ଡେଙ୍ଗୁ-ଡାଇରିଆ-ମ୍ୟାଲେରିଆ ଅଭିଯାନର ଜିଲ୍ଲାସ୍ତରୀୟ ଆରମ୍ଭ ଉତ୍ସବ

• ୧୬ ସେପ୍ଟେମ୍ବର ଯାଏଁ ଚାଲିବ ଅଭିଯାନ
• ଗୃହ ପରିଦର୍ଶନ କରିବେ ଆଶାକର୍ମୀ
• ଅନୁଷ୍ଠିତ ହେବ ସ୍ୱତନ୍ତ୍ର ଗ୍ରାମ୍ୟସଭା
• ବିଭିନ୍ନ ସ୍ୱାସ୍ଥ୍ୟ ଅନୁଷ୍ଠାନରେ ସଚେତନତା ପ୍ରଦର୍ଶନୀ

Omkar Vasthu
Omkar Vasthu

ସୁବର୍ଣ୍ଣପୁର ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଡେଙ୍ଗୁ-ଡାଇରିଆ-ମ୍ୟାଲେରିଆର ଅଭିଯାନର ଜିଲ୍ଲାସ୍ତରୀୟ ଆରମ୍ଭ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସଭାରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀଯୁକ୍ତ ମଧୁସୁଦନ ମିଶ୍ର ବ୍ୟାପକ ଜନ ସଚେତନତା କାର୍ଯ୍ୟକ୍ରମ ସହ ତିନି ମାସ ବ୍ୟାପି ନିର୍ଧାରିତ କାର୍ଯ୍ୟ ସବୁକୁ ସୁଚାରୁ ରୂପେ ସଂପାଦନ କରିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସରୋଜ କୁମାର ନାୟକ ଏହି ଅଭିଯାନ ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟ ଉପରେ ଆଲୋକପାତ କରି ଉଲ୍ଲେଖ କରିଥିଲେ ଯେ, ତିନି ମାସ ଧରି ଏହି ଅଭିଯାନ ବିଭିନ୍ନ ସ୍ତରରେ ଚାଲିବ । ପ୍ରଥମ ମାସ ଅର୍ଥାତ ୧୭ ଜୁନରୁ ୧୬ ଜୁଲାଇ ଯାଏଁ ବ୍ୟାପକ ଡାଇରିଆ ନିୟନ୍ତ୍ରଣ ମାସ ହିସାବରେ ପାଳିତ ହେବ ଏବଂ ୧୭ ଜୁଲାଇରୁ ୧୬ ସେପ୍ଟେମ୍ବର ଯାଏଁ ଏହା ମ୍ୟାଲେରିଆ ଓ ଡେଙ୍ଗୁ ନିୟନ୍ତ୍ରଣ ତଥା ନିରାକରଣ ପାଇଁ ଉଦ୍ଦିଷ୍ଟ । ଏହି ଅବଧି ମଧ୍ୟରେ ଆଶାକର୍ମୀମାନେ ପ୍ରତ୍ୟେକ ଗୃହ ପରିଦର୍ଶନ କରି ଓଆରଏସ ଘୋଳ ପ୍ରସ୍ତୁତି ପଦ୍ଧତି ପ୍ରଦର୍ଶନ କରିବା ସହ ଓଆରଏସ ପ୍ୟାକେଟ ବଂଟନ କରିବେ । ଭ୍ରମ୍ୟମାଣ ସ୍ୱାସ୍ଥ୍ୟ ଟିମ୍ ବିଭିନ୍ନ ବିଦ୍ୟାଳୟରେ ସଚେତନତା ସୃଷ୍ଟି କରିବେ । ବିଭିନ୍ନ ସ୍ୱାସ୍ଥ୍ୟ ଅନୁଷ୍ଠାନରେ ସଚେତନତା ପ୍ରଦର୍ଶନୀ ଅନୁଷ୍ଠିତ ହେବ । ସ୍ୱତନ୍ତ୍ର ଗ୍ରାମ୍ୟସଭା ଅନୁଷ୍ଠିତ ହେବା ସହ ଗାଁ କଲ୍ୟାଣ ସମିତର ବୈଠକରେ ସଚେତନତା ସୃଷ୍ଟି କରାଯିବ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ପଂଡା ଏହି ଅଭିଯାନର ସଫଳତା କାମନା କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିରୀକ୍ଷକ ଡାକ୍ତର ପ୍ରଦୀପ କୁମାର ଗୁରୁ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡାକ୍ତର ଦୈତ୍ୟ ନାରାୟଣ ପାଢୀ, ଜିଲ୍ଲା ମ୍ୟାଲେରିଆ ଅଧିକାରୀ ଡାକ୍ତର ନବ କିଶୋର ବେହେରା ପ୍ରମୂଖ ମଂଚାସୀନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ଯକ୍ଷ୍ମା) ଡାକ୍ତର ପଦ୍ମହଂସା ଦୋରା, ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ (କୁଷ୍ଠ) ଡାକ୍ତର ପ୍ରମୋଦ ଚନ୍ଦ୍ର ବିଶ୍ୱାଳ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଅସ୍ଥେରିଆ କେରକେଟା, ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ପୁଷ୍ପା ମିଞ୍ଜ, ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ସନ୍ତୋଷ କୁମାର ସ୍ୱାଇଁ, ଡିପିଏମ ଏନଏଚଏମ ମୌସୁମୀ ମିଶ୍ର, ଜିଲ୍ଲା ହିସାବ ପରିଚାଳକ ସରୋଜ କୁମାର ପଂଡା, ଡିଏମଆରସିଏଚ ମଧୁସ୍ମିତା ପାତ୍ର, ଡିଡିଏମ ପ୍ରଦୀପ କୁମାର ସାହୁ, ସମସ୍ତ ବ୍ଲକର ସ୍ୱାସ୍ଥ୍ୟ ଅଧିକାରୀ, ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ, ମ୍ୟାନେଜରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ । ସହକାରୀ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ପ୍ରମୋଦ ସାହୁ, ତାରିଣୀ ଚରଣ ପାତ୍ର ପ୍ରମୂଖ ଆୟୋଜନରେ ସହଯୋଗ କରିଥିଲେ ।

Pearl dental clinic
Near Ashish Medical Store, Bhawanipatna

 

ରିପୋର୍ଟ :

ସୁଶାନ୍ତ କୁମାର ସାହୁ

Udyog Nursery
Udyogi Nursery
ଜିଲ୍ଲା ପ୍ରତିନିଧି ସୋନପୁର

 

For latest news & updates, click on bell button and subscribe to notifications.
Like us on Facebook👇

http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.