କୋକସରା ର ବିଭିନ୍ନ ସ୍ଥାନରେ ଆର୍ନ୍ତଜାତୀୟ ଯୋଗ ଦିବସ

କୋକସରା,୨୧/୬ : ଆଦିମ କାଳରେ ମୁନି ରୁଷି ମାନେ ଯୋଗ ଦ୍ୱାରା ନିଜକୁ ଓ ସଂସାରକୁ ମଧ୍ୟ ନିଜ ଅକ୍ତିଆରରେ ରଖିବାକୁ ସମର୍ଥ ହେଉଥିଲେ ।ଯୋଗଦ୍ୱାରା ଅସମ୍ଭବକୁ ସମ୍ଭବ କରିବା ସହ ମନୁଷ୍ୟ ନିରାମୟ ଜୀବନ ଯାପନ ଓ ଦୀର୍ଘଯିବି ହୋଇ ପାରିବା । ଏଥି ପାଇଁ ମନୁଷ୍ୟ ପାଇଁ ଯୋଗ ର ନିହାତି  ଆବଶ୍ୟକତା ରହିଛି ।

ଏହି ଯୋଗର ଆବଶ୍ୟକତାକୁ ଜରୁରୀ ମନେକରି ଆଜି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ର ବିଭିନ୍ନ ସ୍ଥାନରେ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇ ଯାଇଛି । କୋକସରା ପଂଚାୟତ ସମିତି ସଭାଗୃହ ଠାରେ ବ୍ଲକ ତରଫରୁ ଯୋଗ ଶିବିର କୋକସରା ବିଡ଼ିଓ ବସନ୍ତ କୁମାର ସେଠି ଉଦଘାଟନ କରିଥିଲେ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଚିକିତ୍ସାଧିକାରୀ ତତ୍ତ୍ୱଦର୍ଶୀ ଦାସ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଯୋଗ ମାଧ୍ୟମରେ ସମସ୍ତ ରୋଗ ର ନିରାକରଣ ହୋଇ ପାରିବ ବୋଲି ଉଦ୍ବୋଧନ ଦେଇଥିଲେ। ଯୋଗାଚାର୍ଯ୍ୟ ଲିଙ୍ଗରାଜ ନାଏକ ଓ ଦେବେନ୍ଦ୍ର ଦାସ ଯୋଗର ବିଭିନ୍ନ ପ୍ରଣାଳୀ ଶିଖାଇ ଥିଲେ ।

ସେହିପରି ଠାକୁରଅନୁକୂଳଚନ୍ଦ୍ର କ୍ଳବ ଫୁପଗାଁ, କୋକସରାଖଣ୍ଡ ର କାର୍ଯ୍ୟବାହକ ଉତ୍ତମକୁମାର ପଣ୍ଡା ଓ ଶାରୀରିକ ପ୍ରମୁଖ ଭୋଳାନାଥ ଗହୀରଙ୍କ ତତ୍ୱାବଧାନ ରେ ଫୁପଗାଁ ଠାରେ ମଧ୍ୟ ଯୋଗ ଶିବିର ପ୍ରାୟ ୮୦ ଜଣ ଲୋକଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା । କୁସୁମ୍ଭଖୁଣ୍ଟି ଶିଶୁମନ୍ଦିର ପ୍ରଧାନଗୁରୁଜୀ ଭବାନୀ ଶଙ୍କର ବେହେରା, ସଭାପତି ବୃନ୍ଦାବନ ପୁଝରୀ, ସମ୍ପାଦକ ପ୍ରଦୀପ ପ୍ରଧାନୀ ଓ କୁସୁମଖୁଣ୍ଟି ଯୁବ ଅନୁଷ୍ଠାନ ର ସମ୍ପାଦକ ହିରଣ୍ୟ ବେହେରା, କୋଷାଧକ୍ଷ ମହେନ୍ଦ୍ର ବେହେରା ଓ ଯୁବ ଅନୁଷ୍ଠାନ ର ସଭ୍ୟ ଓ ଶିଶୁମନ୍ଦିର ର ଗୁରୁଜୀ ଗୁରୁମା ଓ ସମସ୍ତ ଛାତ୍ର ଛାତ୍ରୀ ଙ୍କ ମିଳିତ ଉଦ୍ୟମ ରେ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇ ଥିଲା ।

 

କୋକସରା ରୁ ହିରଣ୍ୟ ବେହେରା ଙ୍କ ରିପୋର୍ଟ odiabarta.in

For latest news & updates, click on bell button and subscribe to notifications.
Like us on Facebook👇

http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.