ନର୍ଲାରୋଡ ଓ ରୁପ୍ରାରୋଡରେ ଟ୍ରେନ ରହଣୀ ନାହିଁ ତ ଭୋଟ ନାହିଁ

ନିର୍ବାଚନ ପୂର୍ବରୁ ଯେଉଁ ଦଳ ଟ୍ରେନ ରହଣୀ କରିବ ତାଙ୍କୁ ଭୋଟ ଦିଆଯିବ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରୋଡ ଓ ରୁପ୍ରାରୋଡ ରେଳ ଷ୍ଟେସନରେ କରୋନା ପୂର୍ବରୁ ରହଣୀ ରହିଥିବା ଟ୍ରେଣ ଗୁଡିକ ଷ୍ଟପେଜ ଦିଆଗଲା ନାହିଁ । କେନ୍ଦ୍ରରେ ଭାଜପା ମୋଦୀ ସରକାରଙ୍କ ଶାସନ ଚାଲିଥିବା ବେଳେ କଳାହାଣ୍ଡିରେ ବିଜେପିର ବସନ୍ତ ପଣ୍ଡା ସାଂସଦ ରହିଥିଲେ । ତାଙ୍କୁ ନର୍ଲା ଓ ରୁପ୍ରାରୋଡ ଜନସାଧାରଣ ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ସେ ଏହି ଦୁଇ ଷ୍ଟେସନରେ ସାମାନ୍ୟ ଟ୍ରେନ ଷ୍ଟପେଜ କରିବାରେ ଅକ୍ଷମ ରହିଥିଲେ । ଏବେ ବିଜେପି କଳାହାଣ୍ଡିରେ ସାଂସଦ ପ୍ରାର୍ଥି କରିଛି ରାଜ ପରିବାରର ବୋହୁ ଏବଂ ପୂର୍ବତନ ସାଂସଦ ଅର୍କ କେଶରୀ ଦେଓଙ୍କ ପତ୍ନୀ ମାଳବିକା କେଶରୀ ଦେଓଙ୍କୁ । ମୋଦୀ ଦେଶ ପାଇଁ ଯେତେ ଯାହା କାମ କରିଥାଆନ୍ତୁ ପଛକେ ନର୍ଲାରୋଡ ଓ ରୁପ୍ରାରୋଡରେ କରୋନା ପୂର୍ବରୁ ରହଣୀ ରହିଥିବା ଟ୍ରେନ ଗୁଡିକର ଷ୍ଟପେଜ ଦିଆନଯିବାରୁ ଅଞ୍ଚଳବାସୀ ଜନସାଧାରଣ କ୍ଷୁବ୍ଧ ଅଛନ୍ତି । ପଣ କରିଛନ୍ତି ବିଜେପିକୁ ଭୋଟ ଦେବେନାହିଁ । ବିଜେପି ଯଦି ମୋଦୀ କ୍ରେଜରେ ଭୋଟ ପାଇବାର ଅଛି ତାହେଲେ ନର୍ଲାରୋଡ ଓ ରୁପ୍ରାରୋଡ ଷ୍ଟେସନରେ ବିଶାଖାପାଟନମ- ନିଜାମୁଦ୍ଦୀନ ସୁପରଫାଷ୍ଟ ସମତା ଏକ୍ସପ୍ରେସ ଓ ଏଲେପି- ଧାନବାଦ ଓ ବିଲାସପୁର- ତିରୁପତି ଏକ୍ସପ୍ରେସର ପୂର୍ବବତ ରହଣୀ ଦିଆଯାଉ । ଏହାବାଦ ନର୍ଲା ବିଧାନସଭା ମଣ୍ଡଳୀ ପାଇଁ କଂଗ୍ରେସ ଦଳରୁ ବିଧାୟକ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢୁଥିବା ଭକ୍ତଦାସ ଯିଏକି ପୂର୍ବତନ ରେଳମନ୍ତ୍ରୀ ରହିଥିଲେ ସେମଧ୍ୟ ଉପରୋକ୍ତ ଟ୍ରେନ ଗୁଡିକର ରହଣି କରିପାରିବେ ବୋଲି ଅଞ୍ଚଳବାସୀ ଜନସାଧାରଣଙ୍କ ଭରଷା ରହିଛି । ଏଣୁ ନିର୍ବାଚନ ପୂର୍ବରୁ ଯେଉଁ ପ୍ରାର୍ଥୀ ନର୍ଲାରୋଡ ଓ ରୁପ୍ରାରୋଡ ରେଳ ଷ୍ଟେସନରେ ଉପରୋକ୍ତ ଟ୍ରେନ ଗୁଡିକର ରହଣି କରିବ ସେହି ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦିଆଯିବ ବୋଲି ଅଞ୍ଚଳବାସୀ ମତବ୍ୟକ୍ତ କରୁଥିବା ଶୁଣିବାକୁ ମିଳୁଛି ।  ଗତ ମାସରେ ମାନ୍ୟବର ପ୍ରଧାମନ୍ତ୍ରୀ ମୋଦୀ ଭିଡିଓ କନଫରେନ୍ସ ମାଧ୍ୟମରେ ନର୍ଲାରେ ହେବାକୁ ଥିବା ଲୋକମୋଟିଭ କାରଖାନା ପାଇଁ ଶିଳାନ୍ୟାସ କରି ସାରିଛନ୍ତି । ହେଲେ ନର୍ଲାରୋଡ଼ ଓ ରୁପ୍ରାରୋଡ୍ ରେଳ ଷ୍ଟେସନ ରେ ଆଗରୁ ରହଣୀ ରହିଥିବା ଗୁରୁତ୍ୱପୂର୍ଣ୍ଣ ଏକ୍ସପ୍ରେସ ଟ୍ରେନ୍ ଗୁଡ଼ିକର ରହଣୀ ଦିଆଯାଇନାହିଁ । ଏଥିପାଇଁ ନର୍ଲାରୋଡ଼ ଶିଳାନ୍ୟାସ ଉତ୍ସବ ରେ ଲୋକେ ଟ୍ରେନ ଷ୍ଟପେଜ୍ କୁ ନେଇ ପାଟିତୁଣ୍ଡ ମଧ୍ୟ କରିଥିଲେ। ଏଠାରେ ପ୍ରକାଶ ଯୋଗ୍ୟ ଯେ ଗତ ୧୦ ଅପ୍ରେଲ ୨୦୨୨ ରେ ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମାହନ୍ତି (ମୁନ୍ନା) ଙ୍କ ନେତୃତ୍ୱରେ ରୁପ୍ରାରୋଡ ରେଳ ଷ୍ଟେସନରେ ୫ ହଜାର ଲୋକଙ୍କୁ ନେଇ ଜୋରଦାର ଭାବରେ ରେଳରୋକ ଆନ୍ଦୋଳନ ହୋଇଥିଲା । ଫଳରେ କୋରବା, ସମଲେଶ୍ୱରୀ ଓ ପୁରୀ ଅହମଦାବାଦ ଏକ୍ସପ୍ରେସର ରହଣି ଦିଆଗଲା । କଳାହାଣ୍ଡି ଜିଲ୍ଲା ନର୍ଲାରୋଡ ରେଳ ଷ୍ଟେସନରେ କରୋନା ସଂକ୍ରମଣ ହେବା ପୂର୍ବରୁ ବିଶାଖାପାଟନମ- ନିଜାମୁଦଦିନ ସମତା ସୁପର ଫାଷ୍ଟ ଏକ୍ସପ୍ରେସ ଟ୍ରେନ, ଏଲେପି- ଧାନବାଦ, କୋରବା – ବିଶାଖାପାଟନମ ଲିଙ୍କ୍ ଏକ୍ସପ୍ରେସ ଟ୍ରେନ, ପୁରୀ- ଅହମଦାବାଦ ପ୍ରଭୃତି ଏକ୍ସପ୍ରେସ ଟ୍ରେନ ଗୁଡିକ ନର୍ଲାରୋଡରେ ରହଣୀ ରହିଥିଲା । ନର୍ଲା, ମ.ରାମପୁର ଓ ଲାଞ୍ଜିଗଡ ବ୍ଲକ ର ୧୮ ରୁ ଉର୍ଦ୍ଧ୍ୱ ଗାଁର ଲୋକେ ବିଭିନ୍ନ ସ୍ଥାନକୁ ଯାତ୍ରା ନିମନ୍ତେ ନର୍ଲାରୋଡ ରେଳ ଷ୍ଟେସନ ଉପରେ ନିର୍ଭର କରିଥାନ୍ତି । ବିଶେଷ କରି ସମତା ଏକ୍ସପ୍ରେସରେ ରାଜଧାନୀ ଦିଲ୍ଲୀ ଯିବାର ସୁବିଧା ରହିଥିବା ବେଳେ ସମତା ଓ କୋରବା ଏକ୍ସପ୍ରେସରେ ଏଠାକାର ଲୋକେ ବିଭିନ୍ନ ରୋଗରେ ପିଡିତ ମାନଙ୍କୁ ନେଇ ଚିକିତ୍ସା ନିମନ୍ତେ ବିଶାଖାପାଟନମ ଯାଇଥାନ୍ତି । କରୋନା ଲକଡାଉନ ଯୋଗୁଁ ଗତ ୨୦୨୦ ଅପ୍ରେଲ ମାସରୁ ଟ୍ରେନ ଚଳାଚଳ ବନ୍ଦ ହୋଇ ଯାଇଥିଲା । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ ଖୋଲିବା ପରେ ୨୦୨୦ ଅଗଷ୍ଟ ମାସରୁ ସ୍ୱତନ୍ତ୍ର ଟ୍ରେନ ଭାବରେ ସମତା, କୋରବା, ଏଲେପି-ଧାନବାଦ, ବିଲାସପୁର – ତିରୁପତି ପ୍ରଭୃତି ଏକ୍‌ସପ୍ରେସ ଟ୍ରେନ ଚଳାଚଳ କରୁଥିଲେ ମଧ୍ୟ କଳାହାଣ୍ଡି ଜିଲ୍ଲାରେ ଆଗରୁ ଷ୍ଟପେଜ ରହିଥିବା ଷ୍ଟେସନ ନର୍ଲାରୋଡ ଓ ରୁପ୍ରାରୋଡ ରେ ଏବେ ଆଉ ଉପରୋକ୍ତ ଟ୍ରେନ ଗୁଡିକର ଷ୍ଟପେଜ ଦିଆଯାଇ ନାହିଁ । କଳାହାଣ୍ଡି ଜିଲ୍ଲାର କେବଳ କେସିଙ୍ଗା ଗୋଟିଏ ଷ୍ଟେସନରେ ହିଁ ଷ୍ଟପେଜ ରହିଛି । ଯାହା ଫଳରେ ନର୍ଲା ଓ ରୁପ୍ରାରୋଡ ଅଞ୍ଚଳର ଲୋକେ ଦିଲ୍ଲୀ, ବିଶାଖାପାଟନମ ଯିବା ନିମନ୍ତେ ନାହିଁ ନଥିବା ଅସୁବିଧା ଭୋଗୁଥିବା ଦେଖିବାକୁ ମିଳିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.