁରକୁ ଶୀତ ତାପ ନିୟନ୍ତ୍ରୀତ ଲକ୍ଷ୍ମୀ ବସ୍ ସେବା ଆରମ୍ଭ କରି ଆଉ ଏକ ସ୍ବପ୍ନ ପୂରଣ କରିଛନ୍ତି।ଯେଉଁଠି ଗରିବ ସାଧାରଣ ଲୋକ ମଧ୍ୟ ଆନନ୍ଦ ଏବଂ ଆରାମ ଦାୟକ ବସ୍ ସେବା ପାଇପାରିଛନ୍ତି।ମହିଳା,ଛାତ୍ରଛାତ୍ରୀ ଏବଂ ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କ ପାଇଁ ୧୦ ଟଙ୍କା ବସ୍ ଭଡା ଧାର୍ଯ୍ୟ କରାଯାଇଛି।ସେହିପରି ଅନ୍ୟ ମାନଙ୍କ ପାଇଁ କିଲୋମିଟରକୁ ଏକ ଟଙ୍କା ଧାର୍ଯ୍ୟ କରାଯାଇଛି।ଏହି ବସ୍ ସେବା ପାଇବା ପାଇଁ ଶୁଭାରମ୍ଭ ଦିବସରେ ହିଁ ବହୁ ଯାତ୍ରୀ ଉତ୍କଣ୍ଠାର ସହିତ ଅପେକ୍ଷା କରିଥିଲେ।ଏହି ବସ୍ ସେବା ଯୋଗାଇଥିବା ଯୋଗୁଁ ଅଞ୍ଚଳ ବାସୀ ଖୁସି ଜାହିର କରିଥିବା ବେଳେ ଯାତ୍ରୀ ମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.